Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁପି, ଦିଲ୍ଲୀ ପରେ ମଧ୍ୟପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି- ପୂରା ସିଲ୍ ହେବ ଭୋପାଳ, ଇନ୍ଦୋର ଓ ଉଜ୍ଜୈନ

8/04/2020 at 10:27 PM

ଭୋପାଳ ୦୮।୦୪: କରୋନା ଭାଇରସ୍‌ ପ୍ରକୋପକୁ ନେଇ ଉତ୍ତର ପ୍ରଦେଶ, ଦିଲ୍ଲୀ ପରେ ଏବେ ମଧ୍ୟ ପ୍ରଦେଶ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ତିନି ସହର ଇନ୍ଦୋର, ଭୋପାଳ ଓ ଉଜ୍ଜୈନରେ କରୋନା ପଜିଟିଭ୍ ସଂଖ୍ୟା ବଢୁଥିବା ଦେଖି ଶିବରାଜ ସରକାର ଗୁରୁବାର ଏହି ତିନି ସହରକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଧିକ ସଂକ୍ରମଣ ବିଶିଷ୍ଟ ସହର ଇନ୍ଦୋର, ଭୋପାଳ ଓ ଉଜ୍ଜୈନକୁ ସଂପୂର୍ଣ୍ଣ ଭାବେ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅନ୍ୟ ଜିଲ୍ଲାରେ ମଧ୍ୟ  ସଂକ୍ରମିତ କ୍ଷେତ୍ରକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ସବୁ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା କରିବା ସହ ଗମନାଗମନ ସଂପୂର୍ଣ୍ଣ ବନ୍ଦ ରଖିବାକୁ କହିଛନ୍ତି। ଏହା ବ୍ୟତୀତ ଜରୁରୀ ସାମଗ୍ରୀର ହୋମ୍ ଡେଲିଭରୀ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଦାୟିତ୍ଵ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ରୋଗ ଲୁଚାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେ ଜନତାଙ୍କୁ ଅପିଲ୍ କରିଛନ୍ତି ଯେ, ସଂକ୍ରମଣରୁ ବଞ୍ଚିବା ପାଇଁ ମାସ୍କ ଲଗାଇ ଘରୁ ବାହାରନ୍ତୁ। ଉଲ୍ଲେଖଯୋଗ୍ୟ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୨୧୩ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ଏହି ମହାମାରୀରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି।

   Related Posts