ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା

Published By : Prameya-News7 Bureau | April 19, 2021 IST

ଜଳେଶ୍ବର ୧୯।୪: ବସ୍ତା ରେଳଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ରାସ୍ତାରୋକ । ରେଳ ବ୍ୟବହକାରୀ ସଂଘ ପକ୍ଷରୁ ରେଳ ରୋକ ଓ ଆନ୍ଦୋଳନ । ବହୁ ଆନ୍ଦୋଳନକାରୀ ଏଥିରେ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକରେ ଥିବା ବସ୍ତା ରେଳଷ୍ଟେସନ ଉପରେ ବସ୍ତା, ବାଲିଆପାଳ, ମୁରୁଡ଼ା, ରାସଗୋବିନ୍ଦପୁର ୪ଟି ବ୍ଲକର ଲୋକମାନେ ନିର୍ଭର କରୁଥିଲା ବେଳେ । କୋଭିଡ୍ ପାଇଁ ଦୀର୍ଘ ବର୍ଷେ ଧରି ରେଳ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଅଞ୍ଚଳରେ ବହୁ ଲୋକ ଶ୍ରମିକ ଶ୍ରେଣୀରେ ଥିବାରୁ ପାସେଞ୍ଜର ଟ୍ରେନ୍ ଯୋଗେ ବାହାରକୁ କାମ କରିବାକୁ ଯାଉଥିଲା ବେଳେ ସେଗୁଡିକ ଚାଲୁନଥିବାରୁ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବା ସହିତ ନିଜର ଜୀବିକା ହରାଇଲେଣି । ଏହାସହ ଉକ୍ତ ଷ୍ଟେସନରେ ଉତ୍କଳ ଓ ଇଷ୍ଟକୋଷ୍ଟ ୨ଟି ଟ୍ରେନର ରହଣି ଥିବାବେଳେ ବର୍ତ୍ତମାନ ସମୟରେ ଉକ୍ତ ଟ୍ରେନ୍ ଗୁଡିକ ରହୁ ନଥିବାରୁ ଏହାକୁ ବିରୋଧ କରି ବସ୍ତା ରେଳ ବ୍ୟବହାରକାରୀମାନଙ୍କ ତରଫରୁ ବସ୍ତା ଷ୍ଟେସନରେ ବିକ୍ଷୋଭ ସହିତ ରେଳରୋକ ସହିତ ବସ୍ତା ବଜାରକୁ ବନ୍ଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.