Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ଲକଡାଉନ୍ ୪.୦: ନଜର ପକାନ୍ତୁ ଗାଇଡଲାଇନର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା ଉପରେ

17/05/2020 at 8:10 PM

ନୂଆଦିଲ୍ଲୀ, ୧୭|୦୫:  କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ପୁଣି ଥରେ ଦେଶରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରାଳୟ ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ସରକାର ଲକ୍‌ଡାଉନ୍‌ର ନୂତନ ପର୍ଯ୍ୟାୟ ଲାଗି ଗାଇଡ୍ ଲାଇନ୍‌ ମଧ୍ୟ ଜାରି କରିଛନ୍ତି। ନଜର ପକାନ୍ତୁ ଗାଇଡଲାଇନର ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ।

୧-ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାପଦଣ୍ଡକୁ ନଜରରେ ରଖି ଅରେଞ୍ଜ, ରେଡ୍ ଓ ଗ୍ରୀନ୍ ଜୋନ ନିର୍ଧାରଣ କରିପାରିବେ । ଏହି ଜୋନକୁ ଜିଲ୍ଲା, ନଗର ନିଗମ, ପୌର ପାଳିକା ଆଦି ହୋଇପାରେ ।ଏହାସହ ବଫର ଓ କଣ୍ଟେନମେଣ୍ଟ ଜୋନ ମଧ୍ୟ ଚିହ୍ନଟ କରାଯାଇ ପାରିବ ।

୨- ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଜରୁରୀ ସେବାକୁ ଛାଡି ସମସ୍ତ ବ୍ୟକ୍ତିଗତ ଚଳାଚଳ ବନ୍ଦ ରହିବ ।

୩- କଣ୍ଟେନମେଣ୍ଟ ଜୋନର ଚାରିପଟେ ବଫର ଜୋନ ରହିବ । ଏଠାରେ କୋଭିଡ-୧୯ ମାମଲା ସାମ୍ନାକୁ ଆସିବାର ସମ୍ଭାବନା ଅଧିକ ରହିଛି । ଏଠାରେ ଅତିରିକ୍ତ ସାବଧାନତା ଅବଲମ୍ବନ କରାଯିବ ।

୪- ମେଟ୍ରୋ, ସ୍କୁଲ, କଲେଜ, ରେଷ୍ଟୁରାଣ୍ଟ, ହୋଟେଲ ବନ୍ଦ ରହିବ । ତେବେ ଅନଲାଇନ୍ କୋଚିଂ ପାଇଁ କୌଣସି କଟକଣା ନାହିଁ । ତେବେ ରେଷ୍ଟୁରାଣ୍ଟମାନେ ହୋମ୍ ଡେଲିଭରୀ କରିପାରିବେ ।

୫- ଘରୋଇ ଓ ଆନ୍ତର୍ଜାତୀକ ବିମାନ ଚଳାଚଳ ହଲ, ଜିମ୍, ପାର୍କ, ସପିଂ ମଲ୍, ବାର୍ ଆଦି ବନ୍ଦ ରହିବ ।

୬- ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଷ୍ଟାଡିୟମ ଆଦି ଖୋଲା ରହିବ । କିନ୍ତୁ ଏଥିରେ ଦର୍ଶକଙ୍କ ଉପରେ କଟକଣା ରହିବ ।

୭- ମେ ୩୧ ଯାଏଁ ସାମାଜିକ, ରାଜନୈତିକ, ଖେଳ, ସାସ୍କୃତିକଷ ଧାର୍ମିକ ଆଦି କାର୍ଯ୍ୟ ବନ୍ଦ ରହିବ । ଧାର୍ମିକ ଓ ପ୍ରାଥନା ସଭାରେ ଗହଳି ଚହଳି ଉପରେ ରୋକ ଲାଗିଛି ।

୮- ଅନ୍ତରାଜ୍ୟ ବସ ଚଳାଚଳ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

୯- ରାଜ୍ୟ ମଧ୍ୟରେ ବସ ଓ ଅନ୍ୟ ଗାଡି ଚଳାଚଳ ଉପରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଷ୍ପତ୍ତି ନେଇପାରିବେ ।

୧୦- ୬୫ ବର୍ଷରୁ ଅଧିକ ବୟସର ଲୋକ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ଘର ମଧ୍ୟରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । କେବଳ ଜରୁରୀ କାମ ଥିଲେ ବାହାରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

   Related Posts