Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

Lockdown 4.0: ପୂରା ଦେଶରେ ମେ ୩୧ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ୍, ଆଉ କିଛି ସମୟ ପରେ ଗାଇଡ୍‌ ଲାଇନ୍‌

17/05/2020 at 4:53 PM

ନୂଆଦିଲ୍ଲୀ ୧୭।୦୫:  କେନ୍ଦ୍ର ସରକାର ମେ ୩୧ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍ ବୃଦ୍ଧି କରି ପାରନ୍ତି।  ଲକ୍‌ଡାଉନ୍‌ ୪.୦ର ଅବଧି ୧୪ ଦିନ ରଖାଯାଇପାରେ। ଅର୍ଥାତ ଏହାର ମିଆଦ ମେ ୩୧ ପର୍ଯ୍ୟନ୍ତ ରହିବ। ଏହାକୁ ନେଇ ଗାଇଡ୍ ଲାଇନ୍‌ କିଛି ସମୟ ପରେ ଘୋଷଣା  କରାଯିବ। ଲକ୍‌ଡାଉନ୍‌-୩ର ଆଜି ହେଉଛି ଶେଷ ଦିନ। ଲକ୍‌ଡାଉନ୍‌ ୪.୦ରେ କଣ କଣ ରିହାତି ମିଳିବ ଏବଂ ଏହାର ଗାଇଡ୍ ଲାଇନ୍‌ କଣ ରହିବ, ସେ ବିଷୟରେ ଆଜି ସରକାର ମହତ୍ଵପୂର୍ଣ୍ଣ ଘୋଷଣା କରିବେ।

ଲକ୍‌ଡାଉନ୍‌ ୪ କେମିତି ରହିବ ସେ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯିବ। ଅଧିକାରୀଙ୍କ ଅନୁଯାୟୀ ଲକ୍‌ଡାଉନ୍‌ ୪.୦ରେ ଯାତ୍ରୀବାହୀ ରେଳ ସେବା ଓ ଘରୋଇ ଯାତ୍ରୀ ଉଡାଣ କ୍ରମାନ୍ଵୟରେ ଆରମ୍ଭ ହୋଇପାରେ। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜ ନିଜର ଅଞ୍ଚଳରେ ହଟ୍‌ସ୍ପଟ୍‌ ଚିହ୍ନଟ କରିବାର ଅଧିକାର ଦିଆଯିବ।

ଏବେ କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ସୀମିତ ରହିପାରେ

ଦେଶରେ ଏବେ ସ୍କୁଲ, କଲେଜ୍, ମଲ୍ ଓ ସିନେମା ଘର ଖୋଲା ଯିବାକୁ ଅନୁମତି ମିଳିବ ନାହିଁ। ମାତ୍ର କୋଭିଡ୍-୧୯ କଣ୍ଟେନମେଣ୍ଟ ଅଞ୍ଚଳକୁ ଛାଡିଦେଲେ ବାକି ଜୋନ୍‌ରେ ସେଲୁନ, ବାରିକ ଦୋକାନ ଏବଂ ଚଷମା ଦୋକାନା ଖୋଲିବାକୁ ଅନୁମତି ଦିଆଯାଇପାରେ। ଏହା ସହିତ ଇକମର୍ସ କମ୍ପାନୀକୁ କଣ୍ଟେନମେଣ୍ଟ ଜୋନ୍ ଛାଡି ବାକି ଜାଗାଗୁଡିକରେ ଅଣ ଜରୁରୀ ସାମଗ୍ରୀର ଡେଲିଭରୀ କରିବାକୁ ଅନୁମତି ମିଳିବ।

ଜନୈକ ଅଧିକାରୀ କହିଛନ୍ତି,  ଲକ୍‌ଡାଉନ୍‌ ୪ରେ ପୂର୍ବ ତୂଳନାରେ ଅଧିକ ରିହାତି ମିଳିବ। ଏହି ସମୟରେ ଗ୍ରୀନ ଜୋନ୍‌କୁ ସଂପୂର୍ଣ୍ଣ ଖୋଲି ଦିଆଯିବ। ଅରେଞ୍ଜ ଜୋନ୍‌ରେ କିଛିକାଂଶରେ ପ୍ରତିବନ୍ଧକ ରହିବ। ରେଡ୍‌ ଜୋନ୍‌ରେ କଣ୍ଟେନମେଣ୍ଟ ଅଞ୍ଚଳ ପରି କଠୋର ପ୍ରତିବନ୍ଧକ ଲାଗୁ ରହିବ। ରାଜ୍ୟ ସରକାରଙ୍କଠୁ ମିଳିଥିବା ପରାମର୍ଶର ଅଧ୍ୟୟନ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତିମ ଗାଇଡ୍‌ ଲାଇନ୍‌ ଜାରି କରାଯିବ।

