କ୍ୟାପିଟାଲ ହାଇସ୍କୁଲ: ପୁରାତନ ଛାତ୍ରଙ୍କ ଦ୍ବାରା ଆୟୋଜିତ ଲକଡାଉନ୍‌ କ୍ରିଏଟିଭ୍ ପ୍ରତିଯୋଗୀତାର ପୁରସ୍କାର ବିତରଣ ଉତ୍ସବ ପାଳିତ

Published By : Prameya-News7 Bureau | January 02, 2021 IST

ଭୁବନେଶ୍ବର୨/୧: କ୍ୟାପିଟାଲ ହାଇସ୍କୁଲର ୧୯୮୩ ବ୍ୟାଚ୍‌ର ପୁରାତନ ଛାତ୍ରମାନଙ୍କ ଦ୍ବାରା ଲକଡାଉନ୍‌ କ୍ରିଏଟିଭ୍ ପ୍ରତିଯୋଗୀତାର ପୁରସ୍କାର ବିତରଣ ଉତ୍ସବ ସ୍କୁଲର ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୋନମିକା ରାୟ ଏବଂ ରୋଟାରୀ କ୍ଲବ ଭୁବନେଶ୍ବର ଏକ୍ସିଲେନସ୍‌ର ସଭାପତି, ରୋଟାରୀଆନ ପ୍ରତାପ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କାର୍ଯ୍ୟ ସମ୍ପାଦନ କରିଥିଲେ।

{"id":386121,"sizeSlug":"large","linkDestination":"none"}

ଏଥିରେ ୧୯୮୩ ବ୍ୟାଚ୍‌ର ବହୁ ପୁରାତନ ଛାତ୍ରମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ ସହ ଖୁସି ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ୧୯୮୩ ବ୍ୟାଚ୍‌ର ଛାତ୍ରମାନେ  'ମୋ ସ୍କୁଲ' ପାଇଁ ଅଧିକ ସହଯୋଗର ହାତ ବଢ଼ାଇବେ ବୋଲି ଆଶା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.