ବଢିବ ଲକଡାଉନ୍: ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ୧୮ ମେ ପୂର୍ବରୁ ଲକଡାଉନ୍-୪ ସୂଚନା, ହେବ ନୂଆ ପ୍ରକାର

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ, ୧୨|୦୫ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ର ନାମରେ ନିଜର ସନ୍ଦେଶରେ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟରେ ନିୟମ ବଦଳି ଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଗାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ସଂପୂର୍ଣ୍ଣ ଭାବେ ନୂଆ ରଙ୍ଗରେ ଲାଗୁ ହେବ। ନୂଆ ନିୟମ ଆସିବ। ରାଜ୍ୟଠୁ ଆମକୁ ଯେଉଁ ପ୍ରସ୍ତାବ ମିଳୁଛି, ତାରି ଆଧାରରେ ଲକ୍‌ଡାଉନ୍ ୪ ସମ୍ବନ୍ଧିତ ସମସ୍ତ ସୂଚନା ଆପଣଙ୍କୁ ମେ ୧୮ ପୂର୍ବରୁ ଦିଆଯିବ।

wp:core-embed/twitter {"url":"https://twitter.com/PMOIndia/status/1260223509373960199?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fannouncing-4th-phase-of-lockdown-pm-modi-says-new-measures-to-be-announced-before-18th-may%2Farticleshow%2F75700281.cms","type":"rich","providerNameSlug":"twitter","className":""}
https://twitter.com/PMOIndia/status/1260223509373960199?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fannouncing-4th-phase-of-lockdown-pm-modi-says-new-measures-to-be-announced-before-18th-may%2Farticleshow%2F75700281.cms
/wp:core-embed/twitter

ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ  ନିଜ ଅଭିଭାଷଣରେ କହିଛନ୍ତି ଯେ, କରୋନା ସଂକ୍ରମଣର ମୁକାବିଲା ପାଇଁ ବିଶ୍ୱ ୪ ମାସରୁ ଅଧିକ ସମୟ ନେଲାଣି । ଏହି ସମୟରେ ବିଭିନ୍ନ ଦେଶରେ ୪୨ ଲକ୍ଷରୁ ଅଧିକ ଲୋକ କରୋନ ସଂକ୍ରମିତ ହୋଇଛନ୍ତି । ୩ ଲକ୍ଷରୁ ଅଧିକ ଲୋକଙ୍କୁ ଦୁଃଖଦ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ଅନେକ ପରିବାର ସେମାନଙ୍କ ସଦସ୍ୟଙ୍କୁ ହରାଇଛନ୍ତି । କେବଳ ଗୋଟିଏ ଭାଇରସ ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି । ସମସ୍ତେ ନିଜ ଜୀବନ ରକ୍ଷା କରିବାରେ ଲାଗିଛନ୍ତି । ଏପରି ପୂର୍ବରୁ କେହି ଦେଖି ନଥିଲେ କି ଶୁଣିନଥିଲେ ।

ଏହା ମାନବ ଜାତି ପାଇଁ ଅକଳ୍ପନୀୟ । କିନ୍ତୁ ଥକିବା, ହାରିବା, ଭାଙ୍ଗିବା ମାନବ ସମାଜକୁ ମଞ୍ଜୁର ନୁହେଁ । ସତର୍କ ରହି ଏହି ଯୁଦ୍ଧର ସମସ୍ତ ନିୟମ ପାଳନ କରି ଆମକୁ ଆଗକୁ ବଢିବାକୁ ହେବ । ଏହି ସମୟରେ ନିଜ ସଂକଳ୍ପ ଆହୁରି ମଜବୁତ କରିବାକୁ ହେବ । ଏହା ବିରାଟ ହେବ । ଏକ ବିଂଶ ଶତାବ୍ଦୀ ଭାରତର ହେବ ବୋଲି କୁହାଯାଉଛି । କରୋନା ସଙ୍କଟ ପରେ ମଧ୍ୟ ବିଶ୍ୱରେ ଯେଉଁ ସ୍ଥିତି ଉପୁଜିବ ତାକୁ ବି ଭାରତ ଦେଖୁଛି । ଏହାକୁ ଭାରତର ଦୃଶ୍ୟପଟରେ ଦେଖିଲେ ଏକ ବିଂଶ ଶଦାବ୍ଦୀ ଭାରତର ହେବ ଏହା ଭାରତର ସ୍ପପ୍ନ ନୁହେଁ ସମସ୍ତଙ୍କ ଦାୟିତ୍ୱ ମଧ୍ୟ । ଆଜିର ସ୍ଥିତି ଆମକୁ ଅନେକ କିଛି ଶିକ୍ଷା ଦେଇଛି । ଆତ୍ମ ନିର୍ଭର ଭାରତର ଶିକ୍ଷା ଦେଇଛି କରୋନା । ଶାସ୍ତ୍ରରେ ମଧ୍ୟ ଏନେଇ ଉଲ୍ଲେଖ ରହିଛି । ଗୋଟିଏ ଦେଶ ଭାବେ ଆମେ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରହିଛେ । ଏହି ବଡ ବିପଦ ଭାରତ ପାଇଁ ଗୋଟିଏ ସଙ୍କେତ, ସନ୍ଦେହ ଓ ଅବସର ନେଇ ଆସିଛି ।

