କରୋନାକୁ ରୋକିବା ପାଇଁ ୪୯ ଦିନିଆ ଲକଡାଉନ୍ ଜରୁରୀ, ରିପୋର୍ଟରେ ସାମ୍ନାକୁ ଆସିଲା ଗମ୍ଭୀର ତଥ୍ୟ

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ, ୩୦|୦୩:  ଭାରତରେ ୨୧ ଦିନିଆ ଲକଡାଉନ କରୋନାର ମୁକାବିଲା କରିପାରିବ ନାହିଁ । ଲକଡାଉନ ସମୟସୀମା ଶେଷ ହେବା ପରେ ପୁଣି ଏହି ଭାଇରସ ବ୍ୟାପିବାର ସମ୍ଭାବନା ରହିଛି । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ୨ଜଣ ଭାରତୀୟ ଗବେଷକ ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି । ଗବେଷକ ରାଜେଶ ସିଂ ଓ ତାଙ୍କ ସହଯୋଗୀ ରଣଜୟ ଅଧିକାରୀ ‘ଦ ଷ୍ଟ୍ରକଚର୍ ଇମ୍ପାକ୍ଟ୍ ଅଫ୍ ସୋସିଆଲ ଡିଷ୍ଟାନ୍ସ ଇନ୍ ଇଣ୍ଡିଆ’ ନାମକ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ କାର୍ଯ୍ୟାଳୟ, ସ୍କୁଲ-କଲେଜ ଆଦି ବନ୍ଦ କରିବା ପରେ କଣ ପ୍ରଭାବ ପଡିବ ତାହା ଉପରେ ମଧ୍ୟ ଉଲ୍ଲେଖ ରହିଛି ।

ଉଭୟ ପ୍ରସ୍ତୁତ କରିଥିବା ରିପୋର୍ଟରେ ଦାବି କରିଛନ୍ତି ଯେ, ଭାରତ କୋଭିଡ-୧୯ର ମୁକାବିଲା ପାଇଁ ୨ ମାସ ବା ୪୯ ଦିନର ଲକଡାଉନ କରିବା ଜରୁରୀ । ୨୧ ଦିନର ଲକଡାଉନ ପରେ ପୁଣି ଭାଇରସ ତାହାର ପ୍ରକୋପ ଦେଖାଇପାରେ । ଏହି ମାହାମାରୀର ସାମ୍ନା କରିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ ଅଟେ । ଏଥିରେ ଭାରତର ସମସ୍ତ ବୟସର ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି ।

{"id":246162,"width":752,"height":423,"sizeSlug":"large"}

ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ, ସାମାଜିକ ଦୂରତା ନରହିଲେ ଏହି ଭାଇରସ କ୍ଷୀପ୍ର ଗତିରେ ବ୍ୟାପିଥାଏ । ଏହାର କୌଣସି ଟୀକା କିମ୍ବା ପ୍ରତିଷେଧକ ନଥିବାରୁ ଏହା ମହାମାରୀ ସୃୃଷ୍ଟି କରେ । ତେଣୁ ସାମାଜିକ ଦୂରତା ହିଁ ଏହାର ମୁକାବିଲା ଦିଗରେ ସଫଳ ହେବ । ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୪ ମଧ୍ୟ ରାତ୍ରରୁ ୨୧ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.