ଆଉ ସପ୍ତାହେ ବଢିଲା ଲକଡାଉନ୍, ସରକାରଙ୍କ ବଡ ଘୋଷଣା

Published By : Prameya-News7 Bureau | May 23, 2021 IST

ନୂଆଦିଲ୍ଲୀ, ୨୩।୦୫: ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ଏହାମଧ୍ୟରେ ଆଉ ୭ ଦିନ ବଢିଛି ଲକଡାଉନ୍ । ରାଜଧାନୀ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନର ଅବଦ୍ଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ମେ ୧୭ ସକାଳ ଯାଏଁ  ଲକଡାଉନ୍ ବୃଦ୍ଧି କରିଥିଲେ । ପରେ ଏହାକୁ ମେ ୨୪ ଯାଏଁ ବୃଦ୍ଧି କରାଯାଇଥିଲା ।  ଚଳିତ ଥର ଲକଡାଉନ ଅଧିକ କଡାକଡି ହେବ । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ହେବ । ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିଛି ।

ପ୍ରଥମେ ଲକ୍‌ଡାଉନ୍‌ ଅବଧି  ମେ ୩ ସକାଳ ୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ପରେ ମେ ୧୭ ଓ ପରେ ମେ ୨୪ ଯାଏ ଘୁଞ୍ଚାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍‌ରରେ ସୂଚନା ଦେଇଛନ୍ତି।

wp:html /wp:html

କେଜ୍ରିଓ୍ୱାଲ କହିଛନ୍ତି ଯେ, ଦିଲ୍ଲୀରେ ପଜିଟିଭି ରେଟ୍ ୨.୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ମାତ୍ର ୧୬୬ କେସ୍ ସାମ୍ନାକୁ ଆସିଛି ।ତେବେ ଲକଡାଉନକୁ ମେ ୩୧ ତାରିଖ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି । କେସ୍ କମିଲେ ମେ ୩୧ ପରେ ଅନଲକ୍ ଆରମ୍ଭ ହେବ ।

ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.