ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଟଙ୍କା ନାହିଁ, କଷ୍ଟରେ କଟୁଛି ଜୀବନ, ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଶ୍ରମିକ

Published By : Prameya-News7 Bureau | April 12, 2020 IST

ଚେନ୍ନାଇ, ୧୨|୦୪:  ଲକଡାଉନ ସମୟରେ ଅନେକ ଦିନ ମଜୁରିଆ କାମକୁ ଯାଇ ପାରୁ ନାହାଁନ୍ତି । ସେମାନଙ୍କ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇ ପଡିଛି । ରୋଜଗାର ଅଭାବରୁ ସେମାନେ ଅତି କଷ୍ଟରେ ଏବେ ବଞ୍ଚୁଛନ୍ତି । ଏଥିପାଇଁ ତାମିଲନାଡୁ ୟଗପ୍ପା ନଗରରେ ଥିବା ଏମଜିଆର ଷ୍ଟ୍ରିଟ୍ ନିକଟରେ ହଜାର ହଜାର ଶ୍ରମିକ ରାସ୍ତାକୁ ଓହ୍ଲାଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନଥିବା ଅଭିଯୋଗ କରିଛନ୍ତି ।

ଏମଜିଆର ଷ୍ଟ୍ରିଟକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଏହି ଅଞ୍ଚଳକୁ ପ୍ରଶାସନ ସିଲ୍ ମଧ୍ୟ କରିଦେଇଛି । କିନ୍ତୁ ଏଠାରେ ରହୁଥିବା ଅନେକ ଶ୍ରମିକ ଅର୍ଥାଭାବରୁ କିଛି କିଣିପାରୁ ନାହାଁନ୍ତି । କିଛି ସଂଗଠନ ଓ ସ୍ୱେଚ୍ଛାସେବୀ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ।

{"id":253063,"width":746,"height":420,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାର୍ଚ୍ଚ ୨୫ ତାରିଖରେ ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ । ଯାହା ଆସନ୍ତା ୧୪ ତାରିଖରେ ସମାପ୍ତ ହେବ । ତେବେ କରୋନାର ଭୟାବହତାକୁ ଦେଖି ଏହାକୁ ଆହୁରି ୨ ସପ୍ତାହ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି । ଲକଡାଉନ ପାଇଁ ସମସ୍ତ କାରବାର, ବଜାର, ଶିଳ୍ପାନୁଷ୍ଟାନ, ଘର କାମ ବନ୍ଦ ଥିବାରୁ ଶ୍ରମିକମାନେ ନାନା ଅସୁବିଧା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି ।

ସରକାରୀ ତଥ୍ୟାନୁସାରେ, ତାମିଲନାଡୁରେ କରୋନା ଭାଇରସ ପଜିଟିଭ ସଂଖ୍ୟା ୯୬୯ । ଏଠାରେ ୪୪ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୧୦ ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.