Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଉ ୭ ଦିନ ବଢିଲା ଲକଡାଉନ୍, ବଡ ଘୋଷଣା କଲେ ସରକାର

9/05/2021 at 12:32 PM

ନୂଆଦିଲ୍ଲୀ,୦୯ ।୫ : ଆଉ ସପ୍ତାହେ ବଢିଲା ଲକଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ଅବଦ୍ଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମେ ୧୦ରେ ଦିଲ୍ଲୀରେ ଲକଡାଉନ୍ ଶେଷହୋଇଥାନ୍ତା । କିନ୍ତୁ ଏହାକୁ ମେ ୧୭ ସକାଳ ଯାଏଁ ବୃଦ୍ଧି କରାଯାଇଛି । ଚଳିତ ଥର ଲକଡାଉନ ଅଧିକ କଡାକଡି ହେବ । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ହେବ । ଦିଲ୍ଲୀରେ ସୋମବାରଠୁ ମେଟ୍ରୋ ସେବା ବନ୍ଦ ରହିଛି ।

ଏହା ପୂର୍ବରୁ ଲାଗିଥିବା ଲକ୍‌ଡାଉନ୍‌ ଅବଧି ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ଏବେ ୧୭ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍‌ରରେ ସୂଚନା ଦେଇଛନ୍ତି।

ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ସେମାନଙ୍କ ପକ୍ଷରୁ ସ୍ବଇଚ୍ଛାରେ ଲକ୍‌ଡାଉନ୍‌ ଲଗାଇଦିଆଯିବ। ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ୧୫୦ରୁ ଅଧିକ ବ୍ୟବସାୟ ସଂଗଠନ ନେତା ଏନେଇ ନିଷ୍ପତ୍ତି ନେଇଥିଲେ ।  ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ଲକ୍‌ଡାଉନ୍‌ ଘୁଞ୍ଚାଇଥିବା ବେଳେ ଏହାକୁ ଆଗକୁ ବଢ଼ାଯିବ କି ନାହିଁ ସେନେଇ ଜଣାପଡ଼ିପାହିଁ।

   Related Posts