Lockdown 4.0: ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୧୨ଟି କାମ, ପଡିପାରେ ମହଙ୍ଗା

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ ୧୮।୦୫: କରୋନା ଭୂତାଣୁ କାରଣରୁ ଦେଶ ପ୍ରାୟ ୨ ମାସ ହେବ ଲକ୍‌ଡାଉନ୍‌ରେ ରହିଛି। ଆଜିଠୁ  ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି, ଯାହା ମେ ୩୧ ପର୍ଯ୍ୟନ୍ତ ଲାଗୁ  ରହିବ। ଏହି ପର୍ଯ୍ୟାୟରେ ସରକାର ଅନେକ ରିହାତି ଦେଇଛନ୍ତି। ମାତ୍ର ଗୁଡାଏ କଟକଣା ମଧ୍ୟ ଜାରି ରହିଛି। ତେଣୁ ସରକାରଙ୍କ ମାର୍ଗଦର୍ଶିକା ମଧ୍ୟ ଲମ୍ବା ଚଉଡା ରହିଛି। ଲକ୍‌ଡାଉନ୍‌ରେ ଏମିତି ୧୨ଟି କାମ ରହିଛି, ଯାହାକୁ ଭୁଲ୍‌ରେ ବି କରନ୍ତୁ ନାହିଁ। ନଚେତ୍ ଆପଣଙ୍କୁ ମହଙ୍ଗା ପଡିପାରେ।

୧ – ମାସ୍କ ଲଗାଇବା ଭୁଲନ୍ତୁ ନାହିଁ

ସାର୍ବଜନୀନ ସ୍ଥାନରେ କିମ୍ବା ଦପ୍ତରରେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଯଦି ମାସ୍କ ନାହିଁ ତେବେ ମୁହଁରେ ଗାମୁଛା କିମ୍ବା ରୁମାଲ ଲଗାଇ ପାରନ୍ତି।

୨ – ଭୁଲରେ ଏପଟେ ସେପଟରେ ଥୁକନ୍ତୁ ନାହିଁ

ସାର୍ବଜନୀନ ସ୍ଥାନରେ କିମ୍ବା କାର୍ଯ୍ୟାଳୟରେ ଭୁଲ୍‌ରେ ବି ଏପଟେ ସେପଟେ ଥୁକନ୍ତୁ ନାହିଁ। ନଚେତ୍ ଆଇନ ଅନୁସାରେ ଆପଣଙ୍କ ଉପରେ ଜୋରିମାନା ଲାଗୁ ହେବ।  ହୋଇପାରେ କିଛି ସଜା ମଧ୍ୟ ଭୋଗିବାକୁ ପଡିପାରେ। ଯଦି ଥୁକିବାର ଅଛି ତେବେ ଓ୍ଵାସ୍‌ରୁମ୍‌ ବ୍ୟବହାର କରନ୍ତୁ।

୩ – ସାମାଜିକ ଦୂରତା ଜରୁରୀ

ମୋଦୀ ସରକାର ଲକ୍‌ଡାଉନ୍‌ ୪.୦ରେ ଅନେକ୍‌ କୋହଳ ଦେଇଛନ୍ତି। ମାତ୍ର ସବୁଠୁ ବଡ ସର୍ତ୍ତ ଏହା ଯେ, ଲୋକଙ୍କୁ ସାମାଜିକ  ଦୂରତା ପାଳନ କରିବାକୁ ପଡିବ। ଅର୍ଥାତ ଜଣେ ଅନ୍ୟ ଜଣଙ୍କୁ ଛୁଇଁବାରୁ ବର୍ତ୍ତିବା, ୧ ମିଟର ଦୂରତା ବଜାୟ ରଖିବା ଏବଂ ହାତ ମିଳାଇବା ନାହିଁ। ଏହି ସବୁ ସାମାଜିକ ଦୂରତା ଉପାୟରେ ହିଁ କରୋନାକୁ ମାତ୍ ଦିଆଯାଇ ପାରିବ।

