Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଲକ୍‌ଡାଉନ୍‌ ବଞ୍ଚାଇ ଦେଲା ୭୮୦୦୦ ଜୀବନ, ଠିକ୍ ସମୟରେ ଲାଗୁ ହୋଇନଥିଲେ …

22/05/2020 at 6:44 PM

ନୂଆଦିଲ୍ଲୀ ୨୨।୦୫: ଭାରତ ସମେତ ପୂରା ଦୁନିଆ ସଂପ୍ରତି କରୋନା ସଙ୍କଟ ଦେଇ ଗତି କରୁଛନ୍ତି। ସମଗ୍ର ଦୁନିଆରେ ଏ ପର୍ଯ୍ୟନ୍ତ ୫୨ ଲକ୍ଷ ୧୯  ହଜାର ୯୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଲକ୍ଷ ୩୫ ହଜାର ୧୦୮ ଜଣଙ୍କ ଏହି ମହାମାରୀରେ ପ୍ରାଣହାନୀ ଘଟିଛି। ମାତ୍ର ଦୁନିଆର ସବୁଠୁ ଅଧିକ ଜନସଂଖ୍ୟାବହୁଳ ଦେଶ ଭାରତ ଏହି ମହାମାରୀର କଡା ମୁକାବିଲା କରିଛି। କରୋନା ସଙ୍କଟର ତିନି ମାସ ପରେ ଆମେରିକା ସହିତ ଦୁନିଆର ଅନେକ ଦେଶରେ କରୋନା ମହାମାରୀରେ ଲକ୍ଷାଧିକ ସଂକ୍ରମିତ ସହିତ ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଭାରତରେ ଏବେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହାର ସବୁଠୁ  ବଡ ମହତ୍ଵପୂର୍ଣ୍ଣ କାରଣ ହେଉଛି ସମୟ ପୂର୍ବରୁ ଲକ୍‌ଡାଉନ୍‌ ନିଷ୍ପତ୍ତି ନେବା।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ କହିଛି, କରୋନା ଭୂତାଣୁ ମହାମାରୀରେ ୩୭ ହଜାରରୁ ୭୮୦୦୦ ଜଣଙ୍କ ମୃତ୍ୟୁ ଘଟିଥାନ୍ତା। ସଂକ୍ରମିତଙ୍କ ସଂଖ୍ୟା ୧୪ ରୁ ୨୯ ଲକ୍ଷ ହୋଇଥାନ୍ତା। କିନ୍ତୁ ଦେଶରେ ସଠିକ୍ ସମୟରେ ଲକ୍‌ଡାଉନ୍‌ ଲାଗୁ ହେବାରୁ ୨୦ ଲକ୍ଷରୁ ଅଧିଲ ଲୋକ ସଂକ୍ରମିତ  ହେବାରୁ ବଞ୍ଚି ଯାଇଛନ୍ତି। ଏହା ସହିତ ୭୮ ହଜାର ଲୋକଙ୍କୁ କରୋନା ମୃତ୍ୟୁରୁ ମଧ୍ୟ ରକ୍ଷା କରାଯାଇ ପାରିଛି। ସରକାର କହିଛନ୍ତି, ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ ଅଫ ଇଣ୍ଡିଆ ଅନୁଯାୟୀ ଲକ୍‌ଡାଉନ୍‌ କାରଣରୁ ଦେଶରେ ୭୮୦୦୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ ଲାଗୁ କରିବା ଶୈଳୀ ଏବଂ ହଟାଇବା ନେଇ ସରକାରଙ୍କୁ ଅନେକ ପ୍ରକାରର ସମାଲୋଚାନର ଶିକାର ହେବାକୁ ପଡିଛି। ଅଦ୍ୟାବଧି ଦେଶରେ ସଂକ୍ରମିତ ସଂଖ୍ୟା ୧, ୧୮, ୪୪୭ ହୋଇଥିବା ବେଳେ ୩,୫୮୩ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସରକାରଙ୍କ ଅନୁଯାୟୀ ଦେଶରେ କରୋନା ସଂକ୍ରମିତ ସଂଖ୍ୟା କେବଳ ୫ଟି ରାଜ୍ୟରେ ଅଧିକ ରହିଛି। ଦେଶରେ ସଂକ୍ରମିତ ୮୦ ପ୍ରତିଶତ କେସ୍ ହିଁ ଏହି ୫ଟି ରାଜ୍ୟରୁ ସାମିଲ। ଲକ୍‌ଡାଉନ୍‌ ଲଗାଇବା ସମୟରେ କରୋନା ଦ୍ଵିଗୁଣିତ ହେବା ହାର ୩.୪ ଦିନ ଥିଲା, ଯାହା ଏବେ ୧୩.୩ ଦିନ ହୋଇଛି।

   Related Posts