Lockdown ଲାଗି ଯଥା ସମୟରେ ନିଆଯାଇଥିଲା ଉପଯୁକ୍ତ ନିଷ୍ପତ୍ତି, ୩ ଦିନରେ ଦୁଇଗୁଣା ହେଉଥିଲା ସଂକ୍ରମଣ ଏବେ ଲାଗୁଛି ୧୩ ଦିନ

Published By : Prameya-News7 Bureau | May 24, 2020 IST

ନୂଆଦିଲ୍ଲୀ ୨୪।୫: କରୋନା ଲକଡାଉନ୍‌ ନିଷ୍ପତ୍ତି ଦେଶ ଲାଗି ବାସ୍ତବିକ କଠିନ ନିଷ୍ପତ୍ତି ଥିଲା।  ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ। ଯେତେବେଳେ ସଂକ୍ରମଣ ୩ ଦିନରେ ଦୁଇଗୁଣା ହେଉଥିଲା ସେତେବେଳେ ସରକାର ଦେଶକୁ ଲକଡାଉନ୍‌କୁ ନେଇଥିଲେ। ଏବେ ଦୁଇଗୁଣା ହେବାକୁ ଲାଗୁଛି ୧୩ ଦିନ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରବିବାର କହିଛନ୍ତି। ସରକାର ଉପଯୁକ୍ତ ସମୟରେ ଯଥୋଚିତ କାର୍ଯ୍ୟକ୍ରମ ହାତକୁ ନେବା ଦେଶକୁ ଏକ ବଡ ସଂକଟରୁ ବଞ୍ଚାଇ ଦେଇଛି ବୋଲି ହର୍ଷ କହିଛନ୍ତି।

{"id":275370,"sizeSlug":"large"}

ଦେଶରେ କରୋନା ସଂକ୍ରମଣ ଆରମ୍ଭ କାଳରେ ଭାରତ ଆଗରେ ଯେଉଁ ସମସ୍ୟା ଥିଲା ତାହା ଅନ୍ୟ ବିକଶିତ ଦେଶଙ୍କ ଲାଗି ମଧ୍ୟ ଥିଲା। ହେଲେ ଆର୍ଥିକ ବ୍ୟବସ୍ଥା ଓ ଅନ୍ୟାନ୍ୟକାରଣ ଲାଗି ସେମାନେ ଏଥିରେ ବିଳମ୍ବ କରିଥିଲେ। ଯେତେବେଳେ ସଂକ୍ରମଣ ଓ ମୃତ୍ୟୁହାର ବଢିବଢି ଚାଲିଲା ସେତେବେଳେ ଲକଡାଉନ କରିବା ପରେ ବି ପରିସ୍ଥିତିକୁ ଆୟତ୍ତ କରିପାରିନାହାନ୍ତି। ଏବେ ଭାରତର ପରିସ୍ଥିତି ଆୟତ୍ତାଧୀନ ଥିବା କହିଛନ୍ତି ଡା. ହର୍ଷବର୍ଦ୍ଧନ ।

{"id":275371,"width":582,"height":326,"sizeSlug":"large"}

ଦେଶରେ କରୋନା ସଂକ୍ରମଣ କାଳରେ ପରୀକ୍ଷା ଲାଗି ମାତ୍ର ଗୋଟିଏ ଲ୍ୟାବ୍ ଥିଲା। ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ସରକାର କରୋନା ପରୀକ୍ଷଣ ଲାଗି ଅଧିକରୁ ଅଧିକ ଲବୋରେଟରୀ ସ୍ଥାପନା କରିଥିଲେ। ଏବେ ସାରା ଦେଶରେ ୫୯୯ଟି ଲାବୋରେଟରି ଥିବା ବେଳେ ଦୈନିକ ପରୀକ୍ଷଣ କ୍ଷମତା ୧.୫ଲକ୍ଷରେ ପହଞ୍ଚିପାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେହିପରି କରୋନାର ଚିକିତ୍ସା ଓ ପ୍ରତିଷେଧକ ଲାଗି ସାରା ବିଶ୍ୱ ଏବେ ବୈଜ୍ଞାନିକ ଗବେଷଣା ଚଳାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଭାରତ ମଧ୍ୟ ପଛରେ ନାହିଁ। ଦେଶରେ ଆକାଡେମିକ ବୋର୍ଡରୁ ଆରମ୍ଭ କରି ଘରୋଇ ଔଷଧ ପ୍ରସ୍ତୁତକର୍ତ୍ତାମାନେ ମଧ୍ୟ ଯଥାଶୀଘ୍ର ଚିକିତ୍ସା ଉଦଭାବନ ଲାଗି ଉଦ୍ୟମ ଚଳାଇଛନ୍ତି। ଏଥିରେ ସରକାର ମଧ୍ୟ ସହଯୋଗ କରୁଥିବା ସେ କହିଛନ୍ତି।

{"id":275372,"sizeSlug":"large"}

ଦେଶରେ ଆରମ୍ଭରୁ କରୋନା ନିୟନ୍ତ୍ରଣରେ ଥିଲା। ତେବେ ଦିଲ୍ଲୀରେ ଜମାତ ପରିସ୍ଥିତିକୁ ଜଟିଳ କରିଥିବା ବେଳେ ଏବେ ସଂକ୍ରମିତ ଓ ମୃତ୍ୟୁଙ୍କ ସଂଖ୍ୟା ବଢିଥିବା କହିଛନ୍ତି। ଏହା ସତ୍ତ୍ୱେ ଦେଶରେ ଏବେବି କରୋନା ଭାଇରସ ସଂକ୍ରମଣ  ଆୟତ୍ତାଧୀନ ଥିବା କହିଛନ୍ତି ହର୍ଷ ବର୍ଦ୍ଧନ। କରୋନା ଆସିବା ବେଳେ ଦେଶରେ ଆବଶ୍ୟକ ସଂଖ୍ୟକ ମାସ୍କ ନଥିଲା, ଡାକ୍ତରଙ୍କ ଲାଗି ପିପିଇ କିଟ୍ ବାହାରୁ ମଗାଇବାକୁ ପଡିଥିଲା। ହେଲେ ଏବେ ପ୍ରତିଦିନ ଦେଶରେ ୩ରୁ ୫ଲକ୍ଷ ପିପିଇ ପ୍ରସ୍ତୁତ ହେଉଥିବା ବେଳେ ସାରା ଦେଶରେ ୧ କୋଟିରୁ ଅଧିକ ଏନ-୯୫ ମାସ୍କ ବଣ୍ଟା ଯାଇପାରିଥିବା ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.