କରୋନା ମୁକାବିଲା ପାଇଁ ୫ ଜିଲ୍ଲା ଓ ୮ ସହର ଲକଡାଉନ୍, ଖୋଲା ରହିବ ଏହି ସବୁ ଦୋକାନ

Published By : Prameya-News7 Bureau | March 21, 2020 IST

ଭୁବନେଶ୍ୱର, ୨୧|୦୩:    କରୋନା ଯୁଦ୍ଧ ପାଇଁ ତତ୍ପର ହେଲେ ସରକାର। କାଲି ଠାରୁ ସପ୍ତାହେ ବ୍ୟାପି ୫ ଜିଲ୍ଲା ଏବଂ ୮ ସହରକୁ ସମ୍ପୂଣ୍ଣ ବନ୍ଦ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।  ବିଦେଶରୁ ୩ହଜାର୨ଶହ ଓଡିଆ ଫେରିଛନ୍ତି।ଯେଭଳି ତାଙ୍କ ସଂସ୍ପର୍ଶରେ କେହି ନଆସିବେ  ଏବଂ  କରୋନା ନ ବ୍ୟାପିବ ସେଥିପାଇଁ  ସରକାର ଏଭଳି ପଦକ୍ଷେପ ନେଇଛନ୍ତି।  ଏହି ସମୟରେ ଆତ୍ୟାବଶ୍ୟକୀୟ ଜିନିଷ ଦୋକାନ ଏବଂ  ଜରୁରୀକାଳୀନ ସେବା ଖୋଲା ରହିବ।୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ  ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ  କହିଥିବାବେଳେ କରୋନା ମୁକାବିଲା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।

{"id":242089,"width":754,"height":456,"sizeSlug":"large"}

କରୋନା ପାଇଁ ତତ୍ପର ହେଲେ ସରକାର।  କାଲି ଠାରୁ ରାଜ୍ୟର ୫ଜିଲ୍ଲା ଓ ୮ ସହର ସପ୍ତାହେ ପାଇଁ ସମ୍ପଣ୍ଣ ବନ୍ଦ। ଖୋର୍ଦ୍ଧା , ଗଞ୍ଜାବ, କଟକ,କେନ୍ଦ୍ରପଡା ଓ  ଅନୁଗୋଳ ଜିଲ୍ଲାର ସମସ୍ତ ଗାଁ ଓ ସହର ପୂରାପୂରୀ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟସରକାର। ଭୁବନେଶ୍ବର ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ ଯାଜପୁର ଟାଉନ ଓ ଯାଜପୁର ରୋଡ ଏସବୁ ସହରକୁ ମଧ୍ୟ ୭ଦିନ ଲକଡାଉନ ଘୋଷଣା କରାଯାଇଛି। ଆସନ୍ତା କାଲି ସକାଳ  ୭ଟରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏସବୁ ଜିଲ୍ଲା ଓ ସହର ବନ୍ଦ ରହିବ।  ଏହି ଲକ ଡାଉନ ସମୟରେ ଆତ୍ୟାବଶ୍ୟକୀୟ ସେବା ଯଥା ବସ ଟ୍ରେନ, ବିମାନ ଚଳାଚଳ ଜାରି ରହିବ ।ଏହା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ ,ଆଣ୍ତା ଚିକେନ  ଦୋକାନ, ପେଟ୍ରୋଲ ପମ୍ପ, ଓ ମେଡିସିନ ଦୋକାନ ଆଦି ଖୋଲା ରଖିବାକୁ ଘୋଷଣା କରିଛନ୍ତି ରାଜ୍ୟସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲକ ଡାଉନ ଉପରେ ଜନ ସାଧାରଣଙ୍କ ସହଯୋଗ କାମନା କରିବା ସହ ସମସ୍ତେ ଘରେ ରହିବାକୁ ପରାର୍ମଶ ଦେଇଛନ୍ତି।

{"id":242091,"width":751,"height":472,"sizeSlug":"large"}

ଗତ କିଛି ଦିନ ଭିତରେ ବିଦେଶରୁ ୩ହଜାର୨ଶହରୁ  ଅଧିକ ଓଡିଆ ଘରକୁ ଫେରିଛନ୍ତି।  ସେଥିପାଇଁ  ବିଦେଶ ଫେରନ୍ତା ଓଡିଆଙ୍କ ଉପରେ ନଜର ରଖାଯାଇଛି କିଭଳି କରୋନା ଭାଇରସ ଅନ୍ୟମାନଙ୍କୁ ନ ବ୍ୟାପିବ ।  ଯେହେତୁ ସଚେତନତା ଓ  ସାମାଜିକ ଦ୍ବରତା ଦ୍ବାରା ଏହି ରୋଗକୁ ଅଟାକାଯାଇପାରିବ ସେଥିପ୍ରତି ସମସ୍ତେ ସତର୍କ ରହିବାକୁ ସରକାର ପରାର୍ମଶ ଦେଇଛନ୍ତି। ସରକାର ଲୋକଙ୍କ ସ୍ବାର୍ଥ ପାଇଁ ଏସବୁ ନିଷ୍ପତି ନେଇଥିବାରୁ ଯେଉଁମାନେ ଏହି କଟକଣାକୁ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନଭ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।  ସପଟେ ରାଜ୍ୟରେ  କରୋନ ସନ୍ଦିକ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କରୋନା ପଜିଟିଭି ୨ରେ ସୀମିତ ଅଛି।

{"id":242092,"width":748,"height":458,"sizeSlug":"large"}

ଯେଉଁ ସବୁ ସହର ଓ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ସେଠାରେ ସମସ୍ତ ଡାକ୍ତର ଖଖାନା, ବ୍ୟାଙ୍କ, ଏଟିମ, ମୁନ୍ୟୁସିପାଲିଟି ସେବା ଥାନା, ଅଗ୍ନିଶମ ସେବା, ଓଡ୍ରାଫ, ବିଦ୍ୟୁତ ସେବା ଆଦିଚାଲୁ ରହିବ। ଯେହେତୁ କରୋନା ମହାମାରୀ ସାରା ବିଶରେ ଏକ ଯୁଦ୍ଧ ଭଳି ଭୟାନକ ସ୍ଥିତି ଉପୁଯାଇଛି। ଏହାର ମୁକାବିଲା ପାଇଁ ସମସ୍ତେ ଏକ ହେବାକୁ ସରକାର ଆହ୍ବାନ ଦେଇଛନ୍ତି।

{"id":242093,"width":755,"height":493,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.