Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଲକ୍‌ଡାଉନ୍‌ ଖୋଲିବାକୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଲେ କୋଭିଡ୍ ପ୍ୟାନେଲ୍, କିନ୍ତୁ ସ୍କୁଲ-କଲେଜ୍ ବନ୍ଦ ରହିବ

29/05/2020 at 3:14 PM

ନୂଆଦିଲ୍ଲୀ ୨୯।୦୫: ଦେଶରେ କରୋନା ଭୂତାଣୁ ସଂକ୍ରମଣ କାରଣରୁ ଲାଗୁ ଲକ୍‌ଡାଉନ୍ ୪.୦ର ମିଆଦ ମେ ୩୧ରେ ସମାପ୍ତ ହେଉଛି। ଏହା ପରେ କଣ ଜୁନ ୧ରୁ ଲକ୍‌ଡାଉନ୍ ୫.୦ ଲାଗୁ ହେବ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ପୂର୍ବରୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍ ଟାସ୍କ ଫୋର୍ସର ଦୁଇ ପ୍ୟାନେଲ୍ ଲକ୍‌ଡାଉନ୍‌ ଉପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଲକ୍‌ଡାଉନ୍‌ ଖୋଲିବାକୁ ପରାମର୍ଶ ଦିଆଯାଇଛି।

କୋଭିଡ୍ ଟାସ୍କ ଫୋର୍ସର ଦୁଇ ପ୍ୟାନେଲ୍‌ର ନେତୃତ୍ଵ ସିକେ ମିଶ୍ର ଓ ଡ. ଭିକେ ପଲ୍‌ କରୁଛନ୍ତି। ଦୁଇ ପ୍ୟାନେଲ୍‌ ଲକ୍‌ଡାଉନ୍‌ରୁ କେମିତି ବାହାରିବା ସେ ନେଇ ରିପୋର୍ଟ ଦେଇଛନ୍ତି। ସୂତ୍ର ଅନୁଯାୟୀ, ଲକ୍‌ଡାଉନ୍‌ ହଟାଇବାକୁ ପ୍ରସ୍ତାବରେ କୁହାଯାଇଛି। ମାତ୍ର ସ୍କୁଲ, କଲେଜ୍, ମଲ, ଧାର୍ମିକ ସ୍ଥଳ ପରି ସ୍ଥାନକୁ ଏବେ ମଧ୍ୟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ପ୍ୟାନେଲ୍ ଅନ୍ତରାଷ୍ଟ୍ରୀୟ ଉଡାଣ ଲାଗି କୌଣସି ପ୍ରସ୍ତାବ ଦେଇ ନାହାନ୍ତି।

ଏହା ବ୍ୟତୀତ ଯେଉଁ ଅଞ୍ଚଳରେ କରୋନା ପ୍ରକୋପ ଅଧିକ ରହିଛି, ସେଠାରେ କଟକଣା ପୂର୍ବବତ୍ତ କଡାକଡି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏବେ ତ କେବଳ ପ୍ୟାନେଲ୍ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଏହା ଉପରେ ଅନ୍ତିମ ନିର୍ଣ୍ଣୟ ଗୃହ ମନ୍ତ୍ରଣାଳୟ ଓ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ହିଁ ନେବେ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୧ଟି ପ୍ୟାନେଲ୍‌ ଗଠନ କରାଯାଇଥିଲା। ଯାହାଙ୍କ କାମ ଲକ୍‌ଡାଉନ୍‌କୁ ନେଇ ରିପୋର୍ଟ ପ୍ରସ୍ତୁତ କରିବା ଥିଲା।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍ ୫କୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଏକ ଲମ୍ବା ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବାସଭବନରେ ଅନୁଷ୍ଠିତ ବୈଠକରେ ମେ ୩୧ ପରର ରଣନୀତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି। ଏହା ପୂର୍ବରୁ ଗୁରୁବାର ଗୃହ ମନ୍ତ୍ରୀ ଅମିତ୍ ଶାହା ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଲକ୍‌ଡାଉନ୍‌ ନେଇ ସେମାନଙ୍କର ମତାମତ ଜାଣିବାକୁ ଚାହିଁଥିଲେ।

ଦେଶରେ ମାର୍ଚ୍ଚ ୨୫ରେ ପ୍ରଥମ ଲକ୍‌ଡାଉନ୍‌ ଲଗା ଯାଇଥିଲା। ତେବେଠୁ ଏ ପର୍ଯ୍ୟନ୍ତ ପ୍ରାୟ ୭୦ ଦିନ ହେବ ଦେଶ ଲକ୍‌ଡାଉନ୍‌ରେ ରହିଛି। କିନ୍ତୁ ଏବେ ବି ଅନେକ ରାଜ୍ୟ ନିଜ ପକ୍ଷରୁ ଲକ୍‌ଡାଉନ୍‌ ବଢାଇଛନ୍ତି କିମ୍ବା ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି।

   Related Posts