ବୁହାନରେ ସରିଲା ଲକଡାଉନ ଅବଧି : ରାସ୍ତାରେ ଲୋକଙ୍କ ଭିଡ, ୨୪ ଘଣ୍ଟାରେ ଚୀନରେ ଗୋଟିଏ ବି ମୃତ୍ୟୁ ମାମଲା ନାହିଁ
8/04/2020 at 12:16 PM

ନୂଆଦିଲ୍ଲୀ ୦୮/୦୪ : ଯେଉଁ ଚୀନରୁ ଭୟଙ୍କର କରୋନା ଭାଇରସ ସାରା ଦୁନିଆକୁ ବ୍ୟାପିଛି ସେଠାରେ ଲକଡାଉନ ଅବଧି ଶେଷ ହୋଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ଗୋଟିଏ ହେଲେ ମୃତ୍ୟୁ ହୋଇନାହିଁ | ଜାନୁଆରୀ ମାସରୁ ଚୀନରେ କରୋନା ବ୍ୟାପିବା ଆରମ୍ଭ ହୋଇଥିଲା | ସେବେଠାରୁ ଏବେଯାଏଁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମଥର ଚୀନରେ କୌଣସି ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ | କରୋନାର ଜନ୍ମସ୍ଥଳୀ ବୁହାନରେ ମଧ୍ୟ ଲକଡାଉନ ହଟାଇ ଦିଆଯାଇଛି | ଜାନୁଆରୀ ୨୩ ତାରିଖରୁ ବୁହାନରେ ଲକଡାଉନ ଜାରି କରାଯାଇଥିଲା | ଲକଡାଉନ ହଟିବା ଆରେ ରାସ୍ତାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା | ବୁହାନରେ ଗତ ୧୪ ଦିନ ମଧ୍ୟରେ ୨ଜଣ ସଂକ୍ରମିତ ହୋଇଥିବା ଜଣାପଡିଥିଲା |
ମଙ୍ଗଳବାର ଦିନ ଚୀନର ନ୍ୟାସନାଲ ହେଲ୍ଥ କମିଶନ କହିଥିଲେ ଯେ, ସୋମବାର ଦିନ ମୋଟ ୩୨ ମାମଲା ସାମ୍ନାକୁ ଆସିଥିଲା | ଏ ସମସ୍ତେ ବିଦେଶରୁ ଆସିଥିଲେ | ଚୀନରେ ଜାନୁଆରୀ ମାସରୁ କରୋନା ପ୍ରକୋପ ଆରମ୍ଭ ହୋଇଥିଲା | ଫେବୃଆରୀ ମାସରେ ଏହା ଚରମ ସୀମାରେ ପହଞ୍ଚିଥିଲା | କିନ୍ତୁ ମାର୍ଚ୍ଚ ଆରମ୍ଭରୁ ଧୀରେ ଧୀରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଥିଲା | ଏପ୍ରିଲ ମାସରେ କରୋନା ପ୍ରାୟତଃ ଶେଷ ହେବାକୁ ବସିଛି | ତେବେ ବିଦେଶୀଙ୍କ ପାଇଁ ଚୀନରେ ପୁଣି ବିପଦ ଦେଖା ଦେଇପାରେ ବୋଲି ଆଶଙ୍କା କରିଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛନ୍ତି ଯେ ୯୯ ପ୍ରତିଶତ ସଂକ୍ରମଣ ଲୋକ ବିଦେଶରୁ ଚୀନକୁ ଫେରିବା ପରେ ସାମ୍ନାକୁ ଆସିଥିଲା | ଏମାନଙ୍କ ମଧ୍ୟରୁ ଅଧିକାଂଶ ଚୀନ ନାଗରିକ ଅଛନ୍ତି |
କରୋନା ବିଷୟରେ କହିଲେ ଏସିମ୍ପ୍ଟମେଟିକ ରୋଗୀ ବି ରହିଛନ୍ତି ଯେଉଁମାନେ କରୋନାରେ ସଂକ୍ରମିତ ହୋଇଥାନ୍ତି କିନ୍ତୁ ତାଙ୍କ ଭିତରେ କୌଣସି ଲକ୍ଷଣ ଦେଖା ଦେଇନଥାଏ | ଏମାନଙ୍କ ଉପରେ ବର୍ତ୍ତମାନ ଅଧିକ ନଜର ରଖ ଯାଉଛି | ସୋମବାର ଦିନ ଏହିଭଳି ୩୦ଟି ମାମଲା ସାମ୍ନାକୁ ଆସିଥିଲା | ଏପର୍ଯ୍ୟନ୍ତ ମୋଟ ୧୦୩୩ ଏହିଭଳି ମାମଲା ସାମ୍ନାକୁ ଆସିଛି | ଏହା ଦୁନିଆର ମୋଟ ଏସିମ୍ପ୍ଟମେଟିକ ମାମଲାର ଏକ ତୃତୀୟାଂଶ | ବିଦେଶରୁ ଆସୁଥିବା ସମସ୍ତ ନାଗରିକଙ୍କ ସଂକ୍ରମଣ ପରୀକ୍ଷା କରାଯାଉଛି | ରିପୋର୍ଟ ଅନୁଯାୟୀ, ଚୀନରେ ଏବେ ଯାଏଁ ୮୧ ହଜାର ୭୪୦ ସଂକ୍ରମିତ ହୋଇଛନ୍ତି ଓ ୩ ହଜାର ୩୩୧ ଜନ ପ୍ରାଣ ହରାଇଛନ୍ତି |