୪ – ବିବାହରେ ୫୦ରୁ ଅଧିକ ଲୋକଙ୍କୁ ମନା

ସବୁଠୁ ଅଧିକ ଭିଡ ବିବାହ ସମାରୋହରେ ହୋଇଥାଏ। କିନ୍ତୁ ବିବାହ ତ ବନ୍ଦ କରାଯାଇ ପାରିବ ନାହିଁ। ସେଥିପାଇଁ ବିବାହ ପାଇଁ ମଧ୍ୟ ନିୟମ ତିଆରି ହୋଇଛି। କୌଣସି ବି ବିବାହ ସମାରୋହରେ ୫୦ରୁ ଅଧିକ ଲୋକ ଜମା ହୋଇ ପାରିବେ ନାହିଁ। ଯେଉଁମାନେ ବି ସାମିଲ ହେବେ ସେମାନଙ୍କୁ ମଧ୍ୟ ସାମାଜିକ ଦୂରତା ପାଳନ କରିବା ଜରୁରୀ।

୫ – ଅନ୍ତିମ ସଂସ୍କାରରେ ୨୦ ଜଣ

କୁହାଯାଏ ମୃତ୍ୟୁ କାହାରି ବଶରେ ନୁହେଁ। ତେଣୁ କାହାରି ମୃତ୍ୟୁ ଘଟିଲେ ତାଙ୍କର ଅନ୍ତିମ ସଂସ୍କାର କରାଯାଏ, ତାହା ପୁଣି ପୂରା ପରମ୍ପରା ଅନୁଯାୟୀ। ମୋଦୀ ସରକାର ଏହି କଥାକୁ ମଧ୍ୟ ହୃଦୟଙ୍ଗମ କରିଛନ୍ତି। ତେଣୁ ଅନ୍ତିମ ସଂସ୍କାରରେ ୨୦ ଜଣ ସାମିଲ ହେବାକୁ ଅନୁମତି ଦିଆଯାଇଛି। ତା ପୁଣି ସାମାଜିକ ଦୂରତା ନିୟମ ପାଳନ କରାଯିବ।

୬ – ସାର୍ବଜନୀନ ଜାଗାରେ ନିଶାସେବନ ଓ ଧ୍ରୁମପାନ ମନା

ହୋଇପାରେ ସରକାର ନିଜର ରାଜସ୍ଵ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଏବଂ ପାନ, ଗୁଟଖା, ତମ୍ବାଖୁ ବିକ୍ରି ହେଉଛି। କିନ୍ତୁ ସାର୍ବଜନୀନ ସ୍ଥାନରେ ଏହାର ସେବନ ଉପରେ କଟକଣା ଲାଗୁ ହୋଇଛି। ଯଦି କେହି ସାର୍ବଜନୀନ ସ୍ଥାନରେ ମଦ ପିଅନ୍ତି, ଗୁଟଖା, ପାନ ଖାଆନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରେ।

୭ – ଦୋକାନୀ ଓ କ୍ରେତା ଉଭୟ ଏହି ଧ୍ୟାନ ରଖନ୍ତୁ

ଲକ୍‌ଡାଉନ୍‌ ୪.୦ରେ ଦୋକାନୀ ଏହାକୁ ଧ୍ୟାନରେ ରଖିବା ଜରୁରୀ ଯେ, ତାଙ୍କ ଦୋକାନାରେ ଏକ ସଙ୍ଗେ ୫ ରୁ ଅଧିକ ଗ୍ରାହକ ଯେମିତି ନ ରୁହନ୍ତି। ଏହା ସହିତ ଗ୍ରାହକଙ୍କ ମଧ୍ୟରେ ଦୁଇ ଗଜ୍ କିମ୍ବା ୬ ଫୁଟ୍ ଦୂରତା ରହିବା ଜରୁରୀ।

