Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଲକ୍‌ଡାଉନ୍‌ ୩.୦: ଏହି ବୟସର ଲୋକଙ୍କୁ ଘରୁ ବାହାରିବା ମନା

1/05/2020 at 9:16 PM

ନୂଆଦିଲ୍ଲୀ ୦୧।୦୫: ସମଗ୍ର ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ  ବଢିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ୩୬୫ରେ ପହଞ୍ଚିଛି। ଏଥିରେ ୧୧୫୨ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଲକ୍‌ଡାଉନ୍‌କୁ ବଢାଇ ମେ ୧୭ କରାଯାଇଛି। ଲକ୍‌ଡାଉନ୍‌ ସୀମା ବଢିବା ସହିତ ଗୃହ ମନ୍ତ୍ରଣାଳୟ କିଛି ନିର୍ଦ୍ଦେଶ ଜାରି କରିଛନ୍ତି।

ନୂତନ ଗାଇଡ୍‌ଲାଇନରେ ଲୋକଙ୍କ ଭଲ ଏବଂ ସୁରକ୍ଷା ପାଇଁ କିଛି ଉପାୟ କରାଯାଇଛି। ଏହାରି ଆଧାରରେ ସମସ୍ତ କ୍ଷେତ୍ରରେ ୬୫ ବର୍ଷରୁ ଅଧିକ ବୟସର ବୃଦ୍ଧ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବାକୁ କୁହାଯାଇଛି। ଯଦି ବହୁତ ଜରୁରୀ ତେବେ ବାହାରକୁ ଯିବାକୁ ଅନୁମତି ମିଳିବ।

ସରକାରୀ ଆଦେଶ ଅନୁସାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଅଣ ଅନାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ରହିବ। ସ୍ଥାନୀୟ ପ୍ରଶାସନ ଲୋକଙ୍କ ଯାତାୟତ ଉପରେ ରୋକ୍ ଲଗାଇବା ପାଇଁ ସିଆରପିସିର ଧାରା ୧୪୪ ଅନ୍ତର୍ଗତ କର୍ଫ୍ୟୁର ଘୋଷଣା ମଧ୍ୟ କରି ପାରନ୍ତି।

ସାମାଜିକ ଦୂରତ୍ଵ ଏବଂ ଅନ୍ୟ ସୁରକ୍ଷା ସାବଧାନତା ସହ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ଓପିଡି ଓ ମେଡିକାଲ କ୍ଲିନିକ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ କଣ୍ଟେନମେଣ୍ଟ ଅଞ୍ଚଳରେ ଓପିଡି ଓ ମେଡିକାଲ କ୍ଲିନିକ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ।

ଲୋକଙ୍କ ସାର୍ବଜନୀନ ସ୍ଥଳରେ ବଡ ସଂଖ୍ୟା ଏକତ୍ର ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ରହିବ। ଲୋକଙ୍କୁ ସାମାଜିକ  ଦୂରତ୍ଵ ପାଳନ କରିବାକୁ ପଡିବ। ସାମୁହିକ ଆୟୋଜନ ଉପରେ ମଧ୍ୟ କଟକଣା ଜାରି ରହିବ। ସରକାରୀ ନିର୍ଦ୍ଦେଶ ମୁତାବକ ଜିମ୍ ଓ ସ୍ପୋର୍ଟ୍ସ କ୍ଲବ ମଧ୍ୟ ବନ୍ଦ ରହିବ। କୌଣସି ପ୍ରକାରର ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ୍ ଜାରି ରହିବ।

   Related Posts