Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଲକ୍‌ଡାଉନ୍‌ ୪.୦ରେ ଗାଡି ନେଇ ବାହାରକୁ ଯିବା ପୂର୍ବରୁ ଜାଣି ନିଅନ୍ତୁ ଏହି ନିୟମ, ନଚେତ୍ ପଡିବ ମହଙ୍ଗା

18/05/2020 at 7:13 PM

ନୂଆଦିଲ୍ଲୀ ୧୮।୦୫: ଲକ୍‌ଡାଉନ୍‌ ୪.୦ ସେହି ଲୋକଙ୍କ ଲାଗି ବଡ ଆଶ୍ଵସ୍ତି ନେଇକି ଆସିଛି ଯାହାଙ୍କ ପାଖରେ ବ୍ୟକ୍ତିଗଡ ଗାଡି ରହିଛି। ନୂତନ ମାର୍ଗଦର୍ଶିକାରେ ଲୋକଙ୍କୁ ପୂର୍ବ ତୂଳନାରେ ଅଧିକ ସ୍ଵାଧୀନତା ଦିଆଯାଇଛି। କେନ୍ଦ୍ର ସରକାର ରବିବାର ଲକ୍‌ଡାଉନ୍‌ ୪.୦ ପରିପ୍ରେକ୍ଷୀରେ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ଗାଇଡ୍‌ଲାଇନ୍‌ରୁ ଗାଡି ମାଲିକ ନିଜର କାର ଓ ଦୁଇ ଚକିଆ ଯାନକୁ ନେଇ ବାହାରକୁ ଯିବା ପୂର୍ବରୁ କଣ ରହିଛି ନିୟମ କାନୁନ ଜାଣି ନିଅନ୍ତୁ।

ମାର୍ଚ୍ଚ ୨୫ରେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ପରଠୁ ପ୍ରଥମ ଥର କେନ୍ଦ୍ର ସରକାର ଘରୋଇ ବାହାନକୁ ଆନ୍ତଃରାଜ୍ୟ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଏହି ନିର୍ଣ୍ଣୟ ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ଲାଗୁ ହୋଇଛି। ନୂତନ ଗାଇଡ୍‌ ଲାଇନ୍‌ର ଅର୍ଥ ଏହା ନୁହେଁ ଯେ ଆପଣ ସ୍ଵାଧୀନ ଭାବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ପାରିବେ ଏବଂ ପୋଲିସ ଆପଣଙ୍କୁ ରୋକିବ ନାହିଁ। ଅନ୍ୟପଟେ ପ୍ରତ୍ୟେକ ରାଜ୍ୟ ଅଦ୍ୟାବଧି ନିଜର ମାର୍ଗଦର୍ଶିକା ଜାରି କରି ନାହାନ୍ତି। ଏହା ପରେ ସ୍ଥିର ହୋଇ ପାରିବ ଯେ, ଆପଣ ଏମିତି କରି ପାରିବେ ନା ନାହିଁ।

ଗାଡି ଚଳାଚଳ ପାଇଁ ଇ-ପାସ୍ ଜରୁରୀ

ଉଦାହରଣ ସ୍ଵରୂପ ସୋମବାର ସକାଳେ ଦିଲ୍ଲୀ-ନୋଏଡା ବର୍ଡରରେ ଭିଡ ଲାଗିଥିଲା। ଏଣ୍ଟ୍ରି ଓ ଏକଜିଟ୍ ଲାଗି ଶତାଧିକ ଗାଡି ଲାଇନ୍ ଲମ୍ବାଇଥିଲେ। ଏମିତି ସ୍ଥିତିରେ ଦିଲ୍ଲୀ ଟ୍ରାଫିକ ପୋଲିସ୍ କହିଛନ୍ତି, ବ୍ୟକ୍ତିଗତ ବାହାନ ପାଇଁ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ଇ-ପାସ୍‌ ଆବଶ୍ୟକତା ରହିଛି। ଏହି ଇ-ପାସ୍‌ ଥିଲେ ଯାଇ ତାଙ୍କୁ ଯିବାକୁ ଅନୁମତି ଦିଆଯାଇ ପାରିବ। ଏଥିପାଇଁ ଯଦି ଆପଣ କାମ କିମ୍ବା ଅନ୍ୟ କୌଣସି କାରଣରୁ ବାହାରକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଏହା ପୂର୍ବରୁ ଇ-ପାସ୍‌ କରାଇ ନିଅନ୍ତୁ।

ଗାଇଡ୍‌ ଲାଇନ୍‌ ଅନୁଯାୟୀ  ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ବାଇକ୍‌ରେ ଦୁଇ ଜଣ ଯାଇ ପାରିବେ। କିନ୍ତୁ ରେଡ୍‌ ଜୋନ୍‌ରେ କେବଳ ଜଣେ ବାଇକ୍‌ରେ ଯାତ୍ରା କରି ପାରିବେ। ସେହି ପରି ରେଡ୍, ଗ୍ରୀନ, ଅରେଞ୍ଜ ଜୋନ୍‌ରେ କାରରେ ଡ୍ରାଇଭର ସହ ପଛ ସିଟ୍‌ରେ ୨ ଜଣ ବସି ଯାଇ ପାରିବେ।

ସବୁଠୁ ବଡ କଥା କାରରେ କିମ୍ବା ବାଇକ୍‌ରେ ବସିଥିବା ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ କିମ୍ବା ୧୦ ବର୍ଷରୁ କମ ହୋଇନଥିବ। ଏହା ମଧ୍ୟ ମନେ ରଖନ୍ତୁ ଯେ, ଡ୍ରାଇଭର ଓ ଯାତ୍ରୀଙ୍କୁ କୌଣସି ପ୍ରକାରର ଦଣ୍ଡରୁ ବର୍ତ୍ତିବା ପାଇଁ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଏହା ସହିତ ଗାଡି ସାନିଟାଇଜ୍‌ କରିବାକୁ ପଡିବ।

   Related Posts