Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌. ଦେଶବ୍ୟାପୀ ପୁଣି ଲକ୍‌ଡାଉନ୍‌ ଘୋଷଣା କଲେ ସରକାର

5/01/2021 at 8:52 AM

ନୂଆଦିଲ୍ଲୀ ୦୫।୦୧: କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ବଢିବାରେ ଲାଗିଛି । କିଛି ଦେଶରେ ଏହି ସଂକ୍ରମଣ ବଢୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏସବୁ ମଧ୍ୟରେ ବ୍ରିଟେନ୍‌ରେ ମଧ୍ୟ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ବଢିବାରେ ଲାଗିଛି । ଏଥିଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କିଛି କଡ଼ା ପଦକ୍ଷେପ ନେଇଛନ୍ତି । ଦେଶରେ ଲାଗିଥିବା ପ୍ରତିବନ୍ଧକୁ ଆହୁରି କଡ଼ାକଡ଼ି କରିବାକୁ ଘୋଷଣା କରିଛନ୍ତି । ପୁରା ଦେଶରେ ପୁଣି ଲକ୍‌ଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ୍‌ ସରକାର । ଫେବୃଆରୀ ୧୫ ଯାଏଁ ଏହି କଟକଣା ଜାରି ରହିବ।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶରେ ବର୍ତ୍ତମାନ କରୋନାର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମଣ ସଂଖ୍ୟା ବଢିବାରେ  ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସ୍ଥିତିରେ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ଯାହାଦ୍ୱାରା କି ଅନେକ ଜୀବନ ମୃତ୍ୟୁମୁଖରୁ ବଞ୍ଚିପାରିବ । ଅସମ୍ବେଦଶୀଳ ଅଞ୍ଚଳରେ ଲୋକଙ୍କୁ ସାବଧାନ ସହ କାମ କରିବାକୁ ଅପିଲ୍‌ କରିବାକୁ କହିଛନ୍ତି । ଯଦି ଆବଶ୍ୟକ ନାହିଁ , ତେବେ କେହି ବି ହେଲେ ଘରକୁ ବାହାରନ୍ତୁ ନାହିଁ । ଲୋକମାନେ ନିୟମିତ ଭାବେ ମାସ୍କ ପିନ୍ଧନ୍ତୁ । କିଛି ସପ୍ତାହ ପାଇଁ ଦେଶରେ କଡ଼ା ନିୟମ ଲାଗୁ କରିବାକୁ ପଡୁଛି । ଯାହାଦ୍ୱାରା କି ଆମେ କରୋନାର ନୂଆ ଷ୍ଟ୍ରେନ୍‌କୁ କଣ୍ଟ୍ରୋଲ କରିବାରେ ସକ୍ଷମ ହେବା । ଦେଶରେ କ୍ଷୀପ୍ର କ୍ଷତିରେ କରୋନା ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି ।ମଙ୍ଗଳବାର ଦିନର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟାରେ ୮୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ସମୟ ଆମକୁ ଏକ୍‌ଜୁକ ହୋଇ ରହିବାର ଅଛି । ଯାହାଦ୍ୱାରା କି ଆମେ କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣରେ ରୋକ୍‌ ଲଗାଇପାରିବା । ଯଦି ଆମେ ଲଗାଇଥିବା କଡ଼ା ନିୟମରେ ସଫଳ ହେଉଛେ, ତେବେ ଫେବୃଆରୀ ମାସ ସୁଦ୍ଧା ଏହି ଭାଇରସରେ ନିୟନ୍ତ୍ରଣ ପାଇପାରିବ । ଲୋକଙ୍କ ଜୀବନ ବଞ୍ଚାଇବାକୁ ପାଇଁ ସରକାର ଲକ୍‌ଡାଉନ ଲଗାଇବାକୁ ଯାଉଛନ୍ତି ।

   Related Posts