ଦିଲ୍ଲୀରେ ଏବେ ସହଜ ହେଉଛି ନିଶ୍ୱାସ ପ୍ରଶ୍ୱାସ, କୋଭିଡ ଲକଡାଉନ୍ ହ୍ରାସ କରିଛି ପ୍ରଦୂଷଣ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୩।୬: ହୁଏତ ରାଷ୍ଟ୍ରୀୟ ରାଜଧାନୀରେ ଲକଡାଉନ୍‌ ଘୋଷଣା ଏକ ଭଲ ଖବର ନଥିଲା। ତେବେ ଏହି ନିଷ୍ପତ୍ତି ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଅନେକାଂଶରେ ହ୍ରାସ କରିଛି। କରୋନା ମହାମାରୀ ଦ୍ୱିତୀୟ ଲହର କାଳରେ ଲକଡାଉନ କଟକଣା ଯୋଗୁ ରାଜଧାନୀରେ ବାହନ ଚଳାଚଳ ସମେତ ଦୋକାନ, ବଜାର, ମଲ, ନିର୍ମାଣ କାର୍ଯ୍ୟ ଓ ସର୍ବୋପରି କଳ କାରଖାନା ବନ୍ଦ ରହିବା ଏଠାକାର ବାୟୁର ଶୁଦ୍ଧତାକୁ ଗତବର୍ଷର ଲକଡାଉନ କାଳ ସହ ସମାନ କରିଛି। ଫଳରେ ଜାତୀୟ ରାଜଧାନୀରେ ଏବେ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବା ସହଜ ହେଉଛି।

{"id":461062,"sizeSlug":"large","linkDestination":"none"}

ଏବେ ଦିଲ୍ଲୀର ବାୟୁ ସୂଚକାଙ୍କ ଯାହା ତାହା ମେ ୨୦୧୯ର ମେ ମାସ ତୁଳନାରେ ଅନୁନ୍ୟ ୪୨ ପ୍ରତିଶତରୁ ବି କମ୍ ରହିଛି। ୨୦୧୯ ମସିହାରେ ଭାରତରେ ଲୋକେ ଲକଡାଉନ କଣ ଜାଣି ନଥିଲେ। ପ୍ରଦୂଷଣ ମୁକାବିଲା ଲାଗି ଦିଲ୍ଲୀ ସରକାର ନାନା ବିକଳ୍ପ ଚିନ୍ତା କରୁଥିଲେ। ଏଣୁ ଲକଡାଉନର ଏକ ସକରାତ୍ମକ ପ୍ରଭାବ ଏବେ ସମ୍ମୁଖକୁ ଆସିଛି। ଏହାକୁ ସମୀକ୍ଷା କଲେ ୨୦୧୯ ଓ ୨୦୨୧ ବାୟୁ ଗୁଣବତ୍ତା ତୁଳନାରେ ଦିଲ୍ଲୀରେ ୨୦୨୦ର ବାୟୁ ଗୁଣବତ୍ତା ବେଶ୍‌ ଉତ୍ତମ ଥିବା ଦେଖାଯାଇଛି। ଯାହା ଦ୍ୱାରା ଲୋକେ ଅନୁନ୍ୟ ଶୁଦ୍ଧବାୟୁ ନିଶ୍ୱାସରେ ନେଇ ପାରିଥିଲେ।

{"id":461063,"sizeSlug":"large","linkDestination":"none"}

ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ଚଳିତବର୍ଷଏପ୍ରିଲ-ମେ ମାସରେ ଲକଡାଉନ ଲଗାଯାଇଥିଲା। ଯଦି ଏହା ନ ହୋଇଥାନ୍ତା ତେବେ ରାଜଧାନୀରେ ବର୍ଷର ପ୍ରଥମ ୫ ମାସର ବାୟୁ ମାନ ଅତ୍ୟନ୍ତ ଖରାପ ଥାନ୍ତା। ତେବେ ଦିଲ୍ଲୀର ବାୟୁ ଗୁଣବତ୍ତାକୁ ନେଇ ରିସର୍ଚ୍ଚ ଏଣ୍ଡ ଏଡଭୋକେସୀ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରନ ମେଣ୍ଟ(ସିଏସଇ)ଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁମିତା ରାୟ ଚୌଧୁରୀ ଦିଲ୍ଲୀକୁ ଆଶ୍ୱସ୍ତ କରିବା ଲାଗି ଲକଡାଉନ ଭଳି ପଦକ୍ଷେପ ଅତ୍ୟନ୍ତ ଜରୁରି ବୋଲି କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.