Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଉ ଦୁଇ ସପ୍ତାହ ବଢିପାରେ ଲକ୍‌ଡାଉନ୍‌, ମନ୍ତ୍ରୀ ସମୂହଙ୍କ ବୈଠକ ପରେ ସୂଚନା ଦେଲେ ଅଫିସର

7/04/2020 at 9:46 PM

ନୂଆଦିଲ୍ଲୀ ୦୭।୦୪: ଦେଶରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଘୋଷିତ ୨୧ ଦିନିଆ ଲକ୍‌ଡାଉନ୍‌ ନେଇ ଜୋରଦାର ସସପେନ୍ସ ଜାରି ରହିଛି। କଣ ଏହି ଲକ୍‌ଡାଉନ୍‌ ଅବଧି ଆହୁରି ବଢିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ଖବର ଆସିଛି ଯେ, କରୋନା ଭାଇରସ୍ କାରଣରୁ ଦେଶରେ ଜାରି ୨୧ ଦିନିଆ ଲକ୍‌ଡାଉନ୍‌ ବଢାଯାଇପାରେ। କେନ୍ଦ୍ର ସରକାରଙ୍କ ଏକ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ, ତିନି ସପ୍ତାହ ଜାରି ଲକ୍‌ଡାଉନ୍‌ ଅବଧିକୁ ଅତି କମରେ ଏହି ମାସ ଶେଷ ପର୍ଯ୍ୟନ୍ତ ବଢାଯାଇପାରେ। ଅର୍ଥାତ ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ର ଅବଧି ବଢିପାରେ।

ମାତ୍ର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଦେଶବ୍ୟାପୀ ଜାରି ଲକ୍‌ଡାଉନ୍‌ର ଅବଧି ବଢାଇବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇ ନାହିଁ। ତେଣୁ ଲୋକଙ୍କୁ ଏସବୁ କଳ୍ପନା ଜଳ୍ପନା ନଲଗାଇବାକୁ କୁହାଯାଉଛି। ହେଲେ ଗତକାଲି ମନ୍ତ୍ରୀ ସମୂହ ବୈଠକ ପରେ ଅଧିକାରୀ କହିଛନ୍ତି ଯେ, ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ ବଢାଯାଇପାରେ।

ଲକ୍‌ଡାଉନ୍‌ କାରଣରୁ ଦୋକାନ ବଜାର, ସ୍କୁଲ, ସାର୍ବଜନୀନ ପରିବହନ, ରେଳ ଏବଂ ବିମାନ  ଚଳାଚଳ, ସାର୍ବଜନୀନ ସ୍ଥଳ ସବୁ ବନ୍ଦ ରହିଛି। ଲକ୍‌ଡାଉନ୍‌ ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ସବୁ କିଛି  ବନ୍ଦ ରହିଛି।

ଏହା ମଧ୍ୟରେ ଉତ୍ତର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ  କର୍ଣ୍ଣାଟକ ପରି ରାଜ୍ୟ ଲକ୍‌ଡାଉନ୍‌  ହଟାଇବା ପକ୍ଷରେ ନାହାନ୍ତି। ଏହି ସବୁ ରାଜ୍ୟ କହିଛନ୍ତି ଯେ, କରୋନା ମହାମାରୀକୁ ରୋକିବା ପାଇଁ ଏହା  ହିଁ ହେଉଛି ଏକ ମାତ୍ର ଅସ୍ତ୍ର। ତେଣୁ ଲକ୍‌ଡାଉନ୍‌ ଅବଧି ବଢାଯାଉ। ରାଜ୍ୟ ସରକାରଗୁଡିକର ଏହି ରାୟ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି।

ଏହାର ଗୋଟିଏ ଦିନ ପୂର୍ବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସମୂହଙ୍କ ବୈଠକରେ ଲକ୍‌ଡାଉନ୍‌ ଖୋଲା ଯିବା ପ୍ରସଙ୍ଗରେ ଆଲୋଚନା ହୋଇଛି। ଜୈନକ ଅଧିକାରୀ କହିଛନ୍ତି ଯେ, ମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଯେ, ଲକ୍‌ଡାଉନ୍‌ ହଟାଗଲେ ମଧ୍ୟ ଯାତ୍ରା ଉପରେ ପ୍ରତିବନ୍ଧକ ରହିବ।

ଚତୁର୍ଥ ଥର ମନ୍ତ୍ରୀ ସମୂହଙ୍କ ବୈଠକ ହୋଇଛି। ଏଥିରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ଥିଲେ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅନ୍ୟ ୧୪ ମନ୍ତ୍ରୀ  ଆଲୋଚନାରେ ସାମିଲ ହୋଇଥିଲେ।

ଲକ୍‌ଡାଉନ୍‌ ହଟିଲେ ମଧ୍ୟ ଟ୍ରେନ୍ ଓ  ବସ୍‌ ସେବା ସ୍ଵାଭାବିକ ହେବ ନାହିଁ।  ବିମାନ ଯାତ୍ରା ମଧ୍ୟ  ବାଧିତ ରହିବ। ତେଣୁ ଜନତାଙ୍କୁ ସବୁ କିଛି ଏକା ଥରେ ଖୋଲିଯିବା ଆଶା କରିବା ଅନୁଚିତ୍। ବୈଠକରେ କୃଷି କ୍ଷେତ୍ରକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା  ହୋଇଛି। ଏହା ସରକାରଙ୍କ ପାଇଁ ମଧ୍ୟ ବଡ ଚ୍ୟାଲେଞ୍ଜ ରହିଛି। ଫସଲ୍ ସିଜିନରେ ଏମିତି ଲକ୍‌ଡାଉନ୍‌ ଚାଷୀଙ୍କୁ ବଡ ଝଟକା ଦେଇଛି।

   Related Posts