ଆଜିଠୁ ରମଜାନ୍ , କିନ୍ତୁ ଚାଲିଛି ଲକଡାଉନ୍ : ଘରେ ରହି କେମିତି ପାଳିବେ ଏହି ପର୍ବ

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ ୨୫/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନର ସମୟସୀମା ମେ ୩ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ଏହାର ଅର୍ଥ ଏହିକି ଯେ ମୁସଲିମ୍ ସମୁଦାୟର ଲୋକେ ଇସଲାମର ପବିତ୍ର ମାସ ରମଜାନ୍ ନିଜ ଘରେ ବିତାଇବେ। ରୋଜା କରିବେ ନାହିଁ ଏବଂ ଇଦର ନମାଜ ମଧ୍ୟ ଘରେ ପଢ଼ିବେ। ଦେଶରେ ସଂକ୍ରମଣର ପ୍ରକୋପକୁ ଦେଖି ଏବେ ସତର୍କ ନ ରହିଲେ ଆମକୁ କେତେ କ’ଣ ହରାଇବାକୁ ପଡ଼ିବ ତାହା ଆମେ ନିଜେ ଜାଣୁ।

ରମଜାନ୍ ଏବଂ ଇଦକୁ ନେଇ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକବି ମଧ୍ୟ ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କୁ ଘରେ ରହି ଅଲ୍ଳାହଙ୍କୁ ସ୍ମରଣ କରିବାକୁ କହିଛନ୍ତି। ଅପ୍ରେଲ୍ ୨୪ତାରିଖରୁ ରମଜାମନର ପବିତ୍ର ମାସ ଆରମ୍ଭ ହୋଇଯାଇଛି।

ରମଜାନ୍ ମାସ ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। କୁହାଯାଏ ଯେ ଏହି ମାସରେ ଅଲ୍ଲାହଙ୍କ କୃପା ସିଧାସଳଖ ତାଙ୍କ ସ୍ମରଣ କରୁଥିବା ଲୋକଙ୍କ ଉପରେ ବର୍ଷିଥାଏ। ରମଜାନରେ ମୁସଲିମ୍ ସମାଜର ଲୋକ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ରୋଜା ଆରମ୍ଭ କରିଥାନ୍ତି ଯାହା ସନ୍ଧ୍ୟାରେ ଇଫ୍ତାର ସହ ଖୋଲିଥାଏ। ଘରେ କୋରାନ୍ ପଢ଼ାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.