ସଙ୍କେତ ଦେଲେ ଜାଭେଦକର: ସଂପୂର୍ଣ୍ଣ ସାଧାରଣ ହେବ ଲକ୍‌ଡାଉନ୍‌ ୫.୦, କେବଳ କିଛି ଅଞ୍ଚଳରେ ରହିବ କଟକଣା

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ ୩୦।୦୫: କରୋନା ଭୂତାଣୁ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ଦେଶବ୍ୟାପୀ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ତେବେଠୁ ନେଇ ଆଜି ପର୍ଯ୍ୟନ୍ତ ଚାରି ଥର ଲକ୍‌ଡାଉନ୍‌ର ଅବଧି ବଢାଯାଇଛି। ମେ ୩୧ରେ ଲକ୍‌ଡାଉନ୍‌ ୪ର ଅବଧି ଶେଷ ହେଉଛି। ଏମିତିରେ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ଲକ୍‌ଡାଉନ୍‌ ବଢିବ କି ନାହିଁ। ଏହି କ୍ରମରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଲକ୍‌ଡାଉନ୍‌ ୫.୦ ବିଷୟରେ କିଛି ମହତ୍ଵପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଏବେ ଏହି ଲକ୍‌ଡାଉନ୍‌ରେ କମ ରହିବ। ଅର୍ଥାତ କଟକଣା ଆହୁରି କୋହଳ କରାଯିବ।

ସାଧାରଣ ହେବ ଲକ୍‌ଡାଉନ୍‌ ୫.୦

କେନ୍ଦ୍ର ମନ୍ତ୍ରୀ ଏକ ନ୍ୟୁଜ୍ ଚ୍ୟାନେଲ୍‌ ସହ ଆଲୋଚନା ବେଳେ କହିଛନ୍ତି, ଲକ୍‌ଡାଉନ୍‌ ୫.୦ ସଂପୂର୍ଣ୍ଣ ଭାବେ ସାଧାରଣ ରହିବ। ଏଥିରେ କେବଳ କିଛି ଅଞ୍ଚଳରେ କଟକଣା ଲାଗୁ କରାଯିବ। ବାକି ଅଞ୍ଚଳରେ ଲକ୍‌ଡାଉନ୍‌ ଖୋଲି ଦିଆଯିବ। ସେ କହିଛନ୍ତି ଏପରି ସମୟ ସର୍ବଦା  ଲାଗି ରହିବ। ଏବେ ପାରୁ ପର୍ଯ୍ୟନ୍ତ ଲୋକଙ୍କୁ କୋହଳ ଦିଆଯିବ। ତେଣୁ ଆଶା କରାଯାଉଛି, ଜନଜୀବନ ଶୀଘ୍ର ସ୍ଵାଭାବିକ ହେବ ବୋଲି ପ୍ରକାଶ ଜାଭେଦକର କହିଛନ୍ତି।

{"id":278528,"width":574,"height":323,"sizeSlug":"large"}

ସେ ଲକ୍‌ଡାଉନ୍‌କୁ ଅତି ଜରୁରୀ ପଦକ୍ଷେପ ଦର୍ଶାଇ କହିଛନ୍ତି, ଯଦି ଦେଶରେ ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇ ନଥାନ୍ତା ତେବେ ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୦  ଲକ୍ଷ ହୋଇଥାନ୍ତା। ଲକ୍‌ଡାଉନ୍‌ କାରଣରୁ ଆଜି ଆମ ଦେଶର ଜନସଂଖ୍ୟା ତୂଳନାରେ ସଂକ୍ରମିତ ସଂଖ୍ୟା ବହୁତ କମ ରହିଛି। କରୋନା ଜନିତ ମୃତ୍ୟୁ ମାମଲାରେ ପୂରା ବିଶ୍ଵରେ ସବୁଠୁ ଅଧିକ କମ ମୃତ୍ୟ ମାମଲା ଭାରତରେ ରହିଛି।

ଏମିତି ହୋଇପାରେ ଲକ୍‌ଡାଉନ୍‌ ୫.୦ର ସ୍ଵରୂପ

କେନ୍ଦ୍ର ସରକାର ଏକ ନୂତନ ଗାଇଡ୍‌ଲାଇନ୍‌ ଉପରେ କାମ କରୁଛନ୍ତି। ଏହାରି ଆଧାରରେ ଜୁନ ୧ରୁ ଦେଶର ଅଧିକାଂଶ ଭାଗରୁ  ଲକ୍‌ଡାଉନ୍‌ ହଟାଇ ଦିଆଯିବ। ଦେଶର କେବଳ ୧୩ଟି ସହରକୁ ଛାଡି ଦେଲେ ବାକି ଅଞ୍ଚଳରେ କଟକଣା ହଟାଇ ଦିଆଯାଇପାରେ। ହୋଟେଲ୍, ମଲ୍‌ ଓ ରେସ୍ତୋରାଁକୁ ମଧ୍ୟ ଜୁନ ୧ରୁ ଖୋଲିବାକୁ ଅନୁମତି ମିଳିପାରେ।

{"id":278529,"sizeSlug":"large"}

ମେ ୩୧ରେ ଜାରି ହୋଇପାରେ ନୂତନ ଗାଇଡ୍‌ଲାଇନ୍‌

ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ନେତା ନୂତନ ମାର୍ଗଦର୍ଶିକାକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ମେ ୩୧ରେ  ଆଗାମୀ ୧୫ ଦିନ ଲାଗି ସମଗ୍ର ଦେଶରେ ଲାଗୁ  ହେବାକୁ  ଥିବା ମାର୍ଗଦର୍ଶିକା ଜାରି କରାଯାଇପାରେ।

ଏହି ୧୩ଟି ସହରରେ କଟକଣା ଜାରି ରହିପାରେ

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ଠାଣେ, ପୁଣେ, ହାଇଦ୍ରାବାଦ, କୋଲକାତା, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗଲପଟ୍ଟୁ ଓ ତିରୁଅଲୁରରେ ଲକ୍‌ଡାଉନ୍ ପୂର୍ବଭଳି ଲାଗୁ ହୋଇପାରେ।

{"id":278530,"sizeSlug":"large"}

ପର୍ଯ୍ୟାୟକ୍ରମେ ହୋଟେଲ୍‌ ଖୋଲା ଯାଇପାରେ

ହୋଟେଲ୍, ମଲ୍‌, ରେସ୍ତୋରାଁକୁ ଜୁନ୍‌ ୧ରୁ ଖୋଲିବାକୁ ଅନୁମମି ମିଳିପାରେ। କିନ୍ତୁ ପର୍ଯ୍ୟାୟ କ୍ରମେ ହୋଟେଲ୍‌ ଖୋଲାଯିବ। ଏହି ବିଷୟରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ସଂପ୍ରତି ଦେଶରେ ହୋଟେଲ୍ ସେବା ସଂପୂର୍ଣ୍ଣ ବନ୍ଦ ରହିଛି।

ସୂତ୍ର ଅନୁଯାୟୀ ଜୁନ ୧ରୁ ଅଧିକାଂଶ ସାର୍ବଜନିନ ପରିବହନକୁ ସାମାଜିକ ଦୂରତା ମାନକ ସହିତ ଆରମ୍ଭ କରାଯାଇପାରେ। ମାତ୍ର ମେଟ୍ରୋ ସଞ୍ଚାଳନକୁ ଏବେ ଅନୁମତି ଦେବାର ସମ୍ଭାବନା କମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.