କଡ଼ାକଡ଼ି ହେଲା କଟକଣା, ଆସନ୍ତା ରବିବାର ତାମିଲନାଡୁରେ ସମ୍ପୂର୍ଣ୍ଣ ଲକଡାଉନ

Published By : Prameya-News7 Bureau | January 21, 2022 IST

ଚେନ୍ନାଇ,୨୧।୧:  ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ତାମିଲନାଡୁ ସରକାର । ରାଜ୍ୟରେ ପୁଣି ଥରେ ଲକଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଆସନ୍ତା ରବିବାର ରାଜ୍ୟରେ ଲକଡାଉନ ଲାଗୁ କରିବାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଘୋଷଣା କରିଛନ୍ତି ।  

ଲକଡାଉନ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ । ଏହାସହ ବିମାନ ବନ୍ଦର, ବସ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ଅଟୋ, ଟ୍ୟାକ୍ସି ଚଳାଚଳକୁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟରେ ୨୮, ୫୬୧ ନୂଆ କରୋନା କେସ ଚିହ୍ନଟ ହୋଇଥିଲା। ଏହାସହା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦,୪୨,୭୯୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟ ଭିତରେ ୧୯ ହଜାର ୯୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ମୋଟ ସକ୍ରିୟ ମାମଲା ୧,୭୯,୨୦୫ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.