Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

CIIଙ୍କ ଆକଳନ, ଲକଡାଉନ୍‌ ଯୋଗୁ ୩୦% କର୍ମଚାରୀ ହରାଇବେ ଚାକିରୀ

7/04/2020 at 6:04 PM

ନୂଆଦିଲ୍ଲୀ ୭।୪: କରୋନା ସଂକ୍ରମଣ ରୋକିବାକୁ ସରକାର ଦେଶରେ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଫଳରେ ବ୍ୟବସାୟିକ ଗତିରୋଧ ହୋଇଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିଛି। ଏଥିରେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ)ଙ୍କ ଆକଳନ ଏବେ ଚିନ୍ତାର କାରଣ ପାଲଟିଛି। ଲକଡାଉନ୍‌ କମ୍ପାନୀମାନଙ୍କର ବାଲାନ୍ସ ସିଟ୍ ବିଗାଡିବା ସହ ବିଭିନ୍ନ କ୍ଷେତ୍ରର ୧୫ରୁ ୩୦ ପ୍ରତିଶତ କର୍ମଚାରୀ ଚାକିରୀ ହରାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ସିଆଇଆଇ।

ସିଆଇଆଇ ବିଭିନ୍ନ କ୍ଷେତ୍ରର ଉଦ୍ୟୋଗମାନଙ୍କ ସର୍ଭେକ୍ଷଣ କରି  ଏହି ତଥ୍ୟ ହାସଲ କରିଛନ୍ତି।  ସର୍ଭେରେ ୫୨ ପ୍ରତିଶତ ସିଇଓ ଚାକିରୀ ଛଟେଇ ନେଇ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ୨ ପ୍ରତିଶତ ପ୍ରସଙ୍ଗରେ କୌଣସି ମତାମତ ଦେଇ ନାହାନ୍ତି। ତେବେ ବାକି ୪୭ ପ୍ରତିଶତ ସିଇଓ ୧୫ ପ୍ରତିଶତ ପଦବୀ ହଟିବା ନିଶ୍ଚିତ ବୋଲି କହିଛନ୍ତି।

ସର୍ଭେ ଅନୁସାରେ ବିଭିନ୍ନ କମ୍ପାନୀଙ୍କ ବରିଷ୍ଠ ଅଧିକାରୀମାନେ ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ରାଜସ୍ୱ ହ୍ରାସ ୧୦ ପ୍ରତିଶତରୁ ଅଧିକ ଆକଳନ କରିଛନ୍ତି। ଏଥିଯୋଗୁ ଲାଭ ହ୍ରାସ କମ୍ପାନୀ ପରିଚାଳନାରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। କେତେକ କମ୍ପାନୀର ଅଧିକାରୀମାନେ ୫ ପ୍ରତିଶତ ଲାଭ ହ୍ରାସର ଅନୁମାନ କରୁଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରାରମ୍ଭିକ ମାସମାନଙ୍କରେ ଆୟ ହ୍ରାସର ଆକଳନ କରିଛନ୍ତି। ୮୦ ପ୍ରତିଶତ କମ୍ପାନୀଙ୍କ ଉତ୍ପାଦିତ ସାମଗ୍ରୀ ବଜାର ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ। ଏଣୁ ଉତ୍ପାଦିତ ସାମଗ୍ରୀ ଶେଷ ହେବାକୁ ୨ରୁ ୩ ମାସ ସମୟ ଲାଗିପାରେ। ଏଥିରୁ ଲକ ଡାଉନ ପରେ ବି ବାଜରରେ ପୂର୍ବ ଭଳି ଚାହିଦା ରହିନପାରେ ତାହା ସ୍ପଷ୍ଟ ହୋଇଯାଇଛି।

   Related Posts