Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗତ ୨୪ ଘଣ୍ଟାରେ ଲକ୍‌ଡାଉନ୍‌ ଉଲ୍ଲଂଘନ ନେଇ ୨୬୯ଟି ମାମଲା ଦାୟର

8/04/2020 at 8:58 PM

ଭୁବନେଶ୍ଵର ୦୮।୦୪: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୭ରୁ ଅପ୍ରେଲ ୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୬୯ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୫୨ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୪ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ, ୩ଟି ଗୁଜବ ସୃଷ୍ଟି ପାଇଁ ଓ ୧୦ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ । ବିଭିନ୍ନ ଅଭିଯୋଗରେ ୩୦୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୫୫ ଜଣଙ୍କୁ ପୋଲିସ୍‌ ଗିରଫ କରିଛି ।

   Related Posts