ଅଟୋ ରିକ୍ସା ଓ ଟ୍ୟାକ୍ସି ସେବା ଆରମ୍ଭ ହୋଇପାରେ

ରେଲଓ୍ଵେ ବିଭାଗ ଦିଲ୍ଲୀରୁ ଦେଶର ପ୍ରମୁଖ ୧୫ଟି ସହରକୁ ସ୍ଵତନ୍ତ୍ର ରେଳ ଚଳାଚଳ ଆରମ୍ଭ କରି ସାରିଛି। ଅନେକ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ଲାଗି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଲକ୍‌ଡାଉନ୍‌ ୪ରେ ଟ୍ରେନ୍, ବସ୍ ଓ ମେଟ୍ରୋ ସେବା ରେଡ୍‌ ଜୋନ୍‌ର ଅଣ କଣ୍ଟେନମେଣ୍ଟ ଅଞ୍ଚଳରେ ସୀମିତ କ୍ଷମତା ସହିତ ଆରମ୍ଭ ହୋଇପାରେ। ଗ୍ରୀନ, ଅରେଞ୍ଜ ଜୋନ୍ ସହିତ ରେଡ୍ ଜୋନ୍‌ରେ ଅଟୋ ଓ ଟ୍ୟାକ୍ସିକୁ ସୀମିତ ଯାତ୍ରୀ ସହିତ ଚଳାଚଳ ଲାଗି ଅନୁମତି ମିଳିପାରେ।

ଯୁଗ୍ମୃ-ଅଯୁଗ୍ମ ପଲିସିରେ ଖୋଲିପାରେ ଦୋକାନ

ଅନ୍ୟ ଏକ ଅଧିକାରୀଙ୍କ ଅନୁଯାୟୀ, ଅଧିକାଂଶ ସେବା ନନ କଣ୍ଟେନମେଣ୍ଟ ଜୋନ୍‌ରେ ଖୋଲିବାକୁ ଅନୁମତି ମିଳିପାରେ। ରାଜ୍ୟ ସରକାର ମଧ୍ୟ ଏସବୁ ଖୋଲିବା ଲାଗି ନିଷ୍ପତ୍ତି ନେବେ। ଅରେଞ୍ଜ ଓ ରେଡ୍  ଜୋନ୍‌ରେ ବଜାର ଖୋଲିବାର ଅଧିକାର ରାଜ୍ୟ ସରକାରଙ୍କୁ  ଦିଆଯାଇପାରେ। ରାଜ୍ୟ ସରକାର ଅଣ ଜରୁରୀ ସାମଗ୍ରୀର ଦୋକାନ ଯୁଗ୍ମ-ଅଯୁଗ୍ମ ନମ୍ବର ଆଧାରରେ ଖୋଲିବାକୁ ଅନୁମତି ଦେଇ ପାରନ୍ତି। ରେଡ୍ ଜୋନ୍‌ରେ କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ଦେଲେ ବାକି ଅଞ୍ଚଳରେ ଅଣ ଜରୁରୀ ସାମଗ୍ରୀର ଉପଲବ୍ଧତା ଲାଗି ଇ-କମର୍ସ କମ୍ପାନୀକୁ ଅନୁମତି ଦିଆଯାଇପାରେ।

ରେଲଓ୍ଵେ ଓ ଘରୋଇ ଉଡାଣ ଧିରେ ଧିରେ ଖୋଲିପାରେ

ରେଲଓ୍ଵେ ଓ ଘରୋଇ ବିମାନ ଉଡାଣ ସେବା କ୍ରମିକ ଏବଂ ଆବଶ୍ୟକତା ଆଧାରିତ ସଞ୍ଚାଳନକୁ ଆଗାମୀ ସପ୍ତାହରେ ଅନୁମତି ମିଳିପାରେ। ମାତ୍ର ସଂପୂର୍ଣ୍ଣ ଭାବେ ଏହା ଖୋଲିବାର ସମ୍ଭାବନା ନାହିଁ। ବିହାର, ତାମିଲନାଡୁ, କର୍ଣ୍ଣାଟକ ପରି ରାଜ୍ୟ ଟ୍ରେନ୍ ଓ ବିମାନ ଚଳାଚଳକୁ ସଂପୂର୍ଣ୍ଣ ଭାବେ ଚାଲୁ କରିବାକୁ ଚାହୁଁ ନାହାନ୍ତି।  

ରାଜ୍ୟର ଦାବି ପୂରା ହୋଇପାରେ

ଅଧିକାରୀଙ୍କ ଅନୁଯାୟୀ, ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆସାମ ଓ ତେଲେଙ୍ଗାନା ସରକାର ବନ୍ଦ  ଜାରି ରଖିବାକୁ ଚାହୁଁଛନ୍ତି। ଆଉ କିଛି ରାଜ୍ୟ ଚାହୁଁଛନ୍ତି ସ୍ଥିତି ମୁତାବକ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍‌ ନିର୍ଦ୍ଧାରଣ କରିବାର ଅଧିକାର ସେମାନଙ୍କୁ ମିଳୁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡିକର ଏହି ଅନୁରୋଧକୁ ସ୍ଵୀକାର କରି ପାରନ୍ତି। ସ୍ଥିତି ଦେଖି ନିଜ ନିଜ ରାଜ୍ୟରେ କଣ ଚାଲୁ ରଖିବା ଉଚିତ୍ ଏବଂ କଣ ବନ୍ଦ ରହିବା ଉଚିତ୍ ସେହି ନିଷ୍ପତ୍ତି  ରାଜ୍ୟ ସରକାର ନେଇ ପାରନ୍ତି।

   Related Posts