ଜୁଲାଇ ୧ ତାରିଖ ଯାଏଁ ବଢିଲା ଲକଡାଉନ୍, ଘୋଷଣା କଲେ ଏହି ରାଜ୍ୟ ସରକାର

Published By : Prameya-News7 Bureau | June 14, 2021 IST

କୋଲକାତା ୧୪/ ୦୬ : ପଶ୍ଚିମବଙ୍ଗରେ ଜୁଲାଇ ୧ ତାରିଖ ଯାଏଁ ବଢିଲା ଲକଡାଉନ । ଏ ନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର । କିନ୍ତୁ ଏଥର ଲକଡାଉନକୁ କିଛିଟା କୋହଳ କରାଯାଇଛି । ଲକଡାଉନ ନେଇ ବେଙ୍ଗଲ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।


ନୂଆ ଗାଇଡଲାଇନରେ ଆସନ୍ତା ଜୁନ ୧୬ ତାରିଖରୁ ସରକାରୀ ଅଫିସଗୁଡିକରେ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ତେବେ କେଉଁମାନେ ଅଫିସ ଆସିବେ ତାହା ବିଭାଗୀୟ ଅଧିକାରୀ ବା ସଂପୃକ୍ତ ଅଫିସର ମୁଖ୍ୟ ନିଷ୍ପତ୍ତି ନେବେ । ଅତି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସ୍‌ ର ବ୍ୟବସ୍ଥା କରାଯାଇଛି । ଏହା ସହିତ ସହରାଞ୍ଚଳରେ ଥିବା ପାର୍କଗୁଡିକ ସକାଳ ୬ଟା ରୁ ୯ଟା ଯାଏଁ ଖୋଲା ରହିବ । ଯେଉଁମାନେ ଭ୍ୟାକସିନ୍ ନେଇସାରିଛନ୍ତି କେବଳ ସେହିମାନଙ୍କୁ ହିଁ ପାର୍କରେ ଏଣ୍ଟ୍ରି ପାଇଁ ଅନୁମତି ଦିଆଯିବ ।

wp:embed {"url":"https://twitter.com/ANI/status/1404388061438300162","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1404388061438300162
/wp:embed

ଏହା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକନଗୁଡିକ ଦିନ ୧୧ଟା ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି । ରେଷ୍ଟୁରାଣ୍ଟ ଏବଂ ବାର ମାନଙ୍କରେ ଦିନ ୧୨ଟା ରୁ ରାତି ୮ଟା ଯାଏଁ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି ।

ବର୍ତ୍ତମାନ ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ ଏବଂ କଲେଜ ପୂର୍ବପରି ବନ୍ଦ ରହିବ । ଆଗାମୀ ନୋଟିସ୍‌ ଆସିବା ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆନ୍ତରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ରହିବ । କେବଳ ଜରୁରୀ ସେବା ଯୋଗାଉଥିବା ଯାନ ବ୍ୟତିତ ଘରୋଇ ଗାଡିଚାଳନା ଉପରେ ରୋକ ଲଗାଯାଇଛି ।

wp:embed {"url":"https://twitter.com/ANI/status/1404390540079079424","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1404390540079079424
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.