ପାରାଦୀପ-ହରିଦାସପୁର ଚାଲିଲା ରେଳ, କିନ୍ତୁ ନୂଆଗାଁ ଷ୍ଟେସନରେ ଅଟକିଗଲା : ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ବାଧା ଦେଲେ ଲୋକେ

Published By : Prameya-News7 Bureau | July 31, 2020 IST

ମହାକାଳପଡା ୩୧।୭: ବହୁ ପ୍ରତିକ୍ଷୀତ ପାରାଦ୍ବୀପ-ହରିଦାସପୁର ରେଳପଥରେ ଗଡିଲା ମାଲବାହୀ ଟ୍ରେନ୍ । ପାରାଦ୍ବୀପରୁ ଭାୟା ହରିଦାସପୁର ଦେଇ ପ୍ରଥମ ମାଲବାହୀ ଟ୍ରେନ୍ ଆନୁଷ୍ଠାନିକ ଭାବେ ବାହାରିଥିଲା ।

{"id":308156,"sizeSlug":"large"}

ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ୧୧ଟା ୪୦ମିନିଟ୍ ସମୟରେ ପାରାଦ୍ବୀପରୁ ଆସି ନୂଆଗାଁ ଷ୍ଟେସନରେ ପହଞ୍ଚିଥିଲା । କିନ୍ତୁ ଅଞ୍ଚଳବାସୀ ମାଲବାହୀ ଟ୍ରେନକୁ ବିରୋଧ କରିବା ସହ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗ ଯାତ୍ରୀବାହୀ ରେଳ ଚଳାଚଳ କରିବା ପରେ ମାଲବାହୀ ଟ୍ରେନ ଚାଲିବ ବୋଲି ଦାବି କରାଯାଇଥିଲା ।

{"id":308157,"sizeSlug":"large"}

ସ୍ଥାନୀୟ ଲୋକଙ୍କ କହିବା କଥା ବିଜୁ ବାବୁ ସ୍ବପ୍ନ ପୂରଣ ହୋଇଛି ସତ । ଆମ ମାଟିରେ ରେଳ ଧାରଣା ତିଆରି ହୋଇଛି ମାତ୍ର ଯାତ୍ରୀବାହୀ ଟ୍ରେନ୍ ଚାଲି ନଥିବାରୁ ଅଞ୍ଚଳବାସୀ ବେଶ୍ ଦୁଃଖିତ । ରେଳ ଧାରଣା ପାଇଁ ଜମି ହରାଇଛୁ । ଜାତୀୟ ରାଜପଥରେ ମାଲବାହୀ ଟ୍ରକ୍ ଭିଡ ଯୋଗୁଁ ଦୁର୍ଘଟଣା ଘଟୁଛି । ଆଶା ଥିଲା ଯାତ୍ରୀବାହୀ ଟ୍ରେନ୍ ଚାଲିଲେ କେନ୍ଦ୍ରାପଡାବାସୀଙ୍କ ଗମନାଗମନ ଅସୁବିଧା ଦୂର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.