Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସରକାରୀ ଜମିରେ ବିଦେଶୀ ମଦ ଦୋକାନକୁ ବିରୋଧ, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି

3/05/2021 at 3:06 PM

ଆନନ୍ଦପୁର ୩।୫: ସାରା ରାଜ୍ୟରେ ସରକାରୀ ଠିପି ବନ୍ଦ ମଦ ଦୋକାନ ଲଟେରି ମାଧ୍ୟମରେ ଆବଣ୍ଟନ ପରେ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ମଦ ଦୋକାନ ସ୍ଥାପନ ହୋଇଥିବା ଜମିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମଦ ଦୋକାନ ସ୍ଥାପନ ପାଇଁ ନିର୍ଦ୍ଧାରିତ ସମସ୍ତ ଗାଇଡ୍ ଲାଇନ୍ କୁ ଉଲ୍ଲଂଘନ କରି ଏକ ସରକାରୀ ଜମିରେ କଣ୍ଟେନର ବସାଇ ସଂପୃକ୍ତ ଲିଜ୍‌ଧାରୀ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହ ଲିଜ୍‌ଧାରୀ ଜମିପାଇଁ  ଚୁକ୍ତିନାମା କରିଛନ୍ତି । ଉକ୍ତ ଚୁକ୍ତିନାମାକୁ ବିଭାଗରେ  ଲାଇସେନ୍ସ ପାଇଁ ଦାଖଲ କରିଛନ୍ତି । ହେଲେ ଜମି ମାଲିକ ସହ ଚୁକ୍ତି ହୋଇଥିବା ପ୍ଲଟ୍ ପରିବର୍ତ୍ତେ ଏକ ସରକାରୀ ଜମିରେ କଣ୍ଟେନର ପକାଇ ବ୍ୟବସାୟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଲିଜ୍‌ଧାରୀ । ଅନ୍ୟପଟେ ସେଠାରେ ବହୁପୂର୍ବରୁ ଅତି ନିକଟରେ ଜନବସତି ରହିଛି । ସ୍ଥାନୀୟ ଲୋକେ ଏହାକୁ ଘୋର ବିରୋଧ କରିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ କମିସନର, ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଆନନ୍ଦପୁର ଅବକାରୀ ଇନ୍ସପେକ୍ଟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts