Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ମୁମ୍ବାଇ ସମେତ ମହାରାଷ୍ଟ୍ରରେ ୪ଟି ସହର ଲକଡାଉନ୍, ଦିଲ୍ଲୀରେ ସବୁ ସପିଂ ମଲ୍ ବନ୍ଦ

20/03/2020 at 5:13 PM

ନୂଆଦିଲ୍ଲୀ, ୨୦|୦୩:  ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ଦେଶରେ ୨୧୦ଟି ପିଜିଟିଭ କେସ ସାମ୍ନାକୁ ଆସିଛି। ଯେଉଁଥିରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରର ରହିଛନ୍ତି। ଏହାକୁ ଦେଖି ମହାରାଷ୍ଟ୍ର ସରକାର ୪ଟି ସହରରେ ଲକଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ଜରୁରିକାଳୀନ ଦୋକାନ ବଜାରକୁ ଛାଡି ଅନ୍ୟ ସମସ୍ତ ଦୋକାନ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ପୁଣେ, ମୁମ୍ବାଇ, ପିମ୍ପରୀ, ନାଗପୁର ଓ ଏସଏମଆର ଅଞ୍ଚଳକୁ ମାର୍ଚ୍ଚ ୩୧ ଯାଏଁ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୫୨ଟି ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରୁ ଜଣେ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ଏହି ସମସ୍ତ ସହରରେ ରାସନ, ଗ୍ରସୋରୀ, ଔଷଧ ଦୋକାନ ଖୋଲା ରହିବ। ଏହା ବ୍ୟତୀତ ଜରୁରିକାଳୀନ ସେବା ଚାଲୁ ରହିବ। ତେବେ ସରକାର ଭୟଭୀତ ନହେବାକୁ ପରାମର୍ଶ ଦେିଚନ୍ତି। ମାର୍ଚ୍ଚ ୩୧ ଯାଏଁ ମଦ ଦୋକାନ, ସପିଂ ମଲ ଆଦି ପ୍ରତିଷ୍ଠାନ ବନ୍ଦ ରହିବ।

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ସମସ୍ତ ସପିଂ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

   Related Posts