Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଏହି ରାଜ୍ୟରେ ଜୁନ୍ ୨୧ ପର୍ଯ୍ୟନ୍ତ ବଢିଲା ଲକଡାଉନ୍, ଏସବୁ ହେବ କୋହଳ

12/06/2021 at 10:08 AM

ଚେନ୍ନାଇ ୧୨।୬: କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ପୁଣି ଥରେ ଲକଡାଉନ୍ ନିଷ୍ପତ୍ତି ନିଆଯାଇଛି । ତାମିଲନାଡୁର ଏମ.କେ. ଷ୍ଟାଲିନ୍ ସରକାର ଶୁକ୍ରବାର ଦିନ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ କୁ ଜୁନ୍ ୨୧ ଅର୍ଥାତ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଏହି ସମୟ ମଧ୍ୟରେ କିଛି କୋହଳ ମଧ୍ୟ କରାଯାଇଛି ।

ତାମିଲନାଡୁ ସରକାର କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକଗୁଡିକୁ କିଛି କୋହଳ କରିବାକୁ ଘୋଷଣା କରିଛନ୍ତି । ଫଳରେ ୩୫ ଦିନ ପରେ ଜୁନ୍ ୧୪ରୁ ସେଲୁନ୍, ପାର୍କ ଏବଂ ମଦ ଦୋକାନ ଖୋଲିବ । ଜୁନ୍ ୧୪ରୁ ଚେନ୍ନାଇ ସମେତ ୨୭ଟି ଜିଲ୍ଲାରେ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ବିନା ଏସିରେ ସକାଳ ୬ଟାରୁ ୫ଟା ପର୍ଯ୍ୟନ୍ତ ଚାଲିପାରିବ ଏବଂ ଗୋଟିଏ ସମୟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯିବ ।

ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଏହା ଘୋଷଣା କରିବା ସହ ଲୋକଙ୍କୁ କୋଭିଡ୍-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ କରିବାକୁ ମଧ୍ୟ କହିଛନ୍ତି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟର କୋଏମ୍ବାଟୁର ଏବଂ ନୀଳଗିରି ସମେତ ୧୧ଟି ଜିଲ୍ଲାରେ କୋଭିଡ୍-୧୯ ସଂକ୍ରମଣ ଅପେକ୍ଷାକୃତ ଅଧିକ ଯୋଗୁଁ ସେଠାରେ କମ୍ କୋହଳ କରାଯିବ । ଅବଶିଷ୍ଟ ୨୭ଟି ଜିଲ୍ଲାରେ ଅଧିକ କୋହଳ ପ୍ରଦାନ କରାଯିବ । ଏହି ନିର୍ଦ୍ଦେଶ ଜୁନ୍ ୧୪ରୁ କାର୍ଯ୍ୟକାରୀ ହେବ । ସିନେମା ଏବଂ ବସ୍ ସେବା ଉପରେ ଜୁନ୍ ୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ରହିବ । ଚେନ୍ନାଇ ସମେତ ୨୭ ଜିଲ୍ଲାର ୩୩ ପ୍ରତିଶତ କର୍ମଚାରୀଙ୍କ ସହ ଶିଳ୍ପସଂସ୍ଥା କାର୍ଯ୍ୟ ଜାରି ରହିବ ।

ସେହିଭଳି କୃଷି ଉପକରଣ, ପମ୍ପ୍ ସେଟ୍ ଏବଂ ଆନୁଷଙ୍ଗୀକ ଯନ୍ତ୍ରପାତି ମରାମତି କରୁଥିବା ଦୋକାନଗୁଡିକ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ କାମ କରିପାରିବେ । ମିକ୍ସର୍, ଗ୍ରାଇଣ୍ଡର୍, ଟେଲିଭିଜନ୍ ସେଟ୍ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ମରାମତି କରୁଥିବା ଦୋକାନଗୁଡିକ ସକାଳ ୯ଟାରୁ ୨ଟା ପର୍ଯ୍ୟନ୍ତ କାମ କରିପାରିବ । ସରକାରୀ ପାର୍କଗୁଡିକ ମଧ୍ୟ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ବିଦ୍ୟାଳୟ ଓ କଲେଜଗୁଡିକ ବନ୍ଦ ରହିବ, କିନ୍ତୁ ଆଡମିଶନ କାର୍ଯ୍ୟ ଜାରି ରହିବ ।

   Related Posts