Lockdown 4.0: ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌, ଜାଣନ୍ତୁ କଣ ଖୋଲିବ ଏବଂ କଣ ବନ୍ଦ ରହିବ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୦୫:  କେନ୍ଦ୍ର ସରକାର ମେ ୩୧ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ୪.୦ର ଅବଧି ୧୪ ଦିନ ରଖାଯାଇଛି। ଅର୍ଥାତ ଏହାର ମିଆଦ ମେ ୩୧ ପର୍ଯ୍ୟନ୍ତ ରହିଛି। ଲକ୍‌ଡାଉନ୍‌ ୪.୦ରେ କଣ କଣ ରିହାତି ମିଳିଛି ଏବଂ ଏହାର ଗାଇଡ୍ ଲାଇନ୍‌ କଣ ରହିଛି ସେ ବିଷୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ କରି  ଲକ୍‌ଡାଉନ୍‌ ୪.୦ରେ ରାଜ୍ୟ ସରକାରଙ୍କୁ ସେମାନଙ୍କ ଅଞ୍ଚଳରେ କେଉଁ ସେବା ଖୋଲା ରହିବ ଏବଂ ବନ୍ଦ ରହିବ ତାର ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡ୍‌ ଲାଇନ୍‌ ଅନୁଯାୟୀ ଘରୋଇ ଓ ବିଦେଶୀ ଉଡାଣକୁ ଅନୁମତି  ଦିଆଯାଇ ନାହିଁ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିଜର ରେଡ୍‌, ଗ୍ରୀନ, ଅରେଞ୍ଜ ଜୋନ୍‌ ସ୍ଥିର କରିବାକୁ ଅଧିକାର ଦେଇଛନ୍ତି। ଏହି ସମୟରେ କୌଣସି ପ୍ରକାରର ଧାର୍ମିକ ଆୟୋଜନ, ରାଜନୈତିକ ଆୟୋଜନକୁ ମଞ୍ଜୁରୀ ମିଳିନାହିଁ। ସରକାର ଆନ୍ତଃରାଜ୍ୟ ବସ୍ ସେବାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ମାତ୍ର ଏହା ଦୁଇ ରାଜ୍ୟର ପରସ୍ପର ସହମତି ଉପରେ ନିର୍ଭର କରେ। ଦୁଇ ରାଜ୍ୟ ଚାହିଁଲେ ପରସ୍ପର ଭିତରେ ବସ୍ ଚଳାଚଳ କରି ପାରିବେ।

wp:core-embed/twitter {"url":"https://twitter.com/ANI/status/1262011256606560257?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262011256606560257\u0026ref_url=https%3A%2F%2Fwww.indiatv.in%2Findia%2Fnational-lockdown-extended-till-31-may-guideline-by-mha-711613","type":"rich","providerNameSlug":"twitter","className":""}
https://twitter.com/ANI/status/1262011256606560257?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262011256606560257&ref_url=https%3A%2F%2Fwww.indiatv.in%2Findia%2Fnational-lockdown-extended-till-31-may-guideline-by-mha-711613
/wp:core-embed/twitter

ଏହି କାମ ଉପରେ ଜାରି ରହିବ ରୋକ୍‌

 - ଲକ୍‌ଡାଉନ୍‌ ୪.୦ରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଅର୍ଥାତ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରିବା ଉପରେ ପ୍ରତିବନ୍ଧକ  ଜାରି ରହିବ।

- ମେଟ୍ରୋ, ରେଳ ସେବା ଉପରେ ରୋକ୍ ଜାରି ରହିବ। ସ୍କୁଲ,କଲେଜ ସବୁ ପ୍ରକାରର ଶିକ୍ଷାନୁଷ୍ଠାନ ସଂସ୍ଥା ବନ୍ଦ ରହିବ। ଅନ୍‌ଲାଇନ୍‌ ପଢା ଉପରେ କୌଣସି ରୋକ୍ ନାହିଁ।

