Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଲକଡାଉନ ଉଲଙ୍ଘନ କଲେ ରହିଛି ଏହିସବୁ ଦଣ୍ଡବିଧାନ: କେତେ ଦିନ ଜେଲ ଯିବେ ଅଭିଯୁକ୍ତ ? ମିଳିବ କି ଜାମିନ ?

27/03/2020 at 6:10 PM

ନୂଆଦିଲ୍ଲୀ, ୨୭|୦୩:  କରୋନା ଭାଇରସ ଆତଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ୨୧ ଦିନ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୧୪ ଯାଏଁ ଲକଡାଉନ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଲକଡାଉନ ସମୟରେ କେଉଁ ସେବା ଜାରି ରହିବ ସେନେଇ ମଧ୍ୟ ନିୟମ ରହିଛି । ଯେଉଁମାନେ ନିର୍ଦ୍ଦେଶ ପାଳନ ନ କରିବେ ସେମାନଙ୍କ ବିରୋଧରେ ଆଇପିସି ଧାରା ୧୮୮ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଧାରା ୧୮୮ କଣ ?

ଧାରା ୧୮୮ ହେଉଛି ୧୨୩ ବର୍ଷ ପୂର୍ବରୁ ତିଆରି ହୋଇଥିବା ମହାମାରୀ ରୋଗ ଅଧିନିୟମ-୧୮୯୭ । ଏହି ନିମୟରେ ଉଲ୍ଲେଖ ରହିଛି ଯେ, ଯଦି କୌଣସି ବ୍ୟକ୍ତି ଲକଡାଉନ ସମୟରେ  ନିୟମ ନମାନ୍ତି ତେବେ ତାଙ୍କୁ ଗୋଟିଏ ମାସ ଜେଲଦଣ୍ଡ କିମ୍ବା ଜରିମାନା ଦେବାକୁ ପଡିପାରେ । ଏହି ଜରିମାନା ରାଶି ୨୦୦ ଟଙ୍କା ଯାଏଁ ହୋଇପାରେ । ଯଦି ଏହି ଆଦେଶର ଅବମାନନା କୌଣସି ମାନବ ଜୀବନକୁ କ୍ଷତି ପହଁଚାଏ ବା ଦଙ୍ଗା ସୃଷ୍ଟି କରେ ତେବେ ୬ ମାସର ଜେଲ ଓ ୧ ହଜାର ଟଙ୍କା ଫାଇନ ହୋଇପାରେ । ତେବେ ଅଧିକାରୀମାନ ମଧ୍ୟ ଅବମାନନା ବାବଦରେ ପ୍ରମାଣ ଦେବା ଆବଶ୍ୟକ ।

କିଛି ମାମଲାରେ କୋର୍ଟ କହିଛନ୍ତି ଯେ, ଏହି ଧାରାରେ ଅଭିଯୁକ୍ତଙ୍କ ଦୋଷ ପ୍ରମାଣ କରିବା ଜରୁରୀ । ନିୟମ କାନୁନ ବାବଦରେ ଅଭିଯୁକ୍ତ ପୂର୍ବରୁ ଜାଣିଥିବା ଆବଶ୍ୟକ । ଏଥିପାଇଁ ପ୍ରଶାସନ ଏକ ନୋଟଟିଫିକେସନ ଜାରି କରିବା ଜରୁରୀ ।

ଧାରା ୧୮୮ ଆଧାରରେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ଜାମିନ ମିଳିପାରିବ । ଅପରାଧିକ ପ୍ରକ୍ରିୟା ସଂହିତା ସିଆରପିସି ୧୯୭୩ ଅନୁସାରେ ଏହି ଅପରାଧରେ ଜାମିନ ମିଳିପାରିବ । ଜାମିନ ପାଇଁ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିବାକୁ ପଡିବ ।

   Related Posts