ମରଣାନ୍ତକ ଆକ୍ରମଣ ପରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, ଥାନା ଘେରାଉ କଲେ ଉତ୍ତ୍ୟକ୍ତଲୋକ
17/10/2019 at 3:54 PM

ଭଞ୍ଜନଗର ୧୭|୧୦: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଘେରାଉ କଲେ ଉତ୍ତ୍ୟକ୍ତ ଲୋକେ । ଗତ ୧୪ ତାରିଖରେ ଏହି ଥାନା ଅନ୍ତର୍ଗତ ବାଟଶାସନ ଗାଁର କୈଳାଶ ପରିଡାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କୈଳାଶଙ୍କ ମୃତ୍ୟୁ ହୋଇଛି । କୈଳାଶଙ୍କ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହା ଏକ ଯୋଜନାବଦ୍ଧ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ହତ୍ୟାକାରୀଙ୍କୁ ଧରିବା ଦାବିରେ ଶବ ରଖି ଥାନାକୁ ଘେରାଉ କରିଥିଲେ ଉତ୍ତ୍ୟକ୍ତ ଲୋକେ ।
Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021