ଆଜିଠୁ ୨୯ ତାରିଖ ଯାଏଁ ୫ ଜିଲ୍ଲା ଓ ୮ ସହର ଲକ୍‌ଡାଉନ୍, ଆବଶ୍ୟକତା ଥିଲେ ଘରୁ ବାହାରିପାରିବେ

Published By : Prameya-News7 Bureau | March 22, 2020 IST

ଭୁବନେଶ୍ବର ୨୧।୩: କରୋନା ଯୁଦ୍ଧ ପାଇଁ ତତ୍ପର ହେଲେ ସରକାର। ଆଜିଠାରୁ ସପ୍ତାହେବ୍ୟାପୀ ୫ ଜିଲ୍ଲା ଏବଂ ୮ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଦେଶରୁ ୩ ହଜାର ୨ ଶହ ଓଡିଆ ଫେରିଛନ୍ତି । ଯେଭଳି ତାଙ୍କ ସଂସ୍ପର୍ଶରେ କେହି ନଆସିବେ  ଏବଂ  କରୋନା ନ ବ୍ୟାପିବ ସେଥିପାଇଁ  ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ସମୟରେ ଆତ୍ୟାବଶ୍ୟକୀୟ ଜିନିଷ ଦୋକାନ ଏବଂ  ଜରୁରୀକାଳୀନ ସେବା ଖୋଲା ରହିବ। ୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ  ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ  କହିଥିବାବେଳେ କରୋନା ମୁକାବିଲା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ।

{"id":177819,"sizeSlug":"large"}

ଆଜିଠାରୁ ରାଜ୍ୟର ୫ଜିଲ୍ଲା ଓ ୮ ସହର ସପ୍ତାହେ ପାଇଁ ସମ୍ପୂର୍ଣ୍ଣ ବନ୍ଦ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରପଡା ଓ  ଅନୁଗୋଳ ଜିଲ୍ଲାର ସମସ୍ତ ଗାଁ ଓ ସହର ପୂରାପୁରି ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ବର ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବ, ରାଉରକେଲା, ଭଦ୍ରକ, ପୁରୀ ଯାଜପୁର ଟାଉନ୍ ଓ ଯାଜପୁର ରୋଡ୍ ଏସବୁ ସହରକୁ ମଧ୍ୟ ୭ ଦିନ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ  ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏସବୁ ଜିଲ୍ଲା ଓ ସହର ବନ୍ଦ ରହିବ । 

{"id":242280,"sizeSlug":"large"}

ଏହି ଲକ୍‌ଡାଉନ୍ ସମୟରେ ଆତ୍ୟାବଶ୍ୟକୀୟ ସେବା ଯଥା ବସ୍ ଟ୍ରେନ୍, ବିମାନ ଚଳାଚଳ ଜାରି ରହିବ । ଏହା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ ଦୋକାନ, ପେଟ୍ରୋଲ ପମ୍ପ୍ ଓ ମେଡିସିନ ଦୋକାନ ଆଦି ଖୋଲା ରଖିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲକ୍‌ଡାଉନ୍ ଉପରେ ଜନ ସାଧାରଣଙ୍କ ସହଯୋଗ କାମନା କରିବା ସହ ସମସ୍ତେ ଘରେ ରହିବାକୁ ପରାର୍ମଶ ଦିଆଯାଇଛି ।

{"id":242251,"sizeSlug":"large"}

ଗତ କିଛି ଦିନ ଭିତରେ ବିଦେଶରୁ ୩ହଜାର୨ଶହରୁ  ଅଧିକ ଓଡିଆ ଘରକୁ ଫେରିଛନ୍ତି।  ସେଥିପାଇଁ  ବିଦେଶ ଫେରନ୍ତା ଓଡିଆଙ୍କ ଉପରେ ନଜର ରଖାଯାଇଛି କିଭଳି କରୋନା ଭାଇରସ୍ ଅନ୍ୟମାନଙ୍କୁ ନ ବ୍ୟାପିବ ।  ଯେହେତୁ ସଚେତନତା ଓ  ସାମାଜିକ ଦ୍ବରତା ଦ୍ବାରା ଏହି ରୋଗକୁ ଅଟାକାଯାଇପାରିବ ସେଥିପ୍ରତି ସମସ୍ତେ ସତର୍କ ରହିବାକୁ ସରକାର ପରାର୍ମଶ ଦିଆଯାଇଛି । ସରକାର ଲୋକଙ୍କ ସ୍ବାର୍ଥ ପାଇଁ ଏସବୁ ନିଷ୍ପତ୍ତି ନେଇଥିବାରୁ ଯେଉଁମାନେ ଏହି କଟକଣାକୁ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସପଟେ ରାଜ୍ୟରେ  କରୋନ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ୁଥିବା ବେଳେ କରୋନା ପଜିଟିଭି ୨ରେ ସୀମିତ ଅଛି।

{"id":241965,"sizeSlug":"large"}

ଯେଉଁ ସବୁ ସହର ଓ ଜିଲ୍ଲାରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି ସେଠାରେ ସମସ୍ତ ଡାକ୍ତରଖାନା, ବ୍ୟାଙ୍କ୍, ଏଟିଏମ୍, ମ୍ୟୁନିସିପାଲିଟି ସେବା, ଥାନା, ଅଗ୍ନିଶମ ସେବା, ଓଡ୍ରାଫ, ବିଦ୍ୟୁତ୍ ସେବା ଆଦି ଚାଲୁ ରହିବ। ଯେହେତୁ କରୋନା ମହାମାରୀ ସାରା ବିଶ୍ବରେ ଏକ ଯୁଦ୍ଧ ଭଳି ଭୟାନକ ସ୍ଥିତି ଉପୁଜିଛି। ଏହାର ମୁକାବିଲା ପାଇଁ ସମସ୍ତେ ଏକ ହେବାକୁ ସରକାର ଆହ୍ବାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.