ନୂଆଦିଲ୍ଲୀ ୨୬।୦୪: ଦେଶବ୍ୟାପୀ ଲକ୍ଡାଉନ୍କୁ ଏକ ମାସ ପୂରଣ ହୋଇ ସାରିଛି। ଦ୍ଵିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ମେ ୩ ପର୍ଯ୍ୟନ୍ତ ଜାରି ରହିବ। କଣ ମେ ୩ରେ ସରୁଥିବା ଲକ୍ଡାଉନ୍ର ଅବଧି ବଢାଯିବ ନା ଏଥିରେ ପରିସମାପ୍ତି ଘଟିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଅନ୍ୟପଟେ ଅନେକ ରାଜ୍ୟ ଅନ୍ୟ ରାଜ୍ୟରେ ଥିବା ନିଜ ଲୋକଙ୍କୁ ଆଣିବା ପାଇଁ ବସ୍ ପଠାଇବାରେ ଲାଗିଛନ୍ତି। ଏହି ସବୁ ବସ୍ ଜରିଆରେ ଲୋକେ ନିଜ ନିଜ ରାଜ୍ୟକୁ ଫେରିବେ। ହଜାର ହଜାର ପ୍ରବାସୀ ନିଜ ନିଜ ରାଜ୍ୟକୁ ପହଞ୍ଚି ସାରିଲେଣି। ଉତ୍ତର ପ୍ରଦେଶ ଶନିବାରଠୁ ଏହାର ଆରମ୍ଭ କରି ଦେଇଥିଲା। ମଧ୍ୟ ପ୍ରଦେଶ ସରକାର ମହାରାଷ୍ଟ୍ରକୁ ଚିଠି ଲେଖି ସେଠାରେ ରହୁଥିବା ନିଜ ଲୋକଙ୍କୁ ଛାଡି ଦେବାକୁ କହିଛନ୍ତି। ମହାରାଷ୍ଟ୍ର ସରକାର ମଧ୍ୟ ରାଜସ୍ଥାନ ସରକାରଙ୍କଠୁ ନିଜ ଲୋକଙ୍କ ଆସିବାରେ ସାହାଯ୍ୟ କରିବାକୁ କହିଛି। ଛତିଶଗଡ କୋଟାକୁ ବସ୍ ପଠାଇ ନିଜର ଦେଢ ହଜାର ଛାତ୍ରଙ୍କୁ ଫେରାଇ ଆଣିଛି। ଜାମ୍ମୁ-କାଶ୍ମୀର ମଧ୍ୟ ନିଜର ଲୋକଙ୍କୁ ଅଲଗା ଅଲଗା ରାଜ୍ୟରୁ ଫେରାଇ ଆଣିବା ଆରମ୍ଭ କରି ଦେଇଛି।
କଣ ବଢିବ ଲକ୍ଡାଉନ୍ ?
ଦେଶର ଅନେକ ରାଜ୍ୟ ମେ ୩ ପରେ ମଧ୍ୟ ଲକ୍ଡାଉନ୍ ଅବଧି ବଢାଇବାକୁ ଚାହୁଁଛନ୍ତି। କଣ ସେଥିପାଇଁ ପ୍ରବାସୀ ଶ୍ରମ ଜୀବୀଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନିଆଯାଉଛି, ଯଦ୍ଵାରା ସେମାନଙ୍କୁ ନିଜ ରାଜ୍ୟରେ ରଖାଯାଇପାରିବ। ସରକାରଙ୍କ ଆଉ ଏକ ଯୋଜନା ଲକ୍ଡାଉନ୍କୁ ପର୍ଯ୍ୟାୟ କ୍ରମେ ଖୋଲା ଯାଉ। ଏହା ମଧ୍ୟ ସମ୍ଭବ ଯେ, ପ୍ରବାସୀ ଶ୍ରମିକଙ୍କ ସଙ୍କଟ ଦୂର ପରେ ସାବଧାନପୂର୍ବକ ଆର୍ଥିକ ଗତିବିଧି ଆରମ୍ଭ କରାଯାଉ, କିନ୍ତୁ ଲକ୍ଡାଉନ୍ ମିଆଦ ବଢାଯାଉ। କାରଣ ଯଦି ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟରୁ ବାହାର ରହି ଲକ୍ଡାଉନ୍ ବଢାଯାଏ ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇପାରେ। ଅନେକ ରାଜ୍ୟରୁ ଗତ ଏକ ମାସ ହେବ ଏମିତି ଚିତ୍ର ଦେଖିବାକୁ ମିଳୁଛି।
କେନ୍ଦ୍ର ସହ ଆଲୋଚନା କରୁଛି ମହାରାଷ୍ଟ୍ର
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ପ୍ରେସ୍ କନଫରେନ୍ସରେ କହିଛନ୍ତି ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଜାରି ରହିଛି। ଯାହା ସମ୍ଭବ ହେବ ତାହା କରାଯିବ ବୋଲି ଉଦ୍ଧବ କହିଛନ୍ତି। ମାତ୍ର ଉଦ୍ଧବ ସ୍ପଷ୍ଟ କହିଛନ୍ତି ଯେ, ରାଜ୍ୟରେ ଟ୍ରେନ୍ ଚଳାଚଳ କରିବ ନାହିଁ କାରଣ ଆମକୁ ଭିଡ ଦରକାର ନାହିଁ। ନଚେତ୍ ଲକ୍ଡାଉନ୍କୁ ଆଗକୁ ବଢାଇବାକୁ ପଡିବ।