୮ – ଅଫିସ୍ ବାଲା ଏହା ଉପରେ ଧ୍ୟାନ ଦିଅନ୍ତୁ

କାର୍ଯ୍ୟାଳୟକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଯେତେ ଅଧିକ କର୍ମଚାରୀଙ୍କୁ ଘରୁ କାମ କରାଇବ ସେତିକି ଭଲ। ଅର୍ଥାତ ସରକାର କରୋନା ସମୟରେ ଓ୍ଵାର୍କ ଫ୍ରମ୍ ହୋମ୍‌କୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ବଳପୂର୍ବକ କର୍ମଚାରୀଙ୍କୁ ଅଫିସ୍ ଡକାଇବା, ଯିଏ ଘରେ କାମ କରି ପାରୁଛନ୍ତି, ତାହା ଅଫିସ୍ ଆଇନ୍ ବିରୋଧରେ ରହିଛି।

୯ – ସାମାଜିକ ଦୂରତା ମଧ୍ୟ ଏଠାରେ ଜରୁରୀ

ଦପ୍ତରରେ କାମ କରିବା ସମୟରେ ମଧ୍ୟ ସାମାଜିକ ଦୁରତ୍ଵ ପାଳନ କରିବା ଜରୁରୀ। ଏହାକୁ ସୁନିଶ୍ଚିତ କରିବା ପାଇଁ ଦପ୍ତର, ଦୋକାନ, ବଜାର ଓ ଫ୍ୟାକ୍ଟ୍ରିରେ କର୍ମଚାରୀଙ୍କୁ ଘଣ୍ଟା ବିତରଣ କରନ୍ତୁ।

୧୦ – ଥର୍ମାଲ ସ୍କ୍ରିନିଂ, ସାନିଟାଇଜର  ଜରୁରୀ

ପ୍ରତି କାର୍ଯ୍ୟାଳୟର ଗେଟ୍‌ରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡଓ୍ଵାସ୍ ଓ ସାନିଟାଇଜରର ବ୍ୟବସ୍ଥା କରିବା ଜରୁରୀ। ଏମିତି ନକଲେ ଦପ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଯଦି କୌଣସି କର୍ମଚାରୀ ଥର୍ମାଲ ସ୍କ୍ରିନିଂରୁ ପଳାୟନ କରୁଛନ୍ତି ତେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

୧୧ – ସାନିଟାଇଜେସନ୍ ଜରୁରୀ

ଏହି ନିୟମ କେବଳ କମ୍ପାନୀ ପାଇଁ ଲାଗୁ ହେଉଛି। କମ୍ପାନୀକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଦପ୍ତର କିମ୍ବା କାମ କରିବା ସ୍ଥାନକୁ ସଂପୂର୍ଣ୍ଣ ସାନିଟାଇଜ୍‌ କରାଯାଉ। ଏହା ସହିତ ଯେଉଁ ଜିନିଷକୁ ବାରମ୍ବାର ସ୍ପର୍ଶ କରୁଛନ୍ତି, ତାକୁ ମଧ୍ୟ ସାନିଟାଇଜ୍‌ ମଧ୍ୟ କରାଯାଉ। ଯେମିତି ଦ୍ଵାରର ହ୍ୟାଣ୍ଡେଲ୍‌।

୧୨ – ଲଞ୍ଚ ବ୍ରେକ୍‌ ଓ ସିଫ୍ଟରେ କାମ

ସର୍ବଦା କମ୍ପାନୀରେ ଲଞ୍ଚ ବ୍ରେକ୍‌ ଗୋଟିଏ ସମୟରେ ହୋଇଥାଏ। ଅର୍ଥାତ ପୂରା ଅଫିସ୍ ଗୋଟିଏ ଥରରେ ମଧ୍ୟାହ୍ନ ଭୋଜନ କରିଥାନ୍ତି। କମ୍ପାନୀକୁ ଲଞ୍ଚ ବ୍ରେକ୍‌ ନେଇ ନିୟମ  କରିବାକୁ ପଡିବ, ଯେମିତି କିଛି କିଛି କର୍ମଚାରୀଙ୍କୁ ନେଇ ଲଞ୍ଚ ବ୍ରେକ୍‌ ଦିଆଯାଇ ପାରିବ। ଏହା ଦ୍ଵାରା ଭିଡ କମ ହେବ । କାମ୍ କରିବାର ଟାଇମିଂ ମଧ୍ୟ ସିଫ୍ଟ ଅନୁସାରେ କରାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.