ସରପଞ୍ଚଙ୍କ କଡ଼ା ନିଷ୍ପତ୍ତି: ୨୪ ତାରିଖ ପର୍ଯ୍ୟନ୍ତ ନିଜ ପଞ୍ଚାୟତରେ ଜାରି କଲେ ଲକଡାଉନ୍

Published By : Prameya-News7 Bureau | May 22, 2020 IST

ନୟଗଡ଼ା୨୨/୫: ନୟାଗଡ ଜିଲ୍ଲା କୁରାଳ ପଞ୍ଚାୟତର କ୍ବାରେଣ୍ଟାଇନ୍ ସେଣ୍ଟରୁ ଦୁଇଦିନ ମଧ୍ୟରେ ୧୬ କରୋନା ପଜିଟିଭ୍ ବାହାରିବା ପରେ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି।  ଶୁକ୍ରବାର ସନ୍ଧ୍ୟା ୬ଟା ରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଏହି ସଟ୍ ଡାଉନ୍ ବଳବତ୍ତର ରହିବ । ଏ ନେଇ ସରପଞ୍ଚ ଝିଲି ପ୍ରଧାନ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି।କୁରାଳ ପଞ୍ଚାୟତରେ ତିନୋଟି କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ଏହି ତିନୋଟି ସେଣ୍ଟରରେ ୮୬ ଜଣ ସୁରଟ ଫେରନ୍ତା ରହିଛନ୍ତି।

ଗୁରବାର ଏହି ଅଞ୍ଚଳରେ ୧୦ ଜଣଙ୍କ ଠାରେ କରୋନା ପଜିଟିଭ୍ ବାହାରିଥିଲା ।ଶନିବାର ମଧ୍ୟ ଏଠାରୁ ଆହୁରି ୬ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।୧୬ଟି ପଜିଟିଭ୍ ବାହାରିବା ପରେ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ପ୍ରବାସୀମାନେ ସୁରଟରୁ ଆଣିଥିବା କିଛି ଜିନିଷପତ୍ର ପରିବାର ଲୋକଙ୍କୁ ଦେଇଥିବା ସନ୍ଦେହ କରି ସରପଞ୍ଚ ଏଭଳି ନିଷ୍ପତି ନେଇଛନ୍ତି। ଆଜି ନିଜେ ସରପଞ୍ଚ , ଅଙ୍ଗନଓବାଡି କର୍ମୀ , ଆଶାକର୍ମୀ , ପୋଲିସ କର୍ମଚାରୀ ଏବଂ କିଛି ସମାଜସେବୀ ଗଁରେ ବୁଲି ଲୋକମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା । ଲୋକମାନେ ଆତଙ୍କିତ ନହେବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି। ଲୋକମାନେ ଘରୁ ବାହାରନ୍ତୁ ନାହିଁ, ସାମାଜିକ ଦୁରତ୍ବ ରକ୍ଷା କରନ୍ତୁ, ସାବୁନ୍ କିମ୍ବା ସାନିଟାଇଜରରେ ବାରମ୍ବାର ହାତ ଧୁଅନ୍ତୁ ଏଭଳି ବାର୍ତ୍ତା ଗାଁରେ ମାଇକ୍ ଦ୍ବାରା ପ୍ରଚାର କରାଯାଇଛି । ସରପଞ୍ଚଙ୍କ ଏଭଳି ନିଷ୍ପତିକୁ ଗାଁର ଲୋକମାନେ ମଧ୍ୟ ସ୍ବାଗତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.