ଆଜି ସରିବ ୩.୦ : କେଉଁ ରାଜ୍ୟର କେଉଁ ସହରରେ ଆରମ୍ଭ ହେବ ଲକ୍‌ଡାଉନ୍‌ ୪.୦

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୦୫: ଦେଶରେ କରୋନା ମହାମାରୀ ଧୀରେ ଧୀରେ ବଢିବାର ଲାଗିଛି । ପ୍ରତିଦିନ ଦେଶରେ ୩୦୦୦ରୁ ଅଧିକ କରୋନା ଜନିତ ମାମଲା ଆସୁଛି । ଏହାକୁ ନଜରରେ ରଖି ଲକ୍‌ଡାଉନ୍‌ ୪.୦ଲାଗୁ କରିବାକୁ ଯୋଜନା କରାଯାଇଛି । ଆଜି (୧୭ ଅପ୍ରେଲ)ରେ ଲକ୍‌ଡାଉନ୍‌ ୩.୦ଅବଧି ସରୁଛି । ଆସନ୍ତାକାଲି ଠାରୁ ଲକ୍‌ଡାଉନ୍‌ ୪.୦ଲାଗୁ ହେବା ନେଇ ନୂତନ ନିୟମ ଜାରି କରାଯିବା ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ଯାହା ସୂଚନାରହିଛି ଲକ୍‌ଡାଉନ୍‌ ୪.୦ନେଇ ଆଜି ଘୋଷଣା କରାଯାଇପାରେ । ଏବଂ ଏହି ଲକ୍‌ଡାଉନ୍‌ ଅବଧିରେ କିଛି ନୂଆ ନିୟମ ମଧ୍ୟ ଲାଗୁକରାଯିବାର ସମ୍ଭାବନା ରହିଛି । ଲକ୍‌ଡାଉନ୍‌ ୪.୦ରେ ୩୦ଜିଲ୍ଲା ଓ ନଗରପାଳିକା ଅଞ୍ଚଳରେ କେତେକ ନିୟମକୁ ଛାଡି ଅନ୍ୟ ସମସ୍ତ ଉପରେ କଟକଣା ଜାରି କରାଯାଇପାରେ ।  କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରାଯାଇଛି ।

ସୂଚନାନୁସାରେ , ଲକ୍‌ଡାଉନ୍‌ ୪.୦ରେ ସଂକ୍ରମିତ ଅଞ୍ଚଳରେ କୌଣସି ଆଶ୍ୱସ୍ତି ଦିଆଯିବାନାହିଁ । କାହିଁକି ନା ସରକାର କରୋନା ହଟସ୍ପଟ ଅଞ୍ଚଳ ପାଇଁ ନୂତନ ଦିଶା-ନିର୍ଦ୍ଦେଶ ପ୍ରସ୍ତୁତ ହୋଇଛି । ସଂକ୍ରମିତ ଅଞ୍ଚଳରେ ଏହି ମହାମାରିକୁ ରୋକିବା ପାଇଁ କଡା ନିୟମ ଜାରି କରାଯାଇପାରେ ବୋଲି ସୂଚନା ରହିଛି । ତେବେ ଏହି ୩୦ ନଗରପାଳିକା ଅଞ୍ଚଳରେ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ଓଡିଶା ରାଜ୍ୟର କିଛି ଅଞ୍ଚଳ ସାମିଲ ରହିଛି ।  ଦେଶରେ କରୋନାର ବର୍ତ୍ତମାନ ସ୍ଥିତି ଦେଖି ଲେଖା-ଜୋଖା ପ୍ରସ୍ତୁତ କରାଯାଇଛି । ଦେଶରେ କରୋନା ସ୍ଥିତିକୁ ଦେଖି ଏହି ସବୁ ଅଞ୍ଚଳରେ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି ।

 ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା   ୯୦୬୪୮ ହଜାର ପାର କରିଛି  ।   ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୮୫ ଜଣ ଆକ୍ରାନ୍ତ ।  କରୋନାରେ ଦେଶରେ ମୋଟ୍ ୨ ହଜାର ୭୫୨ ଜଣ ପ୍ରାଣ ହରାଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୦୩ ଜଣଙ୍କ ଜୀବନ ଯାଇଛି ।  ଦେଶରେ ୩୦ ହଜାର ୧୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ୫୩ ହଜାର ୩୫ ଜଣ ଆକ୍ଟିଭ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.