ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

Published By : Prameya-News7 Bureau | May 13, 2021 IST

ପାଟନା ୧୩।୫: ବିହାରରେ ଆସନ୍ତା ୧୦ ଦିନ ଅର୍ଥାତ୍ ୧୬ରୁ ୨୫ମେ’ ୨୦୨୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରକୃତରେ ରାଜ୍ୟ ସରକାର ଲକଡାଉନ୍ ର ସକରାତ୍ମକ ପ୍ରଭାବକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରି କହିଛନ୍ତି ଯେ, ‘ ଆଜି ସହଯୋଗୀ ମନ୍ତ୍ରୀ ଏବଂ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ବିହାରରେ ଲାଗୁ ହୋଇଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା କରାଯାଇଥିଲା । ଲକଡାଉନ୍ ର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ତେଣୁ ବିହାରରେ ଆସନ୍ତା ୧୦ ଦିନ ଅର୍ଥାତ୍ ୧୬ରୁ ୨୫ ମେ’ ୨୦୨୧ ପର୍ଯ୍ୟନ୍ତ ଲକଡାଉନ୍ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ବର୍ଦ୍ଧିତ ଲକଡାଉନ୍ ପାଇଁ କ’ଣ ନିୟମ ରହିବ ତାହା ରାଜ୍ୟ ମୁଖ୍ୟ ସଚିବ, ବିକାଶ ଆୟୁକ୍ତ, ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗର ମୁଖ୍ୟ ସଚିବ ଅପରାହ୍ନ ୪ଟା ବେଳେ ଆୟୋଜିତ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିବେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ଏନେଇ ଇସାରାରେ ଲକଡାଉନ୍ ବଢିବା ନେଇ ସୂଚନା ଦେଇଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.