Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ସରୁଛି ୩.୦ : ଲକ୍ ଡାଉନ୍ ୪.୦ ନିୟମର ଆଜି ହେବ ଘୋଷଣା !

17/05/2020 at 8:07 AM

ନୂଆଦିଲ୍ଲୀ ୧୭।୫: ଆଜି ସରୁଛି ଲକ୍ ଡାଉନ୍ ୩.୦ ।  ତେବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଘୋଷଣା କରିଥିବା  ଲକ୍ ଡାଉନ୍ ୪.୦ର ନୂଆ ରୂପରେଖ କ’ଣ ହେବ ତାକୁ ନେଇ ଆଶା ଆଶଙ୍କାରେ ଦେଶବାସୀ । ତେବେ ଲକ୍ ଡାଉନ୍  ୪.୦ରେ ସାମାଜିକ ଦୂରତା ନିୟମକୁ କାଏମ ରଖି ଅନେକ କଟକଣା କୋହଳ କରାଯିବ ବୋଲି ଚର୍ଚ୍ଚା ହେଉଛି । ଏନେଇ କେନ୍ଦ୍ର ସରକାର କ’ଣ  ଗାଇଡ୍  ଲାଇନ୍  ଆଣୁଛନ୍ତି ତାହା ରବିବାର ଘୋଷଣା ହୋଇପାରେ । 

ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି  ।  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା   ୯୦୬୪୮ ହଜାର ପାର କରିଛି  ।   ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୮୫ ଜଣ ଆକ୍ରାନ୍ତ ।  କରୋନାରେ ଦେଶରେ ମୋଟ୍ ୨ ହଜାର ୭୫୨ ଜଣ ପ୍ରାଣ ହରାଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୦୩ ଜଣଙ୍କ ଜୀବନ ଯାଇଛି ।  ଦେଶରେ ୩୦ ହଜାର ୧୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ୫୩ ହଜାର ୩୫ ଜଣ ଆକ୍ଟିଭ ଅଛନ୍ତି ।  ଗତ ୨୪ ଘଣ୍ଟା ଭିତରେ ବିଏସଏଫର ୧୬ ଯବାନଙ୍କଠାରେ କୋଭିଡ୍-୧୯ ଚିହ୍ନଟ ହୋଇଛି ।

ସେପଟେ ସାରା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୪୯ ହଜାର ଉପରେ ରହିଛି  ।  ମୃତକଙ୍କ ସଂଖ୍ୟା  ୩ ଲକ୍ଷ ୯ ହଜାର ୪୭ ଅତିକ୍ରମ କରିଛି  ।  ୧୭ ଲକ୍ଷ ୭୧ ହଜାରରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆମେରିକାରେ ସର୍ବାଧିକ ୧୪ ଲକ୍ଷ ୮୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ, ୮୮ ହଜାର ୫୨୩ ଜଣ ପ୍ରାଣ ହରାଇଲେଣି ।

   Related Posts