ଲକ୍ ଡାଉନ୍ ୨.୦ : କୋଉଠି ବ୍ରେକ୍-କ'ଣ ଚେକ୍‌-କ'ଣ ଖୋଲା

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୪: ଲକ୍ ଡାଉନ୍ ୨.୦ ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏହି ଗାଇଡ୍ ଲାଇନ୍ ଅନୁଯାୟୀ ବିମାନ, ମେଟ୍ରୋ କିମ୍ବା ବସ୍ ଚଳାଚଳ କରିବନାହିଁ । ପୂର୍ବରୁ ଯେଉଁମାନେ ଛାଡ୍ ପାଇଛନ୍ତି ସେସବୁ ଜାରି ରହିବ । ଏହା ବ୍ୟତୀତ କୃଷି କାର୍ଯ୍ୟ ପାଇଁ ମଧ୍ୟ ଛାଡ୍ କରାଯାଇଛି । ଆହୁରି ମଧ୍ୟ କରୋନା ଯୋଦ୍ଧାଙ୍କୁ ଟ୍ରେନ୍ କିମ୍ବା ବସ୍ ରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ଗାଇଡ୍ ଲାଇନ୍ ରେ କୁହାଯାଇଛି ଯେ କୃଷି କାର୍ଯ୍ୟ ପାଇଁ ଛାଡ୍ ପ୍ରଦାନ କରାଯିବ । MNREGA ଅଧିନରେ କାର୍ଯ୍ୟ କରାଯିବ । ଏହାସହ ଶିଳ୍ପ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଜାରି ରହିବ। ସମସ୍ତ ପ୍ରକାର ପରିବହନ ସେବା ଉପରେ ପ୍ରତିବନ୍ଧକ ଲଗାଯିବ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

{"id":254408,"sizeSlug":"large"}

ସମସ୍ତ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ, ଟ୍ରେନ୍, ସମସ୍ତ ଶିକ୍ଷାଗତ-ତାଲିମ-କୋଚିଂ ସେଣ୍ଟର, ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ, ହୋଟେଲ, ଟ୍ୟାକ୍ସି, ଅଟୋ ରିକ୍ସା, ଚକ ରିକ୍ସା, ସିନେମା ହଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ବାର୍, ଥିଏଟର, ଯେକୌ ଇଭେଣ୍ଟ, ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିବ । ଏହା ବ୍ୟତୀତ କୌଣସି ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକଙ୍କୁ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ ।

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧର ଉତ୍ପାଦନ ଜାରି ରହିବ । SEZ ରେ ଶିଳ୍ପ ଉତ୍ପାଦନ ଜାରି ରହିବ । ଏହା ବ୍ୟତୀତ ଟ୍ରକଗୁଡିକୁ କିଛି ସର୍ତ୍ତରେ ଯାତାୟତ କରିବାକୁ ଅନୁମତି ଦିଆଯାଇଛି । ଗ୍ରାମାଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପ ଜାରି ରହିବ । କେବୁଲ ଟିଭି, DTH, ଟେଲିଫୋନ୍ ସହିତ ଜରୁରୀ ସେବା ଜାରି ରହିବ । ବିଦ୍ୟୁତ୍ ମେକାନିକ୍, ପ୍ଲମ୍ବର, କର୍ପୋରେଟରଙ୍କୁ ଅନୁମତି ଦିଆଯାଇଛି ।

ଏହା ବ୍ୟତୀତ ଅତ୍ୟାବଶ୍ୟକ ସେବା ପାଇଁ ଯାତାୟାତ ପାଇଁ ଅନୁମତି, ଆୟୁଷ ସମେତ ସମସ୍ତ ଡାକ୍ତରଖାନା, କ୍ଲିନିକ୍ ଖୋଲା ରହିବ । APMC ଦ୍ବାରା ପରିଚାଳିତ ସମସ୍ତ ମାଣ୍ଡି ଖୋଲା ରହିବ । ପେଟ୍ରୋଲ ପମ୍ପ୍ ଖୋଲା ରହିବ । କୋରିୟର ସେବାଗୁଡିକ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

କେନ୍ଦ୍ର ସରକାର କୃଷକମାନଙ୍କୁ ଛାଡ୍ ପ୍ରଦାନ କରି କୃଷି ସମ୍ବନ୍ଧୀୟ କାର୍ଯ୍ୟକୁ ଅନୁମତି ଦେଇଛନ୍ତି । ଚାଷୀଙ୍କୁ ଫସଲ ଅମଳ ଏବଂ ବୁଣିବା ପାଇଁ ଅନୁମତି ଦିଆଯାଇଛି । ଏଥିସହ କୃଷକମାନଙ୍କର ଉତ୍ପାଦ କିଣିବାକୁ ଏଜେନ୍ସିଗୁଡିକୁ ଅନୁମତି ଦିଆଯାଇଛି । ମତ୍ସ୍ୟ ସମ୍ବନ୍ଧୀୟ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।

କେନ୍ଦ୍ର ସରକାର MNREGA ଅଧୀନରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅପିଲ୍ କରାଯାଇଛି । ଏହା ସହିତ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ନିର୍ମାଣ କାର୍ଯ୍ୟରେ ମଧ୍ୟ ଛାଡ୍ ଦିଆଯାଇଛି ।

{"id":254409,"sizeSlug":"large"}

କରୋନାର ହଟ୍ ସ୍ପଟ୍ ଅଞ୍ଚଳରେ କୌଣସି ଛାଡ୍ ପ୍ରଦାନ କରାଯିବ ନାହିଁ । ଏହି କ୍ଷେତ୍ରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରାଯିବ । ଏଥିସହ କାହାକୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରୀ କରାଯିବ । ଏହି ଅଞ୍ଚଳର ସୁରକ୍ଷା ସହ ଜଡିତ ଥିବା ଜବାନ ଏବଂ ଡାକ୍ତରୀ କର୍ମଚାରୀମାନେ ହିଁ ଯାତାୟତ କରିପାରିବେ ।

ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ହୋଇନାହିଁ, ସେମାନେ ଛାଡ୍ ପାଇପାରିବେ । ଅପ୍ରେଲ ୨୦ ସୁଦ୍ଧା ଏହାର ସମୀକ୍ଷା କରାଯିବ । ଏହି ସମୀକ୍ଷା ପରେ, କେତେକ କ୍ଷେତ୍ରରେ ସାମାନ୍ୟ ଛାଡ୍ ଦିଆଯିବ । ଏହି ଛାଡ୍ ଦେବା ପୂର୍ବରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗାଇଡ୍ ଲାଇନ୍ କୁ ଅନୁସରଣ କରିବେ । ଯାହାଫଳରେ କାର୍ଯ୍ୟାଳୟ, କର୍ମକ୍ଷେତ୍ର, କାରଖାନା କିମ୍ବା ଅନୁଷ୍ଠାନରେ ସାମାଜିକ ଦୂରତା ଅନୁସରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.