ବଢ଼ୁଛି କରୋନା ସଂକ୍ରମଣ, କର୍ଣ୍ଣାଟକରେ ଜୁନ୍‌ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କଲେ ସରକାର

Published By : Prameya-News7 Bureau | June 03, 2021 IST

ବେଙ୍ଗାଲୁରୁ, ୦୩/୦୬: କରୋନାର ଦ୍ୱିତୀୟ ଲହରରେ ସାରା ଦେଶ ଏବେ ଏକ ପ୍ରକାର ଲକ୍‌ଡାଉନ୍‌ ସ୍ଥିତିରେ ରହିଛି । ସହର ଠାରୁ ଏବେ ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକରେ ଗ୍ରାମାଞ୍ଚଳ ଗୁଡ଼ିକର  ସ୍ଥିତି ଧିରେ ଧିରେ ବାଗିଡ଼ିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଚିରେ ରଖି ସରକାର ଲକ୍‌ଡାଉନ୍‌ ସମୟସୀମାରେ ବୃଦ୍ଧି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଲକ୍‌ଡାଉନ୍‌କୁ ରାଜ୍ୟରେ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ସରକାର ରାଜ୍ୟ ଭିତରେ ତଥା ଅନ୍ୟ ରାଜ୍ୟ ମଧ୍ୟରେ କାରବାର କରିବା ପାଇଁ ନିୟମରେ ପରିବର୍ତ୍ତନ କରିବା ନେଇ କୁହାଯାଇଥିଲା । ଆବଶ୍ୟକ ଜରୁରୀ ସାମଗ୍ରୀ କିଣିବାର ସମୟସୀମା ପରିବର୍ଚତ୍ତନ କରାନଯାଇ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ରଖାଯାଇଛି । ଏହି ସମୟକୁ ୧୦ ପରିବର୍ତ୍ତେ ୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଚାପ ପଡ଼ୁଥିବା ଏକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଜଣେ ମନ୍ତ୍ରୀ କହିଛନ୍ତି ।

ଲକ୍‌ଡାଉନ୍‌ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ କିଛି ବରିଷ୍ଠ ମନ୍ତ୍ରୀ ରାଜି ନଥିଲେ । ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ପୂର୍ବରୁ ଲକ୍‌ଡାଉନ୍‌ ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ପ୍ରଯ୍ୟନ୍ତ କରୋନା ପ୍ରଭାବ କମି ନାହିଁ । ମେ ମାସର ପ୍ରଥମ ସପ୍ତାହରେ ଏହା ୬୫ ପ୍ରତିଶତକୁ ବଢ଼ି ଯାଇଥିଲା । ବର୍ତ୍ତମାନ ଏହା ପାଖାପାଖି ୧୫ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଲକ୍‌ଡାଉନ୍‌ ଚାଲୁରଖିବା ପାଇଁ ପରାମର୍ଶ ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.