Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାଜସ୍ଥାନ​‌ରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି, ୮ ଜୁନ୍‌ ଯାଏ କଟକଣା ବଳବତ୍ତର

23/05/2021 at 10:10 PM

ଜୟପୁର ୨୩/୫: ପୁଣି ବଢ଼ିଲା ଲକ୍‌ଡାଉନ। କରୋନା ସଂକ୍ରମଣ ରୋକିବାକୁ ସରକାର ଏମିତି ନିଷ୍ପତ୍ତି ଲଗାତାର ଗ୍ରହଣ କରୁଛନ୍ତି। ଦିଲ୍ଲୀରେ ସପ୍ତାହେ ଲକ୍‌ଡାଉନ୍‌ ବଢ଼ିଥିବା ବେଳେ ଏବେ ରାଜସ୍ଥାନ ସରକାର ତାଲାବନ୍ଦ ଅବଧି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ସରକାର ତାଲାବନ୍ଦ ଅବଧି ୮ ଜୁନ୍‌ ଯାଏ ବଢ଼ାଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣରେ ବ୍ରେକ୍‌ ନଲାଗିବା ଏବଂ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଶନିବାର ୬୧୦୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ପ୍ରାଣ ହରାଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୯୦୦ ମାମଲା କେବଳ ରାଜଧାନୀ ଜୟପୁରରୁ ମିଳିଛି।

ଅଲଓ୍ବରରୁ ୪୦୧, ଯୋଧପୁରୁ ୩୨୩, କୋଟାରୁ ୩୨୫, ଉଦୟପୁରରୁ ୩୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ୨୪ ଘଣ୍ଟାରେ ୧୫, ୪୬୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ତେବେ ଏହି ରିପୋର୍ଟ ଶନିବାର ଆସିଥିବା ବେଳେ ରିବିବାର କରୋନା ରିପୋର୍ଟ ଆସିପାରେ। ସୁସ୍ଥ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏବେ ରାଜ୍ୟରେ ୧,୨୨,୩୩୦ ସକ୍ରିୟ ସଂକ୍ରମିତ ଅଛନ୍ତି।

   Related Posts