wp:core-embed/twitter {"url":"https://twitter.com/ANI/status/1254324742376521736?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Flockdown-extension-on-cards-how-uttar-pradesh-madhya-pradesh-maharashtra-kashmir-bringing-migrant-workers-back%2Farticleshow%2F75388595.cms","type":"rich","providerNameSlug":"twitter","className":""} /wp:core-embed/twitterଯଦି ଏମିତି କରିବାର ଥିଲା ତେବେ ମାସ କଣ ପାଇଁ ଅପେକ୍ଷା କରାଗଲା
ଲକ୍ଡାଉନ୍ ଅବଧିକୁ ଏକ ମାସ ପୂରଣ ହେବା ପରେ ରାଜ୍ୟ ନିଜର ଲୋକଙ୍କୁ ଫେରାଇ ଆଣିବାକୁ ତତ୍ପରତା ଦେଖାଇଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା କୁହାଯାଉଥିଲା ଯେ, ଯିଏ ଯେଉଁଠି ଅଛନ୍ତି, ସେଠାରେ ଥାଆନ୍ତୁ। ଏହା ପରେ ଅନେକ ରାଜ୍ୟର ଶ୍ରମିକ ଘରକୁ ଚାଲି ଚାଲି ଯିବା ଆରମ୍ଭ କରି ଦେଲେ। ଘରକୁ ଫେରିବା ଲାଗି ଅନେକ ସ୍ଥାନରେ ପ୍ରବଳ ଭିଡ ମଧ୍ୟ ଜମିଲା। ବାଧ୍ୟ ହୋଇ ରାଜ୍ୟ ସରକାରଙ୍କୁ ବସ୍ ପଠାଇବାକୁ ପଡିଲା। ବୋଧହୁଏ ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ଫସି ରହିଥିବା ନିଜର ଲୋକଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ରେଲଓ୍ଵେ ଓ ବିମାନ ସେବା ବନ୍ଦ ରହିଥିବାରୁ ବସ୍ ହିଁ ଏକ ମାତ୍ର ବିକଳ୍ପ। କାରଣ ଦେଶରେ କରୋନା ସଂକ୍ରମଣ ମାମଲା ଥମିବାର ନାଁ ଧରୁନାହିଁ। ତେଣୁ ଲକ୍ଡାଉନ୍ ୩ ପରେ ମଧ୍ୟ ଲକ୍ଡାଉନ୍ ବଢିବାର ସମ୍ଭାବନା ଅଧିକ ରହିଛି। ଏବେ ଏହି ସବୁ ପଦକ୍ଷେପ ଲକ୍ଡାଉନ୍ ବଢିବା ସମ୍ଭାବନା ଦେଖି ନିଆଯାଉଛି। ଲୋକେ ନିଜ ନିଜ ରାଜ୍ୟକୁ ଫେରିବା ପରେ ବୋଧହୁଏ ଲକ୍ଡାଉନ୍ର ଅନ୍ତିମ ପର୍ଯ୍ୟାୟ ବହୁତ ପ୍ରଭାବଶାଳୀ ରହିପାରେ।
wp:core-embed/twitter {"url":"https://twitter.com/ANI/status/1254293293799620608?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Flockdown-extension-on-cards-how-uttar-pradesh-madhya-pradesh-maharashtra-kashmir-bringing-migrant-workers-back%2Farticleshow%2F75388595.cms","type":"rich","providerNameSlug":"twitter","className":""} /wp:core-embed/twitterପିଏମ-ସିଏମଙ୍କ ବୈଠକରେ ବାହାରିବାରେ ନିଷ୍କର୍ସ
ଶନିବାର କ୍ୟାବିନେଟ୍ ସଚିବ ରାଜୀବ ଗୌବା ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବାକୁ ସ୍ଵତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତାବ ଦିଆଯାଇଛି। ପଞ୍ଜାବ, ଗୁଜରାଟ, ବିହାର ଓ ପଶ୍ଚିମବଙ୍ଗ ପରି ରାଜ୍ୟ ସ୍ଵତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିବା ସହ ଏହି ଧରଣର ଗତିବିଧି ଲାଗି ପ୍ରୋଟୋକଲ୍ ସ୍ଥିର କରିବାକୁ ଦାବି କରିଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ଲକ୍ଡାଉନ୍ ନେଇ କିଛି ନିଷ୍ପତ୍ତି ନିଆଯାଇପାରେ।