Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଲକ୍ ଡାଉନ୍‌ରେ ଟଳିବନି କରୋନା ବିପଦ: WHO

26/03/2020 at 3:41 PM

ଜେନେଭା :  କରୋନା ଭାଇରସ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି। ଭୂତାଣୁ ସଂକ୍ରମଣ ରୋକିବାକୁ ବିଶ୍ୱର ଅନେକ ଦେଶ ଏବେ ଲକ୍ ଡାଉନ୍‌କୁ ପନ୍ଥା ଭାବେ ବାଛିନେଇଛନ୍ତି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍  କରୋନା ପ୍ରତିହତ ଲାଗି ଏହା ଏକ ନିଶ୍ଚିତ ଉପାୟ ନୁହେଁ ବୋଲି କହିଛନ୍ତି।  ଦୈନିକ କରୋନା ଅପଡେଟ୍ ଅବସରରେ ଟେଡ୍ରୋସ୍ ଏହି ଉପାୟରେ ମହାମାରୀର ଅନ୍ତ କରିହେବ ନାହିଁ ବୋଲି ସତର୍କ କରାଇଦେଇଛନ୍ତି।

ତେବେ ଏହି ସମୟର ସଠିକ ଉପଯୋଗ କରାଯାଇପାରେ ବୋଲି ଟେଡ୍ରୋସ୍ ବିଶ୍ୱର କରୋନାଗ୍ରସ୍ତ ଦେଶମାନଙ୍କୁ ଆହ୍ୱାନ ଦେଇଛନ୍ତି। କରୋନା ସଂକ୍ରମଣ ଜନିତ ପରିସ୍ଥିତିକୁ ଦେଶମାନେ ଏବେ ଭିନ୍ନ ଝରକାରେ ଦେଖୁଛନ୍ତି। ତଥାପି ଏପରି କରି ଲୋକଙ୍କୁ ସେମାନଙ୍କ ଘରେ ବନ୍ଦ କରିଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରୁ ଚାପ ହଟିଛି ସତ ହେଲେ କରୋନାର ଚିକିତ୍ସା ସମ୍ଭବ ହୋଇପାରିନି ବୋଲି କହିଛନ୍ତି।

ତେବେ ଆଇସୋଲେସନରେ ରହିବାକୁ ଥିବା ଲୋକଙ୍କୁ ଖୋଜିବା, ସେମାନଙ୍କୁ ଆଇସୋଲେଟ କରିବା, ପରୀକ୍ଷା ଓ ଚିକିତ୍ସା କରିବା ଦ୍ୱାରା କରୋନାର ଉଚିତ ମୁକାବିଲା କରାଯାଇପାରିବ ବୋଲି କହିଛନ୍ତି ଟେଡ୍ରୋସ୍। କେବଳ ଏତିକି କରିଦେଲେ ହେବନି ବୋଲି ମଧ୍ୟ ସେ କହିଛନ୍ତି। ଏହାଠାରୁ ଆଗକୁ ଯାଇ ସାମାଜିକ, ଅର୍ଥନୈତିକ ସ୍ତରରେ ମଧ୍ୟ ସରକାରମାନଙ୍କୁ ବଡ ପଦକ୍ଷେପ ନେବାକୁ ପଡିବ ବୋଲି ଟଡ୍ରୋସ୍ କହିଛନ୍ତି।  

   Related Posts