Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଧା ପେଟରେ ଭାରତ ! ସର୍ଭେ କହୁଛି ଲକ୍‌ଡାଉନ୍‌ରେ ଲୋକେ ପେଟପୁରା ଖାଉ ନାହାନ୍ତି

13/05/2020 at 6:51 PM

ନୂଆଦିଲ୍ଲୀ ୧୩।୦୫: ଦେଶରେ ୧୨ଟି ରାଜ୍ୟର ଗ୍ରାମୀଣ କ୍ଷେତ୍ରରେ ୫୦୦୦ ଘରକୁ ନେଇ କରାଯାଇଥିବା ସର୍ବେକ୍ଷେଣରେ ଖୁଲାସା ହୋଇଛି ଯେ, କରୋନା ଭୂତାଣୁ ମହାମାରୀ ପ୍ରକୋପର ପ୍ରତିରୋଧ ଲାଗି ଦେଶବ୍ୟାପୀ ଲାଗୁ ଲକ୍‌ଡାଉନ୍‌ ସମୟରେ ଅଧା  ପରିବାର ଅଧାପେଟରେ ରହୁଛନ୍ତି।

ଏହି ସର୍ବେକ୍ଷେଣର ନାମ ‘କୋଭିଡ୍-୧୯ ଇନଡ୍ୟୁଷ୍ଟ ଲକ୍‌ଡାଉନ୍‌-ହାଅ ଇଜ୍‌ ହିଣ୍ଟରଲାଣ୍ଡ କୋପିଙ୍ଗ’  ରହିଛି। ଏହାର ଅର୍ଥ କୋଭିଡ୍-୧୯ କାରଣରୁ ଲାଗୁ ତାଲାବନ୍ଦ ଅଞ୍ଚଳରେ ଲୋକେ କେମିତି ଜୀବନଯାପନ କରୁଛନ୍ତି। ଏହି ସର୍ବେକ୍ଷେଣ ଦେଶର ୪୭  ଜିଲ୍ଲାରେ କରାଯାଇଛି। ତାଲାବନ୍ଦ ପରେ ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ଏମିତି ପରିବାର ଅଛନ୍ତି, ଯେଉଁମାନେ ପୂର୍ବେ ଯେତେ ଥର ଭୋଜନ କରୁଥିଲେ, ସେଥିରେ ଏବେ କମ କରିଛନ୍ତି। କାରଣ ତାଙ୍କ ପାଖରେ ଯେତେ ସମ୍ବଳ ରହିଛି ସେହି ଅନୁରୂପ ସେମାନଙ୍କୁ ଏବେ ଜୀବନଯାପନ କରିବାକୁ ପଡୁଛି। ଅନ୍ୟପଟେ ୬୮ ପ୍ରତିଶତ ପରିବାର ଏମିତି ଅଛନ୍ତି, ଯାହାଙ୍କ ଖାଦ୍ୟର ବିବିଧତାରେ ହ୍ରାସ ଘଟିଛି। ଏବେ ସେମାନଙ୍କ ଥାଳିରେ ପୂର୍ବ ତୂଳନାରେ କମ ପ୍ରକାରର ଭୋଜନ ମିଳୁଛି।

୩୭ ପ୍ରତିଶତ ପରିବାକୁ ମିଳିଛି  ରାସନ

ଅଧ୍ୟୟନ ଅନୁସାରେ ଏଥି ମଧ୍ୟରୁ ୮୪ ପ୍ରତିଶତ ଏମିତି ପରିବାର ଅଛନ୍ତି, ଯାହାଙ୍କୁ ସାର୍ବଜନୀନ ବିତରଣ ପ୍ରଣାଳୀ ଜରିଆରେ ଖାଦ୍ୟ ପଦାର୍ଥ ମିଳୁଛି ଏବଂ ୩୭ ପ୍ରତିଶତ ଏମିତି ପରିବାର ଯାହାଙ୍କୁ ରାସନ ମିଳୁଛି। ୨୪ ପ୍ରତିଶତ ପରିବାର ଗାଁରେ ଫସଲ ଧାରରେ ନେଇଛନ୍ତି ଓ ୧୨ ପ୍ରତିଶତ ଲୋକଙ୍କୁ ମାଗଣାରେ ଖାଇବା ମିଳୁଛି। ବୁଧବାର ଓ୍ଵେବିନାର ଏହି ସର୍ବେକ୍ଷେଣର ତଥ୍ୟ ଜାରି କରିଛି। ଅଧ୍ୟୟନରେ ଖୁଲାସା ହୋଇଛି, ଏହି ପରିବାର ରବି ତୂଳନାରେ ଖରିଫ ଫସଲ ଉପରେ ଅଧିକ ନିର୍ଭରଶୀଳ। ମାତ୍ର ଏବେ ଖରି ଭଣ୍ଡାର ମଧ୍ୟ ଦ୍ରୁତ ଗତିରେ ଶେଷ ହେବାରେ ଲାଗିଛି।

ଖରିଫ ଫସଲ ଲାଗି ୨୦୨୦ରେ ପ୍ରସ୍ତୁତି ଭଲ ନାହିଁ

ଅଧ୍ୟୟନରେ କୁହାଯାଇଛି, ଏହି ପରିବାର ଏବେ କମ୍ ଖାଦ୍ୟ ଖାଉଛନ୍ତି। ପୂର୍ବ ତୂଳନାରେ କମ ଥର ଖାଦ୍ୟ ଖାଉଛନ୍ତି। ଏବେ ସେମାନଙ୍କର ନିର୍ଭରତା ପିଡିଏସ ଜରିଆରେ ମିଳୁଥିବା ଖାଦ୍ୟ ଉପରେ ବଢି ଯାଇଛି। ସର୍ଭେରୁ ଏହା  ଜାଣିବାକୁ ମିଳିଛି, ଖରିଫ ଫସଲ ଲାଗି ୨୦୨୦ରେ ପ୍ରସ୍ତୁତି ଠିକ୍ ଚାଲିନାହିଁ। କୃଷକଙ୍କୁ ନଗଦ ଅର୍ଥର ଘୋର ଅଭାବ ରହିଛି। ଅଧ୍ୟୟନରେ କୁହାଯାଇଛି ତାଲାବନ୍ଦ ଓ ଗୁଜବ କାରଣରୁ ଗୃହପାଳିତ ଓ ମତ୍ସ୍ୟ କ୍ଷେତ୍ର ଉପରେ ବୀପରିତ ପ୍ରଭାବ ପଡିଛି। ଲୋକ ନିଜର ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ କରୁଛନ୍ତି। ସେହି ଅନୁରୂପ କମ ଖର୍ଚ୍ଚ ମଧ୍ୟ କରୁଛନ୍ତି।

ଏହି ଅଧ୍ୟୟନ ଆସାମ, ବିହାର, ଛତିଶଗଡ, ଗୁଜରାଟ, ଝାରଖଣ୍ଡ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ କରାଯାଇଛି।

   Related Posts