ଲକଡାଉନ୍ ବେଳେ ATMରୁ କାଢି ପାରୁ ନାହାନ୍ତି କି ଟଙ୍କା ! ହୋମ ଡେଲିଭରୀ କରିବ ବ୍ୟାଙ୍କ
25/03/2020 at 3:00 PM

ନୂଆଦିଲ୍ଲୀ ୨୫।୦୩: ସମଗ୍ର ଦେଶରେ କରୋନା ଭୂତାଣୁର ପ୍ରକୋପ କାରଣରୁ ୨୧ ଦିନିକି ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି କେବଳ ଘରେ ହିଁ ରହିବେ। ମାତ୍ର କିଛି ପରିସ୍ଥିତିରେ କୋହଳ କରାଯାଇଛି।
ଏଥିରୁ ଗୋଟିଏ ସ୍ଥିତି ହେଉଛି ଏଟିଏମରୁ ଟଙ୍କା କାଢିବା। ଯଦି ଆପଣଙ୍କ ଘରଠୁ ଏଟିଏମ ମେସିନ ଦୂରରେ ରହିଛି ତେବେ ଆପଣଙ୍କୁ ବାହାରକୁ ବାହାରିବାରେ ସମସ୍ୟା ହୋଇପାରେ। ଏମିତି ସ୍ଥିତିରେ ଆମେ ଆପଣଙ୍କୁ ଏମିତି ସୁବିଧା ବିଷୟରେ କହିବାକୁ ଯାଉଛୁ, ଯାହା ଜରିଆରେ ଘରେ ବସି ଆପଣ ନଗଦ ଅର୍ଥ ମଗାଇ ପାରିବେ।

ଦେଶର ଅଧିକାଂଶ ବ୍ୟାଙ୍କ କିଛି ସର୍ତ୍ତ ସହିତ କ୍ୟାସର ହୋମଡେରିଭରୀ କରିଥାନ୍ତିା। ମାତ୍ର ଏଥିପାଇଁ ଏହା ଜରୁରୀ ଯେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଥିବା ଦରକାର। ଏହି ସୁବିଧା ପ୍ରଦାନ କରୁଥିବା ବ୍ୟାଙ୍କ ମଧ୍ୟରେ ଏସସବିଆଇ ବ୍ୟତୀତ ଘରୋଇ କ୍ଷେତ୍ରର ପ୍ରାୟତଃ ସବୁ ବଡ ବ୍ୟାଙ୍କ ମଧ୍ୟ ସାମିଲ ରହିଛି।
ଏସବିଆଇ ଡୋରଷ୍ଟେପ୍ ଡେଲିଭରୀ ଆଧାରରେ ନଗଦ ଅର୍ଥ ମଗାଇବା, ଅର୍ଥ ଜମା କରିବାର ସୁବିଧା ଗ୍ରାହକଙ୍କ ପ୍ରଦାନ କରୁଛି। ସଂପ୍ରତି ଏହି ସୁବିଧା କେବଳ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ କିମ୍ବା ବିଶେଷ ପଞ୍ଜିକରଣ ଦେଉଥିବା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ୧୦୦ ଟଙ୍କା ଶୁଳ୍କ ଲାଗିଥାଏ।

ଏହି ପରି ଏଚଡିଏଫସି ମଧ୍ୟ ଘରକୁ ନଗଦ ଅର୍ଥ ପହଞ୍ଚାଇବାର ସୁବିଧା ପ୍ରଦାନ କରୁଛି। ଏହାର ସୀମା ୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିପାଇଁ କିଛି ଶୁଳ୍କ ମଧ୍ୟ ଦେବାକୁ ପଡିବ। ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକଙ୍କୁ କ୍ୟାସ୍ ଡେଲିଭରୀ ପାଇଁ Bank@himeservice ଲଗଇନ୍ କରିବାକୁ ହେବ କିମ୍ବା କଷ୍ଟରକେୟାର ଫୋନ୍ କରି ମଧ୍ୟ ଏହି ସୁବିଧା ପାଇ ପାରିବେ।

ଏହି ପରି ଏକ୍ସିସ ବ୍ୟାଙ୍କ ମଧ୍ୟ ଡୋରଷ୍ଟେପ୍ କ୍ୟାସ୍ ସୁବିଧା ଉପଲବ୍ଧ କରାଉଛି। ଅଧିକ ସୂଚନା ପାଇଁ ବ୍ୟାଙ୍କର ଓ୍ଵେବସାଇଟ୍ https://www.axisbank.com/bank-smart/doorstep-banking/ doorstep-bankin କ୍ଲିକ୍ କରିବାକୁ ପଡିବ। ଏହା ବ୍ୟତୀତ ବ୍ୟାଙ୍କ କିମ୍ବା ଅନେକ କମ୍ପାନୀ ଘରେ ବସି ଲୋନ୍ ସୁବିଧା ମଧ୍ୟ ଦେଉଛନ୍ତି। ଏଥିପାଇଁ ଆପ କିମ୍ବା ବ୍ୟାଙ୍କ ଓ୍ଵେବସାଇଟ୍ ଯାଇ ସୂଚନା ନେବାକୁ ପଡିବ।
ଏହି ସବୁ ମଧ୍ୟରେ ଆରବିଆଇ ପକ୍ଷରୁ ଲୋକଙ୍କୁ ଡିଜିଟାଲ ଟ୍ରାଞ୍ଜେକ୍ସନ କରିବାକୁ ଅପିଲ୍ କରାଯାଇଛି। କ୍ୟାସରୁ କରୋନା ଭାଇରସ ବ୍ୟାପିବାର ଆଶଙ୍କା ପ୍ରକାଶ କରାଯାଇଛି। ଏହି କାରଣରୁ ଡିଜିଟାଲ ଟ୍ରାଞ୍ଜେକ୍ସନ ଉପରେ ଜୋର ଦିଆଯାଉଛି।