- ହୋଟେଲ୍, ରେସ୍ତୋରାଁ, ସିନେମା  ହଲ୍‌, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର ଓ ଅଡିଟରିୟମ ବନ୍ଦ ରହିବ।

- ସମସ୍ତ ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ, ଧାର୍ମିକ ଆୟୋଜନ ଉପରେ ସଂପୁର୍ଣ୍ଣ ରୋକ୍ ଜାରି ରହିବ।

କଣ୍ଟେନମେଣ୍ଟ ଜୋନ୍‌ରେ ସବୁ ପ୍ରକାରର କଟକଣା ପୂର୍ବବତ୍ତ ଜାରି ରହିବ। ଏଠାରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ।  ଇ-କମର୍ସ ଜରିଆରେ  ମଧ୍ୟ ଜରୁରୀ ସାମଗ୍ରୀ ମଗାଇ ପାରିବେ।

କଣ୍ଟେନମେଣ୍ଟ ଜୋନ୍ ଛାଡି ବାକି ଜାଗାରେ ଆରମ୍ଭ ହେବ ଗତିବିଧି…

୧ - ଯାତ୍ରୀବାହୀ ଗାଡି ଓ ଆନ୍ତଃରାଜ୍ୟ ବସ୍ ଚଳାଚଳ ଯାତ୍ରା ହୋଇପାରିବ। ମାତ୍ର ଏହା ଦୁଇ ରାଜ୍ୟର ପରସ୍ପର ସହମତି ଉପରେ ନିର୍ଭର କରେ। ଦୁଇ ରାଜ୍ୟ ଚାହିଁଲେ ପରସ୍ପର ଭିତରେ ବସ୍ ଚଳାଚଳ କରି ପାରିବେ।

୨ – ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟରେ ଆରମ୍ଭ  ହେବ  ଯାତାୟତ।

୩ – ଲୋକଙ୍କ ଗତିବିଧି ଲାଗି ସ୍ଥିର କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର(SOP) ଆଧାରରେ ଗତିବିଧି ଜାରି ରହିବ।

ରାଜ୍ୟ ସ୍ଥିର କରିବେ ଜୋନ୍

କରୋନା ସଂକ୍ରମଣ ମାମଲା ଆଧାରରେ କେଉଁ ଅଞ୍ଚଳକୁ ରେଡ୍, ଗ୍ରୀନ, ଅରେଞ୍ଜ ଜୋନ୍‌ରେ ବିଭକ୍ତ କରାଯିବ ସେ ନିଷ୍ପତ୍ତି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ସରକାର ନେବେ। ଏହି ସବୁ ନିଷ୍ପତ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ଗାଇଡ୍‌ଲାଇନ୍‌ ଆଧାରରେ କରାଯିବ।

ରେଡ୍ ଓ ଅରେଞ୍ଜ ଜୋନ୍‌ରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଓ ବଫ୍‌  ଜୋନ୍ ନିର୍ଦ୍ଧାରଣ କରିବେ।

କଣ୍ଟେନମେଣ୍ଟ ଜୋନ୍‌ରେ ସମସ୍ତ ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ। ଲୋକଙ୍କ ଗମନାଗମନ ଉପରେ ସଂପୂର୍ଣ୍ଣ ରୋକ୍ ରହିବ। କେବଳ ଡାକ୍ତରୀ କାର୍ଯ୍ୟ ତଥା  ଜରୁରୀକାଳୀନ ସେବା, ସାମଗ୍ରୀକୁ ମଞ୍ଜୁରୀ ଦିଆଯିବ।

ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ବିବାହ ସମାରୋହରେ କେବଳ ୫୦ ଜଣ ଏକତ୍ର ହୋଇ ପାରିବେ। ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ଯିବାକୁ ଅନୁମତି ଦିଆଯାଇଛି। ଗୋଟିଏ ଦୋକାନରେ ୫ରୁ ଅଧିକ ଲୋକ ଏକତ୍ର  ହୋଇ ପାରିବେ ନାହିଁ। ସାର୍ବଜନୀନ ସ୍ଥାନରେ ମଦ ପିଇବା ଉପରେ କଟକଣା ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.