ଲକ୍‌ଡାଉନ୍‌ ୪.୦: ବାଇକ୍‌ରେ ଦୁଇ ଜଣ, କାରରେ ଡ୍ରାଇଭର ସହ ଯାଇ ପାରିବେ ୨ ଜଣ, ଜାଣନ୍ତୁ ସବିଶେଷ କେଉଁ ଜୋନ୍‌ରେ କ'ଣ ମିଳିଛି କୋହଳ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୦୫: ଦେଶରେ ଲକ୍‌ଡାଉନ୍‌ ୪ର ଘୋଷଣା କରାଯାଇଛି। ଦେଶରେ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ମେ ୧୮ରୁ ମେ ୩୧ ପର୍ଯ୍ୟନ୍ତ ଅର୍ଥାତ ୧୪ ଦିନ ହେବ। ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ ଦେଶର ସମସ୍ତ ସ୍କୁଲ, କଲେଜ, ମଲ୍ ଓ  ଜିମ୍ ବନ୍ଦ ରହିବ। ଏହା ସହିତ ମେ ୩୧ ପର୍ଯ୍ୟନ୍ତ ମେଟ୍ରୋ ଓ ବିମାନ ସେବା ସଞ୍ଚାଳନ ସଂପୂର୍ଣ୍ଣ ବନ୍ଦ ରହିବ। କିନ୍ତୁ ସ୍ଵତନ୍ତ୍ର ଟ୍ରେନ୍‌ ସବୁ ଜୋନରେ ଚଳାଚଳ କରି ପାରିବ।

ଗାଇଡ୍‌ ଲାଇନ୍‌ ଅନୁଯାୟୀ  ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ବାଇକ୍‌ରେ ଦୁଇ ଜଣ ଯାଇ ପାରିବେ। କିନ୍ତୁ ରେଡ୍‌ ଜୋନ୍‌ରେ କେବଳ ଜଣେ ବାଇକ୍‌ରେ ଯାତ୍ରା କରି ପାରିବେ। ସେହି ପରି ରେଡ୍, ଗ୍ରୀନ, ଅରେଞ୍ଜ ଜୋନ୍‌ରେ କାରରେ ଡ୍ରାଇଭର ସହ ପଛ ସିଟ୍‌ରେ ୨ ଜଣ ବସି ଯାଇ ପାରିବେ। ସବୁ ଜୋନ୍‌ରେ ଅଟୋ ଓ ଟ୍ୟାକ୍ସିରେ ଚାଳକ ସହ କେବଳ ଜଣେ ଯାତ୍ରୀ ଯାଇ ପାରିବେ।

ଲକ୍‌ଡାଉନ୍‌ ୪.୦ରେ ମଧ୍ୟ ତିନୋଟି  ଜୋନ୍‌ରେ ମଦ, ପାନ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଦୋକାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡା ଯାଇଛି।

ସେଲୁନ ଖୋଲିବ କି ନାହିଁ ତାର ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଆସନ୍ତୁ ଜାଣିବା ଲକ୍‌ଡାଉନ୍‌ ୪.୦ରେ କଣ ଖୋଲିବ ଏବଂ କଣ ବନ୍ଦ ରହିବ।

{"id":271660,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.