ଆଉ ସପ୍ତାହେ ଲକଡାଉନ୍ ବଢାଇଲେ ସରକାର : ଚାଲିବ ବସ୍, ଯାତାୟତରେ ରହିବନି କଟକଣା !

Published By : Prameya-News7 Bureau | June 20, 2021 IST

ଚେନ୍ନାଇ, ୨୦/୦୬ :    ପୁଣି ଘୁଞ୍ଚିଲା ଲକଡାଉନ୍ । କରୋନା ସଂକ୍ରମଣ କମିଥିଲେ ବି ବିପଦ ଏଡାଇବାକୁ ସରକାର ଆଉ ୭ ଦିନ ଲକଡାଉନ୍ ଘୁଞ୍ଚାଇ ଦେଇଛନ୍ତି । ତାମଲନାଡୁରେ ଏଣିକି ଜୁନ୍ ୨୮ ତାରିଖ ଯାଏଁ ଲକଡାଉନ୍ ଲାଗୁ ରହିବ । ତେବେ କିଛି କଟକଣାକୁ କୋହଳ କରିଛନ୍ତି ତାମିଲନାଡୁ ସରକାର ।

ତେବେ ସରକାର ଯାତାୟତ ଉପରେ ଲଗାଇଥିବା କଟକଣା ହଟାଇ ଦେଇଛନ୍ତି । ଏବେ ବସରେ ମଧ୍ୟ ବିନା ଏସିରେ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ ବୋଲି ସରକାର କହିଛନ୍ତି । କେବଳ କମ୍ କେସ୍ ଥିବା ୪ ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ କରିବ । ଏପରି ଭାବେ ସରକାର ରାଜ୍ୟର ଜିଲ୍ଲାଗୁଡିକୁ କରୋନା ମାମଲା ଆଧାରରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି ।

wp:html /wp:html

ସୂଚନାଯୋଗ୍ୟ, ମେ ୧୦ରେ ରାଜ୍ୟରେ ପ୍ରଥମେ ତାଲାବନ୍ଦ ଘୋଷଣା ହୋଇଥିଲା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୧୦ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଥିଲେ। ଲକଡାଉନ୍ ଅବଧି ମେ ୨୪ରୁ ଏହା ସମାପ୍ତ ହେବା ପୂର୍ବରୁ ମଧ୍ୟ କୌଣସି କୋହଳ କରାନଯାଇ ଏହାକୁ ବଢାଯାଇଥିଲା । ପରେ ଏହା ଜୁନ୍ ୫ ଆଉ ଏବେ ଜୁନ ୨୮ ଯାଏଁ ବୃଦ୍ଧି ପାଇଛି । କଟକଣା ବେଳେ ଜରୁରୀକାଳୀନ ସେବା ତଥା ଫାର୍ମାସି, ପ୍ରାଣୀ ଚିକିତ୍ସା ଫାର୍ମାସି, ଦୁଗ୍ଧ ଯୋଗାଣ, ପାନୀୟ ଜଳ ଏବଂ ଦୈନିକ ଖବରକାଗଜ ବଣ୍ଟନ ଇତ୍ୟାଦି ଛାଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.