ମୋଦୀଙ୍କ ଆର୍ଥିକ ପ୍ୟାକେଜ୍, ଆତ୍ମନିର୍ଭର ଭାରତ ଅଭିଯାନ

ମୋଦୀ କହିଛନ୍ତି ଯେ, ନିକଟରେ ସରକାର କରୋନା ସଙ୍କଟ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯାହାକୁ ମିଶାଇଲେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଯ ଯାହା ଭାରତର ଜିଡିପର ୧୦ ପ୍ରତିଶତ । ଏହା ଜରିଆରେ ଦେଶର ବିଭିନ୍ନ ବର୍ଗଙ୍କୁ, ବ୍ୟବସ୍ଥାକୁ ୨୦ ଲକ୍ଷ କୋଟି ଟଙ୍କା ମିଳିବ । ଏହି ପ୍ୟାକେଜ୍ ୨୦୧୯ରେ ଦେଶର ବିକାଶ ଯାତ୍ରାକୁ ଏକ ନୂଆ ଗତି ଦେବ । ଆତ୍ମ ନିର୍ଭର ଭାରତକୁ ଏହି ପ୍ୟାକେଜରେ ଭୂମି, ଶ୍ରମିକ ଓ ଆଇନ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରିବ । ଏହା କୁଟୀର ଶିଳ୍ପ, ଗୃହଦ୍ୟୋଗ, ଲଘୁ ଉଦ୍ୟୋଗ ପାଇଁ ସହାୟକ ହେବ । ଏହା ଦେଶର ମଧ୍ୟମ ବର୍ଗ ପାଇଁ ମଧ୍ୟ ଅଟେ । ଆଗାମୀ କିଛି ଦିନରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସମସ୍ତ ତଥ୍ୟ ପ୍ରଦାନ କରାଯିବ ।  ସରକାରୀ ଦପ୍ତର ବନ୍ଦ ଥିବା ସତ୍ତ୍ୱେ ଲୋକଙ୍କ ପାଖରେ ଆର୍ଥିକ ସହାୟତା ପହଁଚିଛି । ଏହି ପ୍ୟାକେଜରେ ଅନେକ ପ୍ରାବଧାନ କରାଯାଇଛି ।

ସେ ଆହୁରି କହିଛନ୍ତି ୟେ, ବଡରୁ ବଡ ବ୍ୟବସ୍ଥା ଦୋହଲି ଯାଇଛି । କିନ୍ତୁ ଦେଶରେ ଗରିବ ଭାଇ ଭଉଣୀ ନିଜର ସଙ୍ଘର୍ଷ ଶକ୍ତିକୁ ବୟାନ କରିଛନ୍ତି । ଯାହା ପ୍ରଶଂସନୀୟ । ଏହାକୁ ନଜରରେ ରଖି ଗରିବ, ଶ୍ରମିକଙ୍କ ପାଇଁ ଆର୍ଥିକ ପ୍ୟାକେଜରେ କିଛି ମହତ୍ୱପୂର୍ଣ୍ଣ ଘୋଷଣା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.