ଦେଶରେ ଜୁନ୍ ୩୦ ଯାଏ ବଢିଲା ଲକ୍‌ଡାଉନ୍, ସପିଂ ମଲ୍, ହୋଟେଲ୍ ଓ ଧାର୍ମିକ ସ୍ଥଳ ଖୋଲିବାକୁ ମଞ୍ଜୁରୀ

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ ୩୦।୦୫: କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍ ବଢାଇଛନ୍ତି। ଲକ୍‌ଡାଉନ୍‌ ୫.୦ର ଅବଧି ଜୁନ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ରହିବ। କିନ୍ତୁ ଏହି ଲକ୍‌ଡାଉନ୍‌ରେ କଟକଣା ଆହୁରି କୋହଳ କରାଯାଇଛି। ସ୍କୁଲ-କଲେଜ୍‌ ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଛି। ଜୁଲାଇ ମାସରେ ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେବେ। କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ଅଞ୍ଚଳ ପର୍ଯ୍ୟାକ୍ରମେ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଜୁନ ୮ରୁ ହୋଟେଲ, ମଲ୍, ରେସ୍ତୋରାଁ ଓ ଧାର୍ମିକ ସ୍ଥଳ ଖୋଲା ଯିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସରକାର ସର୍ତ୍ତ ସହିତ ଏସବୁ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ସେଲୁନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।

ସମଗ୍ର ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। ଲୋକେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ପାସ୍‌ ଦେଖାଇବା ଜରୁରୀ ନାହିଁ। ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ବି ମେଟ୍ରୋ ସେବା, ଜିମ୍, ସୁଇମିଂ ପୁଲ୍, ସିନେମା ହଲ ବନ୍ଦ ରହିବ।

wp:core-embed/twitter {"url":"https://twitter.com/PIBHomeAffairs/status/1266723964015050752?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1266723964015050752\u0026ref_url=https%3A%2F%2Faajtak.intoday.in%2Fstory%2Fcorona-virus-lockdown-5-modi-government-new-guidelines-issued-1-1195983.html","type":"rich","providerNameSlug":"twitter","className":""}
https://twitter.com/PIBHomeAffairs/status/1266723964015050752?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1266723964015050752&ref_url=https%3A%2F%2Faajtak.intoday.in%2Fstory%2Fcorona-virus-lockdown-5-modi-government-new-guidelines-issued-1-1195983.html
/wp:core-embed/twitter

ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ଅନଲକ-୧ର ନାମ ଦେଇଛନ୍ତି। ଅନଲକ-୧କୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଏହାରି ଆଧାରରେ ପର୍ଯ୍ୟାୟକ୍ରମେ ଦେଶରେ ସବୁ କଟକଣା ହଟାଇ ଦିଆଯିବ।

ପର୍ଯ୍ୟାୟ -୧

ଗୃହ ମନ୍ତ୍ରଣାଳୟ କହିଛି ଯେ, ପ୍ରଥମ ପର୍ଯ୍ୟାୟ ଜୁନ୍ ୮ରୁ ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳ ଲୋକଙ୍କ  ପାଇଁ ଖୋଲି ଦିଆଯିବ। ହୋଟେଲ୍, ରେସ୍ତୋରାଁ ଓ ଅନ୍ୟ ସୁବିଧା ଖୋଲିବାକୁ ଅନୁମତି ଦିଆଯାଇଛି। ସପିଂ ମଲ୍ ମଧ୍ୟ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି। ସରକାର ଏଥିପାଇଁ ନୂତନ ମାର୍ଗଦର୍ଶିକା ଜାରି କରିବେ।

ପର୍ଯ୍ୟାୟ-୨

ଦ୍ଵିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ୍, ଶିକ୍ଷା ସଂସ୍ଥା ଓ କୋଚିଂ ସଂସ୍ଥା ଆଦି ଖୋଲିବାକୁ ଅନୁମତି ଦିଆଯିବ। ଏଥିପାଇଁ ପ୍ରଥମେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ। ଏହା ପରେ ଯାଇ ନିଷ୍ପତ୍ତି ନିଆଯିବ।

ପର୍ଯ୍ୟାୟ-୩

ତୃତୀୟ ପର୍ଯ୍ୟାୟରେ ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ରେଲ୍, ସିନେମା ହଲ୍‌, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଆଦି ଖୋଲିବାକୁ ଅନୁମତି ମିଳିବ। ଏଥିପାଇଁ ପ୍ରଥମେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.