Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଟ୍ରେନରୁ ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାବ, ୧୩ ଚୋରା ମୋବାଇଲ ସହ ୨ ଗିରଫ

11/04/2021 at 6:07 PM

ଭଦ୍ରକ ୧୧।୦୪: ଟ୍ରେନର ଯାତ୍ରୀଙ୍କଠୁ ମୋବାଇଲ ଲୁଟୁଥିଲେ । ଅଭିଯୋଗ ପରେ ଆରମ୍ଭ ହୋଇଥିଲା ମିଳିତ ଚଢ଼ାଉ । ଆରପିଏଫ ଓ ଜିଆରପି ଟିମର ଚଢ଼ାଉ ପରେ ଗ୍ୟାଙ୍ଗର ଦୁଇ ଜଣ ଗିରଫ ହୋଇଥିବା ବେଳେ ୧୩ ଚୋରା ମୋବାଇଲ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ରେଳବାଇ ପୋଲିସ ନିକଟରେ ହାୱଡା ଯଶବନ୍ତ ଟ୍ରେନରୁ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପରେ ଭଦ୍ରକ ଜିଲ୍ଲା ଜିଆରପି ପୁଲିସ ଓ ଆରପିଏଫ ମିଳିତ ଭାବେ ଛାନବିନ ଆରମ୍ଭ କରିଥିଲ। ପରେ ଲୁଟେରା ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ।

ଗିରଫ ଦୁଇ ଜଣ ହେଲେ ଭଦ୍ରକ ପୁରୁଣାବଜାର ଥାନା ସନ୍ତିଆ ଅନ୍ତର୍ଗତ ନୀଳକଣ୍ଠପୁର ଗାଁ ର ଜିତେନ୍ଦ୍ର ସିଂ ଓ ଟାଉନ ଥାନା ଅଧିନସ୍ଥ ଡାହାଣୀଗଢିଆ ଅଞ୍ଚଳର ରାଜୁ ରେଡ୍ଡୀ। ସେମାନଙ୍କ ନିକଟରୁ ବିଭିନ୍ନ ନାମୀ ଦାମୀ କମ୍ପାନୀର  ୧୩ଟି ମୋବାଇଲ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ତଦନ୍ତ ଜାରି ରହିଛି।

   Related Posts